ପୌଷ୍ଟିକତାରେ ଭରା ଶସ୍ୟ ବାଜରା ଅଟା

author img

By

Published : May 22, 2021, 9:16 AM IST

ବାଜରା ଅଟା

ମିଲେଟ୍ ବା ବାଜରା ହେଉଛି ବିଭିନ୍ନ ପ୍ରକାର ଶସ୍ୟ ଭିତରେ ଅନ୍ୟତମ ଯାହାକି ଏକ “ପ୍ରାଚୀନ ଶସ୍ୟ“ ଶ୍ରେଣୀରେ ଆସେ । କହିବାକୁ ଗଲେ ଯଦିଓ ବାଜରା ମଧ୍ୟ ଏକପ୍ରକାର ଶସ୍ୟ ଯାହାକି ଅନ୍ୟ ଶସ୍ୟ ପରି ମଧ୍ୟ ସ୍ବାସ୍ଥ୍ୟକର, ଏହା ଶରୀରକୁ ଅନେକ ଫାଇଦା ଦେଇଥାଏ ଏବଂ ଅନ୍ୟ ସମସ୍ତ ଶସ୍ୟ ଭଳି ମଧ୍ୟ ଏହା ସମାନ ଭାବେ ବ୍ୟବହାର କରାଯାଇଥାଏ । ଅଧିକ ପଢନ୍ତୁ...

ମିଲେଟ୍ ବା ବାଜରା ହେଉଛି ବିଭିନ୍ନ ପ୍ରକାର ଶସ୍ୟ ଭିତରେ ଅନ୍ୟତମ ଯାହାକି ଏକ “ପ୍ରାଚୀନ ଶସ୍ୟ“ ଶ୍ରେଣୀରେ ଆସେ । କହିବାକୁ ଗଲେ ଯଦିଓ ବାଜରା ମଧ୍ୟ ଏକପ୍ରକାର ଶସ୍ୟ ଯାହାକି ଅନ୍ୟ ଶସ୍ୟ ପରି ମଧ୍ୟ ସ୍ବାସ୍ଥ୍ୟକର, ଏହା ଶରୀରକୁ ଅନେକ ଫାଇଦା ଦେଇଥାଏ ଏବଂ ଅନ୍ୟ ସମସ୍ତ ଶସ୍ୟ ଭଳି ମଧ୍ୟ ଏହା ସମାନ ଭାବେ ବ୍ୟବହାର କରାଯାଇଥାଏ ।

ବାଜରା ଅଟା ସମ୍ପର୍କରେ କିଛି ମଜାଦାର କଥା ଜାଣିବା ପାଇଁ ଇଟିଭି ଭାରତ ସୁଖୀଭବ ଟିମ୍ ମୁମ୍ବାଇର ସନସାଇନ ହୋମିଓପ୍ୟାଥିକ କ୍ଲିନିକର କନସଲଟିଙ୍ଗ ହୋମିଓପ୍ୟାଥ ଏବଂ କ୍ଲିନିକାଲ ନ୍ୟୁଟ୍ରିନିଷ୍ଟ ଡକ୍ଟର କୃତି ଏସ୍.ଧୀରୱାନି, ଏମଡି (ହୋମିଓ), ଏମଏସି (ଡିଏଫଏସଏମ)ଙ୍କ ସହ ଆଲୋଚନା କରିଥିଲେ ।

ମଣିଷ ଦ୍ବାରା ବାଜରା ଚାଷ ହେବା ପୂର୍ବରୁ ଏହା ଆଫ୍ରିକାର ଜଙ୍ଗଲରେ ଶହ ଶହ ବର୍ଷ ଧରି ବଢି ଆସୁଥିଲା । ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟଶସ୍ୟ ବାଜରା ଥଣ୍ଡା ଓ ଶୁଷ୍କ ଅଞ୍ଚଳରେ ବଢିଥାଏ ଏବଂ ଚାରା ରୋପଣର 70 ଦିନ ମଧ୍ୟରେ ଏହା ଅମଳ କରାଯାଇଥାଏ । ଏହା ମୂଳତଃ ଆଫ୍ରିକା, ଏସିଆ ଏବଂ ୟୁରୋପରେ ଚାଷ କରାଯାଉଥିବା ବେଳେ ଏହା ସାରା ବିଶ୍ବରେ ଏକ ପ୍ରମୁଖ ଖାଦ୍ୟ ସାମଗ୍ରୀର ସ୍ଥାନ ନେଇଛି ।

