ETV Bharat / sukhibhava

86% ଗ୍ରାମୀଣ କିଶୋର ବିଦ୍ୟାଳୟକୁ ଯାଆନ୍ତି 25% କେବଳ ପଢିବାରେ ସକ୍ଷମ ହୁଅନ୍ତି: ଅସର ରିପୋର୍ଟ

author img

By ETV Bharat Odisha Team

Published : Jan 18, 2024, 7:07 PM IST

ASER 2023
ASER 2023

ASER 2023: ପ୍ରକାଶ ପାଇଛି ଅସର ରିପୋର୍ଟ । ଜାଣନ୍ତୁ କେଉଁ ତୁଳନାରେ ଛାତ୍ରୀଙ୍କ ଠାରୁ ଆଗରେ ରହିଛନ୍ତି ଛାତ୍ର ।

ହାଇଦ୍ରାବାଦ: ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ(ASER) ପ୍ରକାଶିତ ହୋଇଛି । ଏଥିରେ 14ରୁ 18 ବର୍ଷ ବୟସରେ ଗ୍ରାମୀଣ ଛାତ୍ରଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ସାମିଲ କରାଯାଇଥିଲା । 26ଟି ରାଜ୍ୟର 28 ଜିଲ୍ଲାରେ କରାଯାଇଥିବା ଘରୋଇ ସର୍ବେକ୍ଷଣରେ 34,745 ଛାତ୍ରଛାତ୍ରୀଙ୍କର ପାଠପଢା ଏବଂ ଗାଣିତିକ ଦକ୍ଷତାକୁ ଆକଳନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ କରୁଥିବା କାର୍ଯ୍ୟକଳାପ, ସେମାନଙ୍କର ପାଠପଢା, ଗାଣିତିକ ଦକ୍ଷତା ଏବଂ ଡିଜିଟାଲ ସଚେତନତା ଦକ୍ଷତା ଉପରେ ଆଲୋଚନା କରାଯାଇଥିଲା ।

14-18 ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ଉପରେ କରାଯାଇଥିଲା ରିସର୍ଚ୍ଚ: ମୋଟ ଉପରେ 14ରୁ 18 ବର୍ଷ ମଧ୍ୟରେ ହାରାହାରି 86.8 ପ୍ରତିଶତ ଛୁଆ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇଛନ୍ତି । ନାମଲେଖାରେ ସାମାନ୍ୟ ଲିଙ୍ଗଗତ ପାର୍ଥକ୍ୟ ଦେଖାଯାଇଥିବା ବେଳେ ବୟସରେ ଅନେକ ପାର୍ଥକ୍ୟ ଦେଖାଯାଇଥିଲା । 14 ବର୍ଷ ମଧ୍ୟରେ ନାମଲେଖାଇ ନଥିବା ଛାତ୍ର 3.9 ପ୍ରତିଶତ ରହିଥିବା ବେଳେ 18 ବର୍ଷ ବୟସରେ ଏହା 32.6 ଦେଖାଯାଇଥିଲା । ଏକାଦଶ କିମ୍ବା ତଦୁର୍ଦ୍ଧ ଶ୍ରେଣୀରେ ଅଧାରୁ ଅଧିକ କଳାରେ 55.7 ପ୍ରତିଶତ ନାମ ଲେଖାଇଥିବା ବେଳେ ପୁରୁଷ(36.3)ଙ୍କ ତୁଳନାରେ ମହିଳାମାନଙ୍କର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତରେ 28.1 ପ୍ରତିଶତଙ୍କର ନାମ ଲେଖାଇବାର ଆଶଙ୍କା କମ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ASER 2021: ବଢିଛି ପିଲାଙ୍କ ସ୍ମାର୍ଟ ଫୋନ ୟୁଜ୍, ଅପବ୍ୟବହାର ପ୍ରତି ସାବଧାନ କଲେ ଏକ୍ସପର୍ଟ

