ETV Bharat / sukhibhava

ଆଣ୍ଟିବାୟୋଟିକ ଲେଖିବା ସମୟରେ ଦର୍ଶାଇବେ ପ୍ରକୃତ କାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Jan 18, 2024, 5:30 PM IST

Health Ministry letter to All Medical: ଏଣିକି ବିନା ପ୍ରେସକିପ୍ସନରେ ମିଳିବନି ଆଣ୍ଟିବାୟୋଟିକ ଔଷଧ ! ଆଣ୍ଟିବାୟୋଟିକ ଲେଖିବା ସମୟରେ ଦର୍ଶାଇବେ ପ୍ରକୃତ କାରଣ । ଅଧିକ ପଢନ୍ତୁ

Antibiotics Drugs
Antibiotics Drugs

ହାଇଦ୍ରାବାଦ: ସାମାନ୍ୟ ଥଣ୍ଡା-ଜ୍ବର କିମ୍ବା ବିନ୍ଧା-ଛିଟିକାରେ ଅଧିକାଂଶ ଲୋକେ ଆଣ୍ଟିବାୟୋଟିକର ବହୁଳ ବ୍ୟବହାର କରନ୍ତି । ତେବେ ଏଣିକି ବିନା ପ୍ରେସକିପ୍ସନରେ ମିଳିବନି ଆଣ୍ଟିବାୟୋଟିକ ଔଷଧ । ଡାକ୍ତରମାନେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧ ଲେଖିବା ସମୟରେ ସଠିକ ସଙ୍କେତ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତରଣାଳୟ ଅଧିନରେ ରହିଥିବା DGHS ଦେଶର ସମସ୍ତ ମେଡିକାଲ କଲେଜ, ମେଡିକାଲ ଆସୋସିଏସନକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଆଣ୍ଟିବାୟୋଟିକ ଔଷଧର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ପଦକ୍ଷେପ ଆପଣାଯାଇଥିବା କଥା କୁହାଯାଇଛି ।

  • Directorate General Of Health Services (DGHS) writes to all doctors of medical colleges in India mandatory practice to write indication while prescribing anti-microbials. pic.twitter.com/xhBoXmkpsC

    — ANI (@ANI) January 18, 2024 " class="align-text-top noRightClick twitterSection" data=" ">

ଆଣ୍ଟିବାୟୋଟିକ ଔଷଧ ସେବନ ଦ୍ବାରା ଶରୀର ଉପରେ ଏହାର ପ୍ରଭାବ ବିଷୟରେ ଅନେକ ଅବଗତ ନଥାଆନ୍ତି । ଏହି ଔଷଧର ସେବନ ଯୋଗୁଁ ପ୍ରତିବର୍ଷ ବିଶ୍ବରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଏ । ତେବେ ଏହାକୁ ରୋକିବା ପାଇଁ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ସମସ୍ତ ମେଡିକାଲକୁ ଚିଠି ଲେଖଛନ୍ତି । ଆଣ୍ଟିବାୟୋଟିକ ଔଷଧ ଲେଖିବା ସମୟରେ ଏହାର ପ୍ରକୃତ କାରଣ ଲେଖିବା ପାଇଁ ସେ ଚିଠିରେ ଦର୍ଶାଇଛନ୍ତି । ତେବେ ଡାକ୍ତରଙ୍କ ସହିତ ସମସ୍ତ ଔଷଧ ଦୋକାନୀଙ୍କୁ ମଧ୍ୟ ଅପିଲ କରାଯାଇଛି । ପ୍ରେସକିପ୍ସନ ଦେଖିବା ପରେ ହିଁ ଔଷଧ ବିକ୍ରି କରିବା ପାଇଁ କୁହାଯାଇଛି ।

ରିପୋର୍ଟ ଅନୁସାରେ, ଆଣ୍ଟିବାୟୋଟିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶ୍ବ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, 2019 ମସିହାରେ ସାରା ବିଶ୍ବରେ 1.27 ମିଲିୟନ ଲୋକଙ୍କ ମୃତ୍ୟୁ ବ୍ୟାକ୍ଟେରିଆ ଏଏମଆର କାରଣରୁ ହୋଇଥିବା ବେଳେ 4.95 ମିଲିୟନ ଲୋକଙ୍କ ମୃତ୍ୟୁ ଔଷଧ ପ୍ରତିରୋଧ ସଂକ୍ରମଣ ପାଇଁ ହୋଇଥିଲା । ଏହି ଔଷଧ ଦ୍ବାରା କ୍ରୋନିକ ରୋଗ ସହିତ ମୃତ୍ୟୁ ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: Antibiotics Awareness Week 2023: ଆଣ୍ଟିବାୟୋଟିକ କ'ଣ, କାହିଁକି ବଢୁଛି ଏହାର ବ୍ୟବହାର ?

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଅନୁସାରେ, ଆଣ୍ଟିବାୟୋଟିକ ଔଷଧର ଅଧିକ ବ୍ୟବହାରକୁ ରୋକିବା ଦିଗରେ ଏହା ଉତ୍ତମ ପଦକ୍ଷେପ । ଅଧିକ ଆଣ୍ଟିବାୟୋଟିକ ଔଷଧ ଗ୍ରହଣ କରିବା ଦ୍ବାରା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକ (AMR) ହୋଇଯାଏ । ତେବେ ମନୁଷ୍ୟ ସମ୍ମୁଖୀନ ହେଉଥିବା 10ଟି ବଡ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଇଛି । ଆଣ୍ଟିବାୟୋଟିକ୍ ହେଉଛି ଔଷଧ ଯାହା ଡାକ୍ତରମାନେ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ଦିଅନ୍ତି । ଏହି ଔଷଧ ଗୁଡିକ ଜୀବାଣୁ ମାରିବା ଏବଂ ବଢିବାରେ ରୋକିବାକୁ କାର୍ଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.