ଓଡିଶା

odisha

ଫିଲ୍ମ ନାନୀ ମା' ଏବଂ 'ଦି ଭଲ୍ୟୁଣ୍ଟିଅର ଆର୍କାଇଭିଷ୍ଟସ୍‌ର ସ୍କ୍ରିନିଂ, ଡିଜିଟାଲ ଆର୍କାଇଭିଂ ଉପରେ ଆଧାରିତ

By

Published : May 10, 2023, 8:13 PM IST

Etv Bharat

ଭୁବନେଶ୍ବର: ରିଲିଜ ହେଲା ଡିଜିଟାଲ ଆର୍କାଇଭିଂ ଉପରେ ପର୍ଯ୍ୟବେଶିତ ଫିଲ୍ମ ନାନୀ ମା ଏବଂ 'ଦି ଭଲ୍ୟୁଣ୍ଟିଅର ଆର୍କାଇଭିଷ୍ଟସ୍'।  ୨୦୨୨ରେ ନିର୍ମିତ ଏହି ଦୁଇଟି ଫିଲ୍ମ ଆଜି ପ୍ରଥମ ଥର ପାଇଁ ସର୍ବସାଧାରଣରେ ପ୍ରଦର୍ଶିତ ହୋଇଛି। 'ଦି ଭଲ୍ୟୁଣ୍ଟିଅର ଆର୍କାଇଭିଷ୍ଟସ୍' ଫିଲ୍ମ ଏକ ରଚନାତ୍ମକ କାହାଣୀ । 'ଦି ଭଲ୍ୟୁଣ୍ଟିଅର ଆର୍କାଇଭିଷ୍ଟସ୍' ମଧୁବାବୁ ଭଳି ମହାପୁରୁଷଙ୍କ କାହାଣୀ ଡିଜିଟାଲ ଆର୍କାଇଭିଂ ଉପରେ ପର୍ଯ୍ୟବେଶିତ । ସେପଟେ ନାନୀ ମା' ଓଡ଼ିଆ ଲୋକଭାଷାକୁ ଉଜ୍ଜୀବିତ କରିବା ଦିଗରେ ପ୍ରସ୍ତୁତ କରାଯାଇଛି । ଏହି ଉଭୟ ଫିଲ୍ମକୁ ନିର୍ଦ୍ଦେଶନା ଦେବା ସହ ପ୍ରସ୍ତୁତ କରିଛନ୍ତି ଶୁଭାଶିଷ ପାଣିଗ୍ରାହୀ । ଶୁଭାଶିଷ ପାଣିଗ୍ରାହୀଙ୍କ ୯୫ ବର୍ଷୀୟା ଆଇ ମା' (ସ୍ୱର୍ଗତ ମୂଷାମଣି ପାଣିଗ୍ରାହୀ) ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଶୁଭାଶିଷ ପାଣିଗ୍ରାହୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ନିର୍ମିତ ଓଡ଼ିଆର ବାଲେଶ୍ୱରୀ ଲୋକଭାଷାର ଏ ପ୍ରଥମ ଡକ୍ୟୁମେଣ୍ଟାରୀ ମୂଷାମଣିଙ୍କ ଗପ ଓ ବାହୁନା ଆଦି ଗୀତକୁ ନେଇ ନିର୍ମିତ ହୋଇଛି । ତେବେ ଓଡ଼ିଆ ସଂସ୍କୃତିକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷଣ କରିବା ଫିଲ୍ମ ନିର୍ମାତା ଶୁଭାଶିଷଙ୍କ ଲକ୍ଷ୍ୟ ହୋଇଥିବା ବେଳେ ଆଜି ଭୁବନେଶ୍ବର ବକୁଳ ପାଠାଗାର ଦ୍ୱାରା ଓଡ଼ିଆରେ ନିର୍ମିତ ୨ଟି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା । ତେବେ ଏଭଳି ଫିଲ୍ମର ସୁରକ୍ଷା ଡକ୍ୟୁମେଣ୍ଟସନ ମାଧ୍ୟମରେ ରହିବ ଦରକାର ବୋଲି ତାଙ୍କ ନାତି ତଥା ଫିଲ୍ମ ନିର୍ମାତା ଶୁଭାଶିଷ ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ବିଭିନ୍ନ ବର୍ଗର ଲୋକ ବ୍ୟକ୍ତି ବିଶେଷ ଆସି ଫିଲ୍ମଟିକୁ ଦେଖିଥିଲେ । 

ABOUT THE AUTHOR

...view details