ଦିଗପହଣ୍ଡି ମଇଦାନରେ ବିପ୍ଲବ; କହିଲେ ବାପା ଛାଡିଥିବା କାର୍ଯ୍ୟ ପୂରଣ କରିବି - BJD Campaign In Digapahandi

By ETV Bharat Odisha Team

Published : May 9, 2024, 11:13 AM IST

thumbnail
BJD Election Campaign In Digapahandi (ETV Bharat)

BJD Election Campaign In Digapahandi: ବ୍ରହ୍ମପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାଏ ଗଞ୍ଜାମ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପୁଛି ଗଳିକନ୍ଦି । ବିଭିନ୍ନ ପଞ୍ଚାୟତରୁ ପଞ୍ଚାୟତ ଏବଂ ଗ୍ରାମରୁ ଗ୍ରାମ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ । ଏହି କ୍ରମରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ଆସନରୁ ଚଳିତ ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ବାପାଙ୍କ ଅଧୁରା କାମକୁ ଆଗକୁ ପୁରା କରିବା ମୁଦ୍ଦା ନେଇ ସେ ରାଜନୀତିକୁ ଓହ୍ଲାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଦିଗପହଣ୍ଡି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକଟ - Congress Candidate Replacement

ଦୀର୍ଘ ବର୍ଷ ଧରି ବାପାଙ୍କ ରାଜନୀତିରେ ପରଦା ପଛରେ ରହି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସୁଥିଲି । ହେଲେ ଚଳିତ ଥର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରି ସମସ୍ତଙ୍କ ସହିତ ମିଶୁଛି । ସାଧାରଣ ଜନତଙ୍କ ସହିତ କଥା ହେଉଛି । ବିଭିନ୍ନ ବିଷୟରେ ଆଲୋଚନା କରୁଛି । ସଂପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ଚିତ୍ର ମୋ ନଜରରେ ରଖୁଛି ବୋଲି କହିଛନ୍ତି ବିପ୍ଳବ । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚଳିତଥର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମିଲାଣି ନିର୍ବାଚନୀ ପ୍ରଚାର । ପ୍ରଚାର ସମୟରେ ବିଜେଡି ନେତା ବିପ୍ଲବ ପାତ୍ରଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.