ETV Bharat / city

ASER 2021: ବଢିଛି ପିଲାଙ୍କ ସ୍ମାର୍ଟ ଫୋନ ୟୁଜ୍, ଅପବ୍ୟବହାର ପ୍ରତି ସାବଧାନ କଲେ ଏକ୍ସପର୍ଟ

author img

By

Published : Nov 19, 2021, 10:32 PM IST

ମହାମାରୀ କରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କିପରି ଭାବରେ ପ୍ରଭାବ ପକାଇଛି ତାହା ଏକ ସର୍ଭେରୁ ଜଣାପଡିଛି । ଏନେଇ ରିପୋର୍ଟ ଦେଇଛନ୍ତି ‘‘ASER 2021’’ । କରୋନା ମହାମାରୀ ସମୟରେ ବଢିଛି ମୋବାଇଲ ବ୍ୟବହାର । ଅଧିକ ପଢନ୍ତୁ

Annual Status of Education Report: ବଢିଛି ସ୍ମାର୍ଟ ଫୋନ ୟୁଜ୍‌
Annual Status of Education Report: ବଢିଛି ସ୍ମାର୍ଟ ଫୋନ ୟୁଜ୍‌

ଭୁବନେଶ୍ବର: ମହାମାରୀ କରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କିପରି ଭାବରେ ପ୍ରଭାବ ପକାଇଛି, ତାହା ଏକ ସର୍ଭେରୁ ଜଣାପଡିଛି । ଏନେଇ ବାର୍ଷିକ ରିପୋର୍ଟ ଦେଇଛି ‘‘ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ’’ (Annual Status of Education Report)।

ରାଜ୍ୟରେ କରୋନା ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବା ସମୟରେ ପାଠପଢ଼ାର ବିକଳ୍ପ ଚିନ୍ତା କରାଯାଇଥିଲା। ଫଳସ୍ବରୁପ ଅନଲାଇନ ମାଧ୍ୟମରେ ପାଠ ପଢ଼ାଯାଇଥିଲା । ଏହାରି ଭିତରେ ସ୍ମାର୍ଟ ଫୋନର ବ୍ୟବହାର ମଧ୍ୟ ବଢିଛି । 2018 ମସିହାରେ ସ୍ମାର୍ଟ ଫୋନର ବ୍ୟବହାର 26 ପ୍ରତିଶତ ରହିଥିବା ବେଳେ 2020 ମସିହାରେ ଏହା ବଢି 50 ପ୍ରତିଶତରେ ପହଞ୍ଚିଥିଲା। କିନ୍ତୁ, କରୋନା ସମୟରେ ଏହା ବର୍ତ୍ତମାନ 65 ପ୍ରତିଶତରେ ପହଞ୍ଚିଛି । ସରକାରୀ ସ୍କୁଲରେ 2021 ମସିହାରେ 64 ପ୍ରତିଶତ ରହିଥିବା ବେଳେ ଘରୋଇ ସ୍କୁଲରେ 79 ପ୍ରତିଶତ ଏବଂ ସେମି ସରକାରୀ ସ୍କୁଲରେ 64 ବଢିଛି ।

Annual Status of Education Report: ବଢିଛି ସ୍ମାର୍ଟ ଫୋନ ୟୁଜ୍‌

ସେହିପରି ନୂଆ ମୋବାଇଲ ଫୋନ ପାଇଁ ମଧ୍ୟ ଅନେକ ଅଭିଭାବକ ଆଗକୁ ଆସିଥିଲେ। 1ମରୁ 2ୟ ଶ୍ରେଣୀ ପାଇଁ 20 ପ୍ରତିଶତ ଅଭିଭାବକ ପିଲାଙ୍କ ପାଇଁ ମୋବାଇଲ କିଣିଥିଲେ । 3ୟରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ 25 ପ୍ରତିଶତ ଅଭିଭାବକ ନୂଆ ମୋବାଇଲ ଫୋନ କିଣିଥିଲେ। ସେହିପରି, 6ଷ୍ଠରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ 30 ପ୍ରତିଶତ ଏବଂ 9ମ ଶ୍ରେଣୀରୁ ଉର୍ଦ୍ଧ୍ବ ଶ୍ରେଣୀ ପାଇଁ 36 ପ୍ରତିଶତ ନୂଆ ମୋବାଇଲ ଫୋନ କିଣିଛନ୍ତି। ଘରେ ରହି ବହି ମାଧ୍ୟମରେ ରାଜ୍ୟରେ ପଢୁଛନ୍ତି 68 ପ୍ରତିଶତ ପିଲା । ଟିଭି ଓ ଅନନ୍ୟ ମାଧ୍ୟମରେ ପଢୁଛନ୍ତି 19 ପ୍ରତିଶତ ଓ ଅନଲାଇନରେ କ୍ଳାସ କରୁଛନ୍ତି ମାତ୍ର 31 ପ୍ରତିଶତ।


