ETV Bharat / sukhibhava

ହୃଦଘାତ ମୃତ୍ୟୁ ଆଶଙ୍କା ବଢାଏ ଆଣ୍ଚିସାଇକୋଟିକ ଔଷଧ: ଅଧ୍ୟୟନ

author img

By ETV Bharat Odisha Team

Published : Jan 16, 2024, 12:02 PM IST

antipsychotic drugs
ଆଣ୍ଟିସାଇକୋଟିକ୍ ଔଷଧ

Risk of Cardiac Death: ହଠାତ୍ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହେବାର କାରଣ ଅନେକ ରହିଥାଏ ବୋଲି ବିବେଚନା କରାଯାଏ । ତେବେ ଏନେଇ ବୈଜ୍ଞାନିକମାନେ ଅନୁସନ୍ଧାନ ଆଧାରରେ ଦାବି କରିଛନ୍ତି ଯେ, ଆଣ୍ଟିସାଇକୋଟିକ୍ ଔଷଧ ମଧ୍ୟ ହଠାତ୍ ହୃଦ୍‌ଘାତର ଆଶଙ୍କା ବୃଦ୍ଧି କରିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ରୋଗୀଙ୍କ ସଂଖ୍ୟା । ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ନିକଟରେ ଔଷଧ ସହିତ ହୃଦଘାତର ସମ୍ପର୍କ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଆଣ୍ଚିସାଇକୋଟିକ ଔଷଧ, କ୍ୱିଟିୟାପାଇନ୍ ଏବଂ ହେଲୋପେରିଡୋଲର ବ୍ୟବହାର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି ଜଣାପଡିଛି । ଏନେଇ ରିପୋର୍ଟ ହାର୍ଟ ରିଦମ ଜର୍ନଲରେ ପ୍ରକାଶିତ ହୋଇଛି । ତେବେ ଏଭଳି ଔଷଧ ଠାରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆଣ୍ଚିସାଇକୋଟିକ ଔଷଧ ଯୋଗୁଁ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ଗତ 30 ବର୍ଷ ଧରି ଚିନ୍ତାର କାରଣ ସାଜିଛି । ତେବେ ପୂର୍ବରୁ ଏହି ଔଷଧ ବଜାରରେ ବିକ୍ରୟ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଔଷଧ ସେବନ ଦ୍ବାରା କାର୍ଡିୟାକ ଏରିଥମିୟା ମୁଖ୍ୟ କ୍ଲିନିକାଲ ସମସ୍ୟା ଭାବେ ଉଭା ହୋଇଛି । କାରଣ ଏହା ପ୍ରଥମେ ଏସିଡିଟି ସମସ୍ୟାକୁ ବୃଦ୍ଧି କରିଥାଏ । କିନ୍ତୁ ଜରୁରାକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯାଉଥିଲେ ହେଁ ଏହା ସୁରକ୍ଷିତ ବିକଳ୍ପ ନୁହେଁ ବୋଲି କୁହାଯାଇଛି ।

ନ୍ୟୁ ସାଉଥ ୱେଲ୍ସର ଭିକ୍ଟର ଚାଙ୍ଗ କାର୍ଡିଆକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜାମି ବେଣ୍ଡେନବର୍ଗ କହିଛନ୍ତି, "ଆମେରିକା ବଜାରରେ ଉପଲବ୍ଧ 41ଟି ଔଷଧ ମଧ୍ୟରୁ 5ଟି ଆଣ୍ଚିସାଇକୋଟିକ ଔଷଧ । ଯାହା ସ୍କିଜୋଫ୍ରେନିଆ ଏବଂ ସାଇକୋସିସ୍ର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ଏହି ଔଷଧ ଖାଇବା ଦ୍ବାରା ହଠାତ ହୃଦଘାତ ହେବାର ଆଶଙ୍କା ଦୁଇ ଗୁଣ ବୃଦ୍ଧି ପାଇଥାଏ ।"

ହା ମଧ୍ୟ ପଢନ୍ତୁ: ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା

ଏହି ଅନୁଧ୍ୟାନ ପାଇଁ ତାଇୱାନର ଏକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କଠାରୁ ତଥ୍ୟ ହାସଲ କରାଯାଇଥିଲା । ଯେଉଁମାନେ କ୍ୱିଟିଆପାଇନ୍ କିମ୍ବା ହାଲୋପିରିଡୋଲ ଥେରାପି ପାଇଥିଲେ ସେମାନଙ୍କ ଉପରେ ଏହି ଅନୁଧ୍ୟାନ କରାଯାଇଥିଲା । ତେବେ ରିପୋର୍ଟ ଶେଷରେ କୁହାଯାଇଛି ଯେ, ଏହି ଔଷଧ ସେବନ କରୁଥିବା ରୋଗୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ । କ୍ୱିଟିୟାପାଇନ୍ ବ୍ୟବହାର ସହିତ ଜଡିତ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ସଚେତନ ହେବା ଉଚିତ୍ । ଆଣ୍ଚିସାଇକୋଟିକ ଔଷଧ ବିଶେଷ କରି ସ୍କିଜୋଫ୍ରେନିଆ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ସାଇକୋସିସ୍ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ପ୍ରାୟତଃ ଆଲଜାଇମର ରୋଗୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.