ଅସୁସ୍ଥ ମା’କୁ ଦେଖିବାକୁ ଯାଉଥିଲା ଝିଅ, ଭାଲୁ ଆକ୍ରମଣରେ ଗଲା ଜୀବନ

By ETV Bharat Odisha Team

Published : Nov 8, 2023, 8:40 PM IST

thumbnail

ଭବାନୀପାଟଣା: ଭାଲୁ ନେଲା ଜୀବନ । କଳାହାଣ୍ଡିର କୋକସରା ବ୍ଲକରେ ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତକ ଜଣଙ୍କ ହେଲେ ବରାଡଙ୍ଗା ପଞ୍ଚାୟତ ପାତ୍ରବସା ଗ୍ରାମର ଭବାନୀ ବାଗ ବୋଲି ଜଣାପଡିଛି । ଆଜି ଭୋର ସମୟରେ ଭବାନୀ ବାଗ ନିଜ ମାଆଙ୍କ ଦେହ ଅସୁସ୍ଥ ଥିବାରୁ ନିଜ ଗ୍ରାମ ପାତ୍ରବସାରୁ ବେହେରନସିଲ୍ ଯାଉଥିବା ବେଳେ ବରାଡଙ୍ଗା ଶିଉନି ରାସ୍ତାରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସକାଳେ ସ୍ଥାନୀୟ ଲୋକମାନେ ଦେଖି ଆମପାଣି ବନ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି । 
ଏହା ମଧ୍ୟ ପଢନ୍ତୁ....ନବରଙ୍ଗପୁରରେ ଆତଙ୍କ ଖେଳାଇଛି ଭାଲୁ, ଭୟଭୀତ ଲୋକେ

ଏହି ଘଟଣା ପରେ ଫରେଷ୍ଟର ମନୀଷା ପଟ୍ଟନାୟକ କହିଛନ୍ତି," ମୃତକଙ୍କ ପରିବାରକୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ।" ତେବେ ଗତକିଛି ମାସ ତଳେ ଏହି ପଞ୍ଚାୟତର ତେତେଲପଡାର ଅନ୍ୟଜଣଙ୍କ ମଧ୍ୟ ଭାଲୁ ଆକ୍ରମଣରେ ଜୀବନ ଯାଇଥିଲା । ବାରମ୍ବାର ଏଭଳି ବନ୍ୟଜନ୍ତୁଙ୍କ ଆକ୍ରମଣ ପାଇଁ ନିରୀହ ଜୀବନ ମୃତ୍ୟୁମୁଖରେ ପଡୁଛନ୍ତି । ଯାହାକୁ ଫଳରେ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗର ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
 

ଇଟିଭି ଭାରତ,କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.