ସାରା ଭାରତରେ କରୋନା ସମୟରେ ସ୍ମାର୍ଟ ଫୋନର ବ୍ୟବହାର ବଢିଛି । କିଛି ହାତଗଣତି ରାଜ୍ୟକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ସ୍ମାର୍ଟ ଫୋନର ବ୍ୟବହାର ବଢିଛି । କିନ୍ତୁ, ଅନ୍ୟପଟେ ମୋବାଇଲ ବ୍ୟବହାରରେ ବୃଦ୍ଧି ହେବା ନେଇ ଶିଶୁ କମିଶନ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ‘‘କରୋନା ସମୟରେ ଅଧିକ ଶିଶୁ ମୋବାଇଲ ବ୍ୟବହାର କରିଛନ୍ତି । ପ୍ରଥମ ଦିଗ ହେଲା ପାଠ ପଢା ଓ ଦ୍ୱିତୀୟ ଦିଗ ଅପବ୍ୟବହାର କରିବା । ଅନେକେ ଅନଲାଇନରେ ବିଭିନ୍ନ ଧରଣର ଲୋକଙ୍କ ସଂସ୍ପର୍ଶରେ ଆସିଲେ। ତେଣୁ, ଅନେକ ମାତ୍ରାରେ କ୍ରାଇମ ହେବାର ସମ୍ଭାବନା ରହୁଛି । ଏହାକୁ ନେଇ ଶିକ୍ଷକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସଚେତନ କରିବାକୁ ପଡିବ।’’ ଅତ୍ୟଧିକ ବ୍ୟବହାର ଫଳରେ କୁପରିଣାମରୁ ବଞ୍ଚିବାକୁ ଏକ ଆପ୍ସର ଡେଭଲମେଣ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଏପଟେ ସରକାରୀ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ଯେ, ମୋବାଇଲରୁ ଦୂରେଇବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ଅନଲାଇନ କ୍ଳାସ ଛଡା ବାକି ସମୟରେ ପିଲାଙ୍କୁ ମୋବାଇଲ ନଦେବା ଏବଂ ଯଦି ପିଲାମାନେ ମୋବାଇଲ ଧରୁଛନ୍ତି ତେବେ ପାଖରେ ଜଣେ ଅଭିଭାବକ ଉପସ୍ଥିତ ରହିବା ଆବଶ୍ୟକ ।

ଦେଖିବାକୁ ଗଲେ ରାଜ୍ୟରେ କରୋନା ସମୟରେ ମୋବାଇଲରେ ବ୍ୟବହାର ବଢିଛି । କିନ୍ତୁ, ଅନେକ ସମୟରେ ମୋବାଇଲ ବ୍ୟବହାରରେ ପିଲାମାନେ ଅପବ୍ୟବହାର କରୁଛନ୍ତି । ମୋବାଇଲରେ ଗେମ ଖେଳିବା ସହ ଅଶ୍ଳିଳ ଭିଡିଓ ଓ ଦୀର୍ଘ ସମୟ ଧରି ମୋବାଇଲରେ ରହୁଛନ୍ତି । ଏହାଦ୍ୱାରା ସାଇବର କ୍ରାଇମ ହେବାର ଯଥେଷ୍ଟ ସମ୍ଭାବନା ରହୁଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.