ETV Bharat / sukhibhava

ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା

author img

By ETV Bharat Odisha Team

Published : Dec 16, 2023, 5:46 PM IST

Heart Attack in Winters: ଶୀତ ଋତୁରେ ଅସାବଧାନତା ଯୋଗୁଁ ଏହାର କୁପ୍ରଭାବ ହାର୍ଟ ଉପରେ ପଡିଥାଏ। ଜାଣନ୍ତୁ ଶୀତ ଋତୁରେ କାହିଁକି ବଢେ ହୃଦଘାତ ମାମଲା

Heart Attack in Winters
Heart Attack in Winters

ହାଇଦ୍ରାବାଦ: ଅନେକ ବ୍ୟକ୍ତିଙ୍କୁ ଶୀତ ଋତୁ ପସନ୍ଦ ହୋଇଥାଏ। ଉଷୁମ ଚା' ଠାରୁ ଆରମ୍ଭ କରି ରେଜେଇରେ ବସିବା, ଅନ୍ୟ ସ୍ଥାନକୁ ବୁଲିବାକୁ ଯିବା ସହିତ ତୁଷାରପାତର ମଜା ନେବା ପାଇଁ ପ୍ରାୟ ସମସ୍ତେ ଶୀତ ଋତୁକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଶୀତ ଋତୁ ଦ୍ବାରା ହୃଦୟ ଉପରେ କେଉଁ ପ୍ରଭାବ ପଡେ ଜାଣିଛନ୍ତି କି ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଋତୁର ପ୍ରଭାବ ହାର୍ଟ ଉପରେ ଅଧିକ ପଡିଥାଏ। ବିଶେଷକରି ଉଚ୍ଚରକ୍ତଚାପ ଏବଂ ହୃଦଘାତ ହେବାର ଆଶଙ୍କା ଣରହିଥାଏ। ତେଣୁ ହୃଦୟର ଯତ୍ନ ନେବା ଆବଶ୍ୟକ ଅଟେ ବୋଲି କୁହାଯାଇଛି।

ଏହି କାରଣରୁ ହୃଦଘାତର ଆଶଙ୍କା ବୃଦ୍ଧି ପାଏ: ଶୀତ ଋତୁରେ ବାହ୍ୟ ତାପମାତ୍ରା ଶରୀରର ତାପମାତ୍ରା ଠାରୁ କମ ରହିଥାଏ। ଏହି ତାପମାତ୍ରାକୁ ସହ୍ୟ କରିବା ପାଇଁ ଭାସୋକନଷ୍ଟ୍ରିକ୍ସନ୍ ହୋଇଥାଏ ଅର୍ଥାତ ଶିରା ସଙ୍କୁଚିତ ହୋଇଥାଏ। ରକ୍ତବାହୀ ଶିରା ସଙ୍କୁଚିତ ହେବା କାରଣରୁ ରକ୍ତଶର୍କରା ବୃଦ୍ଧି ପାଇଥାଏ। ଏହା ଦ୍ବାରା ହାର୍ଟ ରକ୍ତକୁ ପମ୍ପ କରିବାରେ ଅସୁବିଧା ହୋଇଥାଏ। ଯାହା ହୃଦଘାତର କାରଣ ହୋଇପାରେ। ରକ୍ତବାହୀ ସଙ୍କୁଚିତ ହେବା କାରଣରୁ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ଅଧିକ ରହିଥାଏ। ଯେଉଁ କାଣରୁ ଠିକ ସମୟରେ ହୃଦୟକୁ ରକ୍ତ ପହଞ୍ଚିପାରେ ନାହିଁ। ଏହାସହିତ ଶୀତ ଋତୁରେ ଶାରୀରିକ କାର୍ଯ୍ୟକଳାପ କମ ହୋଇଯାଇଥାଏ। ଚର୍ବିଯୁକ୍ତ ଖାଦ୍ୟ ଖାଇବା ସହିତ ବ୍ୟାୟାମର ଅଭାବ କାରଣରୁ ଓଜନ ସହିତ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ। ଏହି ସମସ୍ତ କାରଣରୁ କେବଳ ହୃଦଘାତ ନୁହେଁ ବରଂ ଉଚ୍ଚରକ୍ତଚାପ, ଷ୍ଟ୍ରୋକର ଆଶଙ୍କା ମଧୟ ବୃଦ୍ଧି ପାଇଥାଏ। ତେଣୁ ବିଶେଷକରି ଶୀତ ଋତୁରେ ଶରୀରର ଯତ୍ନ ନେବା ଜରୁରୀ ବୋଲି କୁହାଯାଇଛି।

ହାର୍ଟ ଆଟାକର ଲକ୍ଷଣ:

ଛାତିରେ ଯନ୍ତ୍ରଣା ହେବା

ନିଶ୍ବାସ ନେବାରେ ଅସୁବିଧା

ଅତ୍ୟଧିକ ଝାଳ ବାହାରିବା

ଛାତିର ଯନ୍ତ୍ରଣା ପରବର୍ତ୍ତି ସମୟରେ କାନ୍ଧ କିମ୍ବା ଜଘଂରେ ପହଞ୍ଚିବା

ବେହୋସ ହୋଇଯିବା

ବାନ୍ତି ଲାଗିବା

ଏହା ମଧ୍ୟ ପଢନ୍ତୁ: ହୃଦଘାତର ଶିକାର ହୋଇଥିବା ଶ୍ରେୟସଙ୍କ ହେଲା ଆଞ୍ଜିଓପ୍ଲାଷ୍ଟି, ଜାଣନ୍ତୁ ଏହା କଣ

ଏହି କାର୍ଯ୍ୟରୁ ଦୂରେଇ ରହିବା ଉଚିତ:

  • ଶୀତ ଋତୁରେ ଥଣ୍ଡିବାରୁ ବର୍ତ୍ତିବା ପାଇଁ ସମସ୍ତେ ପ୍ରାୟ ଗୋଟିଏ ସ୍ଥାନରେ ବସି ଥାଆନ୍ତି। କିନ୍ତୁ ଏହା ହାର୍ଟ ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି। ତେଣୁ ଗୋଟିଏ ସ୍ଥାନେର ଦୀର୍ଘ ସମୟ ବସିବା ଠାରୁ ଦୂରେଇ ରହିବା ଉଚିତ।
  • ଅଧିକ ଥଣ୍ଡା ଯୋଗୁଁ ମଦ୍ୟପାନ କରି ଶରୀରକୁ ଗରମ ରଖିବା ଏକ ଉତ୍ତମ ଅଭ୍ୟାସ ବୋଲି ସମସ୍ତେ ଭାବି ଥାଆନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଇଛି।
  • ଶୀତ ଋତୁରେ ଅଧିକ ଚର୍ବି ଏବଂ ଶର୍କରା ଯୁକ୍ତ ଖାଦ୍ୟ ଖାଇବା ସମସ୍ତଙ୍କର ପସନ୍ଦ ହୋଇଥାଏ। କିନ୍ତୁ ଏହା ହାର୍ଟ ଉପରେ କୁପ୍ରଭାବ ପକାଇଥାଏ। ଏହାସହିତ ଅଧିକ ଲୁଣ ଖାଇବା ଦ୍ବାରା ମଧ୍ୟ ରକ୍ତଚାପ ବୃଦ୍ଧି ପାଇଥାଏ। ଏହି କାରଣରୁ ଖାଦ୍ୟରେ ଲୁଣର ପରିମାଣକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କୁହାଯାଇଛି।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ସୂଚନା ଆଧାରିତ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.