ପ୍ରଚାର ମୈଦାନରେ ମାମା ମିଶ୍ର, ସ୍ୱାମୀଙ୍କ ପାଇଁ ମାଗିଲେ ଭୋଟ୍ - Sidhant Mohapatra Campaign

By ETV Bharat Odisha Team

Published : May 11, 2024, 12:28 PM IST

thumbnail
Sidhant Mohapatra campaign (ETV Bharat Odisha)

Sidhant Mohapatra campaign: ବ୍ରହ୍ମପୁର/ ଗଞ୍ଜାମ: ସରଗରମ ପ୍ରଚାର ମୈଦାନ । ଭୋଟିଂ ଦିନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନରେ ପ୍ରାର୍ଥୀମାନଙ୍କ କସରତ ସେତେ ଦେଖିବାକୁ ମିଳୁଛି । ରାତି ଦିନ ଘର ଘର ବୁଲି ଭୋଟରଙ୍କମାନଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି  । ପ୍ରାର୍ଥୀମାନଙ୍କ ସହ ସେମାନଙ୍କ ପତ୍ନୀ ମଧ୍ୟ ନିର୍ବାଚନ ମୈଦାନରେ ଭୋଟ ଭିକ୍ଷା କରୁଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାନସଭା ପ୍ରାର୍ଥୀ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି ମାମା ମିଶ୍ର । 

ଦିଗପହଣ୍ଡିର ନିର୍ବାଚନ ମଣ୍ଡଳୀର ଗୋକର୍ଣ୍ଣପୁର ଠାରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମିଶି ମାମା ମିଶ୍ର ଏକ ଶୋଭାଯାତ୍ରାରେ ସାମିଲ ହେବାସହ ଏହି ଅବସରରେ ସେ କହିଛନ୍ତି, "ବହୁତ ଖୁସି ଲାଗୁଛି ଲୋକମାନଙ୍କ ପାଇଁ ଭଲ ପାଇବା ଦେଖି । ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିର ଏକ ପରିବାର ସଦୃଶ୍ୟ । ଲୋକଙ୍କ ସେବା କରିବା ପାଇଁ ସେ ସର୍ବଦା ଆଗଭର  । ଲୋକମାନଙ୍କ ପାଇଁ ସେ କାମ କରିବେ । ଲୋକମାନଙ୍କର ସେବା କରିବେ ।" 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.