ରନ୍ଧା ହୋଇଥିବା ଏକ କପ୍ ବାଜରାରେ ଆନୁମାନିକ 207 କ୍ୟାଲୋରୀ, 6 ଗ୍ରାମ ପ୍ରୋଟିନ୍, 2 ଗ୍ରାମ ଖାଇବା ଫାଇବର ଏବଂ ଦୁଇ ଗ୍ରାମରୁ କମ୍ ଫ୍ୟାଟ୍ ସମେତ ପ୍ରଚୁର ପରିମାଣର ମିନେରାଲସ ଏବଂ ଭିଟାମିନସ ରହିଥାଏ ।

ବାଜରା ଜାତୀୟ ଶସ୍ୟକୁ ନେଇ ରହିଛି ବିଭିନ୍ନ ପ୍ରକାର ଅଟା:

ରାଗି/ନାଚନି/ଫିଙ୍ଗର ବାଜରା(ମିଲେଟ୍) ଅଟା:

ଆପଣ ଯଦି ଆପଣଙ୍କର ଉଭୟ ଶାରିରୀକ ଓ ମାନସିକ ସ୍ତରକୁ ସୁସ୍ଥ ରଖିବାକୁ ପୁଷ୍ଟିକର ଅଟା ଚାହାଁନ୍ତି ତେବେ ରାଗି ଶସ୍ୟରେ ପ୍ରସ୍ତୁତ ଅଟା ସବୁଠାରୁ ସୁସ୍ଥକର ପସନ୍ଦ ହେବ । ରାଗି (ନାଚନି) ମଧ୍ୟ ଫିଙ୍ଗର ମିଲେଟ୍ ଭାବେ ପରିଚିତ । ଏହା ଏପରି ଏକ ଶସ୍ୟ ଯେଉଁଥିରେ କାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ୍, ନିଆସିନ, ଥିଆମାଇନ ଏବଂ ଆମିନୋ ଏସିଡ୍ ଆଦି ଭରପୁର ହୋଇ ରହିଛି । ଏହି ଅଟା ମାଂସପେଶୀ ଜନିତ ସମସ୍ୟା ଆନେମିଆ ଏବଂ ମଧୁମେହ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଏହା ଚପାତି, ଦୋସା, କୁକିସ୍, ବିସ୍କୁଟ ଆଦି ପ୍ରସ୍ତୁତ କରିବାରେ ବହୁଳ ବ୍ୟବହୃତ ହୋଇଥାଏ । ଅନେକ ସମୟରେ ଚପାତିର ସ୍ବାଦ ବଢାଇବା ଏବଂ ଏହାକୁ ଅଧିକ ସ୍ବାସ୍ଥ୍ୟକର କରିବା ପାଇଁ ବାଜରା ଅଟା ସହିତ ଗହମ ଅଟାକୁ କିଛି ଭାଗ ମିଶାଯାଇଥାଏ ।

ଜୋୱାର/ସୋଗମ୍ ଅଟା:

ଜୋୱାର ଅଟା ସୋଗମ୍ ଅଟା ଭାବେ ପରିଚିତ ଯାହା ପୌଷ୍ଟିକ ଆହାର ଦେବା ସହ ସୁସ୍ବାଦ ମଧ୍ୟ ହୋଇଥାଏ। ଏଥିରେ ଭିଟାମିନ ବି12, ଥିଆମାଇନ୍, ଭିଟାମିନ୍-ଏ,ଫସଫରସ, କାଲସିୟମ, ପ୍ରୋଟିନ୍ ଭରପୁର ଥିବା ବେଳେ ଫାଇବରଯୁକ୍ତ ହୋଇଥିବାରୁ ଏହି ଅଟା ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବା, କୋଷ ଅଭିବୃଦ୍ଧି ଏବଂ କେଶ ବଢିବାରେ ସହାୟକ ହୋଇଥାଏ । ଏହା ମଧୁମେହ ପାଇଁ ଅତି ଉତ୍ତମ ଏବଂ ହଜମ ଶକ୍ତି ବଢାଇବା ଏବଂ କୋଷ୍ଠକାଠିନ୍ୟରୁ ଆରାମ ଦେବାରେ ସାହାଯ୍ୟ କରିଥାଏ । ଜୋୱାର ସାଧାରଣତଃ ଗ୍କୁଟେନ୍ ମୁକ୍ତ ହୋଇଥିବାରୁ ଯେଉଁମାନଙ୍କ ଦେହରେ ଗ୍ଲୁଟେନ୍ ଯାଏନାହିଁ ସେମାନଙ୍କ ପାଇଁ ଏହା ଗହମ ଅଟାର ପ୍ରକୃତ ବିକଳ୍ପ ।