ସର୍ବେକ୍ଷଣ କରାଯାଇଥିବା ଯୁବକମାନଙ୍କ ମଧ୍ୟରେ କେବଳ 5.6 ପ୍ରତିଶତ ଧନ୍ଦାମୂଳକ ତାଲିମ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ପାଠ୍ୟକ୍ରମ ଗ୍ରହଣ କରିଛନ୍ତି । କଲେଜ ସ୍ତରରେ ଯୁବକମାନେ ଧନ୍ଦାମୂଳକ ତାଲିମ ଗ୍ରହଣ କରିବାର ସମ୍ଭାବନା 16.2 ରହିଥିବା ନେଇ ଅନୁସନ୍ଧାନ ରିପୋର୍ଟରେ ପ୍ରକାଶିତ ହୋଇଛି । ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ଯେ, ଅଧିକାଂଶ ଯୁବକ ଛଅ ମାସ କିମ୍ବା ତା’ଠାରୁ କମ୍ ସମୟର ସ୍ୱଳ୍ପକାଳୀନ ପାଠ୍ୟକ୍ରମ ଗ୍ରହଣ କରୁଛନ୍ତି ।

ଏହି ବିଷୟରେ ପୁଅମାନେ ଅଧିକ ବୁଦ୍ଧିମାନ: ଅଧିକାଂଶ ଛାତ୍ରଛାତ୍ରୀଙ୍କ ଠାରେ ଥ୍ରି ଡିଜିଟ ସମସ୍ୟା ଦେଖାଯାଇଥିଲା । 14-18 ବର୍ଷର ପିଲାମାନଙ୍କ ମଧ୍ୟରୁ କେବଳ 43.3 ପ୍ରତିଶତ ଏହିପରି ସମସ୍ୟାର ସଠିକ୍ ସମାଧାନ କରିବାରେ ସକ୍ଷମ ହୋଇଥିଲେ । ତେବେ ଏହା ତୃତୀୟରୁ 5ମ ଶ୍ରେଣୀ ମଧ୍ୟରେ କରାଯାଇଥିବା ବେଳେ 14-18 ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥିଲା । ଯେଉଁମାନେ ଇଂରାଜୀରେ ବାକ୍ୟ ପଢିବାରେ ସକ୍ଷମ ହେଉଥିଲେ ସେମାନଙ୍କ ମଧ୍ୟରୁ କେବଳ 73.5 ପ୍ରତିଶତ ଅର୍ଥ କହିବାରେ ସକ୍ଷମ ହେଉଥିଲେ । ମହିଳାମାନେ ସେମାନଙ୍କର ଆଞ୍ଚଳିକ ଭାଷା ପଢିବାରେ 76 ପ୍ରତିଶତ ସକ୍ଷମ ହେଉଥିବା ବେଳେ ପୁରୁଷମାନଙ୍କ ଠାରେ ଏହା 70.9 ପ୍ରତିଶତ ରହିଥିଲା । କିନ୍ତୁ ଗାଣିତିକ ଏବଂ ଇଂରାଜୀରେ ମହିଳାମାନଙ୍କ ଅପେକ୍ଷା ଯୁବକମାନେ ଆଗରେ ରହିଥିବା ଦେଖାଯାଇଥିଲା । ଯୁବପିଢିମାନଙ୍କ ମଧ୍ୟରୁ ପ୍ରାୟ 90 ପ୍ରତିଶତଙ୍କ ଘରେ ସ୍ମାର୍ଟଫୋନ ରହିଥିବା ବେଳେ ସେମାନେ ଏହାର ବ୍ୟବହାର ବିଷୟରେ ମଧ୍ୟ ଜାଣିଥିଲେ । ଏଥି ମଧ୍ୟରୁ ମହିଳା 19.8 ପ୍ରତିଶତ ରହିଥିବା ବେଳେ 43.7 ପ୍ରତିଶତ ଯୁବକ ମୋବାଇଲ ଫୋନର ବ୍ୟବହାର ଜଣିଥିଲେ । ମହିଳାମାନଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା 2ଗୁଣ ଅଧିକ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.