ETV Bharat / sukhibhava

ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି

author img

By ETV Bharat Odisha Team

Published : Nov 24, 2023, 2:21 PM IST

Benefits Of Bajra Roti: ଶୀତଋତୁରେ ଫିଟ୍ ରହିବାକୁ ଚାହୁଁଛ, ତେବେ ବାଜରା ରୁଟି ଖାଇବା ଉଚିତ । ଏଥିରୁ ଅନେକ ଲାଭ ପାଇବେ । ଏହା ଶରୀରରେ ଉଷ୍ମତା ଯୋଗାଇବା ସହ ଥଣ୍ଡା, କାଶରୁ ମୁକ୍ତି ଦେଇଥାଏ । ଅଧିକ ପଢ଼ନ୍ତୁ

ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି
ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି

ହାଇଦ୍ରାବାଦ: ଯେତେବେଳେ ଶୀତ ଋତୁ ଆସେ, ଆମେ ଥଣ୍ଡା, କାଶ, ଜ୍ୱର ଏବଂ ସଂକ୍ରମଣ ଭଳି ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କରିଥାଉ । ଏପରି ସ୍ଥିତିରେ ଏହି ଋତୁରେ ଆମ ଦୈନନ୍ଦିନ କାର୍ଯ୍ୟ ଏବଂ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଗରମ ଜିନିଷ ଖାଇବା ଯାହା ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଶୀତରୁ ମୁକ୍ତି ଦେଇଥାଏ । ଏହି ସମୟରେ ଘରର ବୟସ୍କାମାନେ ଶୀତଦିନେ ବାଜରା ରୁଟି ଖାଇବାକୁ ପରାମର୍ଶ ଦେଇଥାନ୍ତି । ବାଜରା ରୁଟି ଶରୀରକୁ ଉଷ୍ମତା ଯୋଗାଇଥାଏ । ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରେ ।

ଏଥିସହ ବାଜରା ରୁଟିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତେବେ ବାଜରା ରୁଟି ଖାଇବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ ଏବଂ ଏଥିରେ ପ୍ରୋଟିନ୍, ଆଇରନ୍, ଭିଟାମିନ୍ ଇତ୍ୟାଦି ଉପସ୍ଥିତି ହେତୁ ଆମ ଶରୀରକୁ ସୁସ୍ଥ ରଖେ । ତେଣୁ, ଶୀତଦିନେ ବାଜରା ରୁଟି ଖାଇବାର ଅନେକ ଲାଭ ଅଛି । ଜାଣନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ...

ଅନେକ ପୋଷକ ତତ୍ତ୍ୱ

ବାଜରା ହେଉଛି ଏକ ଶସ୍ୟ ଯାହା ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୁର । ଏଥିମଧ୍ୟରୁ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ପ୍ରମୁଖ ଅଟେ । ଏହି ସମସ୍ତ ଉପାଦାନ ଆମ ଶରୀରକୁ ଶକ୍ତି ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ବାଜରା ଏକ ଗରମ ଶସ୍ୟ, ତେଣୁ ଏହାର ରୁଟି ଖାଇବା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ ।

ହଜମ ପ୍ରକ୍ରିୟାକୁ ମଜବୁତ କରେ

ହଜମ ପ୍ରକ୍ରିୟା ପାଇଁ ବାଜରା ରୁଟି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବାସ୍ତବରେ, ବାଜରାରେ ଅନେକ ଫାଇବର ଥାଏ, ଯାହା ଆମ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ବାଜରା ରୁଟି ସହଜରେ ହଜମ ହୋଇପାରେ ଏବଂ ଏହା ଅନ୍ୟ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ

ଫାଇବରରେ ଭରପୁର ବାଜରା ରୁଟି ପେଟ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ମଧ୍ୟ ଲାଭଦାୟକ ଅଟେ । ଏହା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । ତେଣୁ, ସୁସ୍ଥ ହଜମ ପାଇଁ ନିଶ୍ଚିତ ଭାବରେ ବାଜରା ରୁଟି ଖାଇବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ପୌଷ୍ଟିକତାରେ ଭରା ଶସ୍ୟ ବାଜରା ଅଟା

ରକ୍ତହୀନତା ଦୂର କରେ

ବାଜରାରେ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ହିମୋଗ୍ଲୋବିନ ବୃଦ୍ଧିରେ ସାହାଯ୍ୟ କରିଥାଏ । ତେବେ ବାଜରା ରୁଟି ଖାଇବା ଦ୍ବାରା ଶରୀରରେ ରକ୍ତହୀନତା ସମସ୍ୟା ଦୂର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.