କଡ଼ା ସୁରକ୍ଷାବଳୟରେ ଇଭିଏମ୍‌ରେ ସୁରକ୍ଷିତ ନେତାଙ୍କ ଭାଗ୍ୟ - EVM under tight security

By ETV Bharat Odisha Team

Published : May 15, 2024, 7:16 PM IST

thumbnail
EVM under tight security (ETV Bharat Odisha)

EVM under tight security: ରାୟଗଡ଼ା: ଶାନ୍ତି ଶୃଙ୍ଖଳାର ସହିତ ସରିଛି ରାୟଗଡା ଜିଲ୍ଲାରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାୟଗଡା ଜିଲ୍ଲାରେ କାଁ ଭାଁ କିଛି ସ୍ଥାନରେ ଭୋଟରଙ୍କ ଭୋଟବର୍ଜନ ନିଷ୍ପତ୍ତି ଓ ଆନ୍ଦୋଳନ ଛାଡିଦେଲେ ପ୍ରାୟତଃ ସବୁ ଜାଗାରେ ସୁରକ୍ଷିତ ଭାବେ ନିର୍ବାଚନ ସରିଛି । ଏବେ EVM ମେସିନ୍‌ରେ ସିଲ୍‌ ହୋଇଛି ନେତାଙ୍କ ଭାଗ୍ୟ । ଭୋଟ ଗଣତି କେନ୍ଦ୍ରର ଷ୍ଟ୍ରଙ୍ଗରୁମରେ ରହିଛି ରାୟଗଡା, ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍‌ ।

କଡ଼ା ସୁରକ୍ଷା ମଧ୍ୟରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ରାୟଗଡା ନିର୍ବାଚନ ମଣ୍ଡଳୀର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ବିଷମକଟକ ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ଗୁଡିକ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି । କେନ୍ଦ୍ରୀୟ ପୋଲିସ ଫୋର୍ସ ସାଙ୍ଗକୁ CCTV ସର୍ଭିଲାନ୍ସ ନଜରରେ ରହିଛି ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀର ୮୮୪ ବୁଥର ସମସ୍ତ EVM । ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗରୁମ ଗୁଡ଼ିକର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ଵ କେନ୍ଦ୍ରୀୟ ସୁରକ୍ଷାବାହିନୀ ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌କୁ ଦିଆଯାଇଥିବାବେଳେ ଏହାର ପୂର୍ବରୁ ରହିଥିବା ବାରିକେଡ୍‌ ଦାୟିତ୍ଵ ଓଏସ୍‌ଏପି ଫୋର୍ସ ହାତରେ ରହିଛି । ସେହିଭଳି ଷ୍ଟ୍ରଙ୍ଗରୁମ ବାହାର ସୁରକ୍ଷା ଦାୟିତ୍ଵ ସ୍ଥାନୀୟ ପୋଲିସ ହାତରେ ରହିଛି । ଏହିସବୁ କେନ୍ଦ୍ରକୁ ସିସିଟିଭି ମାଧ୍ୟମରେ ସିଧାସଳଖ ଜିଲ୍ଲା କଣ୍ଟ୍ରୋଲ ରୁମ୍‌, ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସହିତ ସଂଯୋଗ କରାଯାଇଛି । ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ । ସେହି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ଇଭିଏମ୍‌ରେ ସୁରକ୍ଷିତ ରହିଛି ନେତାଙ୍କ ଭାଗ୍ୟ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.