ପର୍ଲ ମିଲେଟ୍ /ବାଜରା ଅଟା:

ସମସ୍ତ ପୌଷ୍ଟିକ ଭରା ବାଜରା ଅଟା ଯାହାକି ଅଧିକ ତାପମାତ୍ରା ରହୁଥିବା ଅଞ୍ଚଳରେ ସାାଧାରଣ ଭାବେ ବ୍ୟବହାର କରାଯାଇଥାଏ, ଯେଉଁଥିରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ ଓ ମିନେରାଲସ । ବାଜରା ଅଟାକୁ ମଧ୍ୟ ପର୍ଲ ମିଲେଟ୍ କୁହାଯାଏ ଯେଉଁଥିଲେ ପ୍ରୋଟିନ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଏବଂ ଫାଇବର ଭଳି ପୌଷ୍ଟିକତା ଭରି ହୋଇ ରହିଛି । ଏଥିରୁ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ୍-ଇ, ଭିଟାମିନ୍-ବି କଂପ୍ଲେକ୍ସ, ନିଆସିନ୍, ଥିଆମାଇନ ଏବଂ ରିବୋଫ୍ଲାଭିନ୍ ମିଳିଥାଏ । ଏହା କୋଲେଷ୍ଟ୍ରଲ ଏବଂ ରକ୍ତ ଚାପ କମାଉଥିବାରୁ ହୃଦ୍ ରୋଗ ଥିବା ଲୋକଙ୍କୁ ଏହା ଖାଇବାକୁ ସୁପାରିସ୍ କରାଯାଇଥାଏ । ଯେହେତୁ ବାଜରା ଅଟା ଶୁଖିଲା ରହେ ଚପାତିର ଉପରେ ଘିଅ ଲଗାଇବାକୁ କୁହାଯାଏ ।

ଅମରନାଥ/ରାଜଗିରା ଅଟା:

ରାଜଗିରା ହେଉଛି ଏକ ମଂଜି ଯାହାକୁ ପାଶ୍ଚାତ୍ୟ ରାଷ୍ଟ୍ରରେ ଏକ ପ୍ରକାର ସ୍ବତନ୍ତ୍ର କିସମର ଶସ୍ୟ କୁହାଯାଏ । କିନ୍ତୁ ଭାରତରେ ଏହାକୁ ଏକ ଶସ୍ୟ ଭାବେ ବିବେଚନା କରାଯାଏ ନାହିଁ । ସେଥିପାଇଁ ଉପବାସ ବେଳେ ରାଜଗିରା ଅଟା ପସନ୍ଦ କରାଯାଏ କାରଣ ଏ ସମୟରେ ଅଣ-ଶସ୍ୟ ଜାତୀୟ ଖାଦ୍ୟକୁ ଅନୁମତି ଦିଆଯାଇ ଥାଏ ।

ଏଥିରେ ପ୍ରୋଟିନ୍, କାଲସିୟମ୍, ଆଇରନ, ଜିଙ୍କ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ ଏବଂ ଭିଟାମିନ-ସି ଭରପୁର ହୋଇ ରହିଛି । ଏହି ଅଟା ହୃଦ୍ ରୋଗ, କ୍ୟାନସର ଏବଂ ଷ୍ଟ୍ରୋକ୍ ଆଦି ଦୂରାରୋଗ ନିରାକରଣରେ ସହାୟତା କରିଥାଏ । ଆର୍ଥାରିଟିସ ଭଳି ପୋଡାଜଳା ରୋଗର ଚିକିତ୍ସାରେ ମଧ୍ୟ ଏହା ସହାୟକ ହୋଇଥାଏ । ଅନେକ ଭାରତୀୟ ପରିବାର ଘରେ ମିଲେଟ ବା ବାଜରାରୁ ଅଟା ପ୍ରସ୍ତୁତ କରିଥାନ୍ତି । ବାଜରାରୁ ଅଟା ପ୍ରସ୍ତୁତ କରିବାରେ କିଛି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ଫାଇଟିକ୍ ଏସିଡକୁ ନଷ୍ଟ କରିବା ପାଇଁ ବାଜରାକୁ 5ରୁ 6 ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିବାକୁ ହେବ। ଏହାଦ୍ବାରା ଶସ୍ୟକୁ ଖାଇବା ଏବଂ ହଜମ କରିବା ସହଜ ହେବ । ଏହା ଭିଜିଯିବା ପରେ ଏହାକୁ ଖରାରେ ଶୁଖାଇବାକୁ ହେବ । ଏହା ସମ୍ପୂର୍ଣ୍ଣ ଶୁଖିଯିବା ପରେ ତାହାକୁ ପେଶାଯାଇ ଅଟାରେ ପରିଣତ କରିବାକୁ ପଡ଼ିବ ।

