ଓଡିଶା

odisha

ଶୀତ ଋତୁରେ ଅଧିକ ହୁଏ ସଂକ୍ରମଣ, ଆୟୁର୍ବେଦିକ ଡାକ୍ତରଙ୍କଠାରୁ ଜାଣନ୍ତୁ ଟିପ୍ସ

By ETV Bharat Odisha Team

Published : Dec 7, 2023, 1:59 PM IST

Updated : Dec 8, 2023, 1:31 PM IST

Ayurvedic Remedies for Winter Infections: ସାଧାରଣତଃ ଶୀତ ଋତୁରେ ବୃଦ୍ଧି ପାଇଥାଏ ସଂକ୍ରମଣ। କିଭଳି ପାଇବେ ମୁକ୍ତି? ଜାଣନ୍ତୁ କଣ କହୁଛନ୍ତି ଇରାଗୁଡା ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପାଧ୍ୟକ୍ଷ...

Ayurvedic Tips to Beat the Winter Problems
Ayurvedic Tips to Beat the Winter Problems

ହାଇଦ୍ରାବାଦ:ସାଧାରଣତଃ ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ପାଇଥାଏ । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଥାଆନ୍ତି । ତେବେ ଇରାଗୁଡା ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପାଧ୍ୟକ୍ଷ ଡାକ୍ତର ଉମାଶ୍ରୀନିବାସ କହିଛନ୍ତି, ଆୟୁର୍ବେଦିକ ଉପାୟରେ ମଧ୍ୟ ସଂକ୍ରମଣ ସମସ୍ୟାରୁ ରକ୍ଷା ପାଇବା ସମ୍ଭବ ଅଟେ । ତାଙ୍କର କହିବା ଅନୁସାରେ, ଶୀତ ଋତୁରେ ଥଣ୍ଡା, କାଶ, ମୁଣ୍ଡବିନ୍ଧା, ଜ୍ବର, ଶରୀରିକ ଯନ୍ତଣା, ଗଳାରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇଥାଏ । କିନ୍ତୁ ଏହି ସବୁ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଔଷଧ ବଦଳରେ ରୋଷେଇ ଘରେ ରହିଥିବା ଉପାଦାନ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ରୋଷେଇ ଶାଳାରେ ରହିଥିବା ଉପାଦାନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

* ଗୁଡୁଚି(ଏକ ଔଷଧୀୟ ତୃଣ): ଡାକ୍ତର ଉମାଶ୍ରୀନିବାସଙ୍କ କହିବା ଅନୁସାରେ, ଏହି ଗଛର ପତ୍ରକୁ ଛେଚି ରସ ପ୍ରସ୍ତୁତ କରି ପିଇବା ଦ୍ବାରା ଜ୍ବର, କାଶ, ଥଣ୍ଡା ଭଲ ହୋଇଯାଇଥାଏ । ଏହି ରସରେ ଅଳ୍ପ ପରିମାଣର ଗୋଲମରିଡ ପାଉଡର ମିଶାଇ ଦିନକୁ 3 ଥର ପିଇବା ଦ୍ବାରା ଥଣ୍ଡା ସମସ୍ୟା ଦୂର ହୋଇଯାଇଥାଏ । ଲଗାତାର 5 ଦିନ ଖାଇବା ଦ୍ବାରା ଜ୍ବର ଏବଂ ଗଳା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାସହ 5 ଦିନ ପର୍ଯ୍ୟନ୍ତ ଦିନକୁ 2 ଥର ମହାଲକ୍ଷ୍ମୀ ଭିଲାସରସ ଏବଂ ଲକ୍ଷ୍ମୀ ଭିଲାସରସ ଔଷଧ ଖାଇବା ଦ୍ବାରା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

* ଯଦି ସୁଖିଲା କାଶ ହେଉଛି ତାହେଲେ ହରିଡାକୁ କଳରେ ରଖିବା ଦ୍ବାରା ଉପଶମ ମିଳିଥାଏ । ନଚେତ୍‌ 5ରୁ 6ଟି ତୁଳସୀ ପତ୍ର, ଦୁଇଟି ଲବଙ୍ଗ ଏବଂ 3ଟି ଗୋଲମରିଚକୁ ନେଇ ଗୁଣ୍ଡ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି

*ଶୀତ ଋତୁରେ କିଛି ଜଣଙ୍କର ଗଳାରେ ମାଂସ ବଢ଼ି ଯାଇଥାଏ । ତେବେ ଏଭଳି ସ୍ଥିତିରେ 5ରୁ 6 ଗ୍ରାମ ଗୋଲମରିଚ ପାଉଡର ନେଇ କ୍ଷୀରରେ ମିଶାଇ 5ରୁ 7 ଦିନ ପିଇବା ଉଚିତ । ସେଥିରେ ଅଧ ଚାମଚ ହଳଦୀ ପାଉଡର ମିଶାଇବା ଦ୍ବାରା ଯନ୍ତ୍ରଣାରୁ ଉପଷମ ମିଳିଥାଏ ।

*ଶୀତ ଋତୁରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ଅଟେ । ସାଧାରଣତଃ ଲୋକେ ଅଦାକୁ ଖଣ୍ଡକରି ଚୋବାଇ ଖାଇଥାଆନ୍ତି । ଏହା ମଧ୍ୟ ସମସ୍ୟାରୁ ମୁକ୍ତି ଦେଇପାରିବ । ତେବେ ଅସହ୍ୟ ମୁଣ୍ଡ ବିନ୍ଧା ହେଲେ ସୁଦର୍ଶନଗଣଭାତି ଆୟୁର୍ବେଦିକ ଔଷଧ ଦିନକୁ 3 ଥର ଖାଆନ୍ତୁ । କିନ୍ତୁ ସକାଳ ଏବଂ ସନ୍ଧ୍ୟାରେ ତ୍ରିଭୁବନ କ୍ରିତିରାସ ଏବଂ ମୃତ୍ୟୁଞ୍ଜୟ ରାସ ଖାଇବା ଦ୍ବାରା ମୁଣ୍ଡବିନ୍ଧା, ଆଲର୍ଜି ଏବଂ ଦଳା ସମସ୍ୟାରୁ ମୁକ୍ତି ମିଳିଥାଏ ।

* ଗଳାରେ ସଂକ୍ରମଣ ଦେଖାଗଲେ ଏକ ଚାମଚ ତ୍ରିଫଳା ପାଉଡରକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ସକାଳ ଏବଂ ସନ୍ଧ୍ୟାରେ କୁଳି କରନ୍ତୁ ।

* ଶୀତ ଋତୁରେ ଥଣ୍ଡା ଜ୍ବର ଲାଗି ରହିବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଥାଏ । ଗୁଡୁଚି, ଅଶ୍ବଗନ୍ଧା ଏବଂ ସାତଭରି ପାଉ଼ଡରକୁ ମିଶାଇ ସନ୍ଧ୍ୟା ଏବଂ ସକାଳେ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିବ ।

* ଅନ୍ୟପଟେ ଉଭୟ ଜ୍ବର ସହିତ କାଶ ଲାଗି ରହିଲେ ପୋଦିନା ରସ ଏବଂ ପାନପତ୍ର ରସକୁ ମିଶାଇ ସକାଳ ଏବଂ ସନ୍ଧ୍ୟା ସମୟରେ ଖାଇବା ପିଇବା ଉଚିତ । ଏହା ବ୍ୟତୀତ ଲବଙ୍ଗ ମଧ୍ୟ ସମସ୍ଯାରୁ ମୁକ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2023, 1:31 PM IST

ABOUT THE AUTHOR

...view details