ଏହାର ପୌଷ୍ଟିକତା ବଢାଇବା ପାଇଁ ଆଉ ଏକ ଉପାୟରେ ବାଜରା ଅଟାକୁ ଦହି କିମ୍ବା ଘୋଳଦହିରେ ବୁଡାଇ ରଖାଯାଏ । ଏହାଦ୍ବାରା ଅଟାରେ ଥିବା ଫାଇବର ନଷ୍ଟ ହୋଇଥାଏ । ଦହି କିମ୍ବା ଘୋଳଦହିରେ ବାଜରା ଅଟା ମିଶାଇ ଦେବା କାରଣରୁ ଏହା ଦ୍ବାରା ପାକସ୍ଥଳୀ ଜନିତ ଅନେକ ରୋଗର ଉପଶମ କରିବାରେ ସହାୟକ ହୋଇଥାଏ ।

ସାଧାରଣତଃ ଋତୁରେ ପରିବର୍ତ୍ତନ ଅନୁଯାୟୀ ବାଜରାର ବିଭିନ୍ନ ପ୍ରକାର ଅଟା ଖିଆଯାଇଥାଏ । ଶୀତଦିନେ ଫିଙ୍ଗର ମିଲେଟ୍ ଏବଂ ପର୍ଲ ମିଲେଟ୍ ଏବଂ ଖରାଦିନିଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ ସୋଗମ, ବାର୍ଲି ଏବଂ ଲିଟିଲ୍ ମିଲେଟ୍ ବ୍ୟବହୃତ ହୋଇଥାଏ ।

ପ୍ରୋଟିନ୍, ଆଇରନ, କାଲସିୟମ ଏବଂ ଫାଇବରରେ ଭରପୁର ମିଲେଟ୍ ଶିଶୁଙ୍କ ପାଇଁ ଆଶ୍ଟର୍ଯ୍ୟଜନକ ଖାଦ୍ୟ ହୋଇଥାଏ । ମିଲେଟରେ ଅଧିକ ମ୍ୟାଗ୍ନେସିୟମ୍ ଥିବାରୁ ଏହା ମାଂସପେଶୀ ଶକ୍ତିଶାଳୀ କରିବା ଏବଂ ଶିରା ପ୍ରଶିରାକୁ ଠିକ୍ କାମ କରିବାରେ ସହାୟକ ବି ହୋଇଥାଏ ।

ବାଜରା ହେଉଛି ଗ୍ଲୁଟେନ ମୁକ୍ତ କିନ୍ତୁ ଏଥିରେ ଗୋଇଟ୍ରୋଜେନର କିଛି ପରିମାଣ ରହିଥାଏ ଯାହାକି ଥାଇରଏଡ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ ଏବଂ ଏହା ଅଧିକ ପରିମାଣରେ ଖାଇଲେ ଗୋଇଟ୍ରୋଜେନ୍ ବଢିଥାଏ । ଆହୁରି ମଧ୍ୟ ଅଧିକାଂଶ ବାଜରା ଶସ୍ୟରେ ଅଧିକ ପରିମାଣରେ ପ୍ରୋଟିନ୍ ଏବଂ ପୋଟାସିୟମ ଥିବାରୁ ଯେଉଁ ମାନେ କୌଣସି ପ୍ରକାର କିଡନି ରୋଗରେ ପୀଡ଼ିତ ଥାନ୍ତି ସେମାନେ ଡାକ୍ତର କିମ୍ବା ପୁଷ୍ଚିକର ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବାଜରା ଖାଇବା ଉଚିତ୍ ।


ଅଧିକ ପରାମର୍ଶ ପାଇଁ ଆପଣ -namaste@drkrutidhirwani.com ରେ ଯୋଗାଯୋଗ କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.