ଓଡିଶା

odisha

Horoscope: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଘାତବାର, ସବୁ କାର୍ଯ୍ୟରେ ହେବେ ବିଫଳ

By

Published : Aug 23, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ଆପଣ ଆଜି ଭାଗ୍ୟଶାଳୀ ମନେ କରିବେ। ଆପଣଙ୍କ ପାଇଁ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ଗଚ୍ଛିତ ରହିଛି। ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ ପ୍ରଶଂସିତ ହେବ । ଅବଶ୍ୟ, ଆପଣଙ୍କର ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।

ବୃଷ: ସୁନ୍ଦର ମନୋବୃତ୍ତିର ଆଜି ଆପଣଙ୍କୁ ପ୍ରଶଂସିତ କରିପାରେ। ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ମନ ଶାନ୍ତ ରହିବ। କୌତୁହଳରେ ସମୟ ବିତିବ। ବ୍ୟସ୍ତତା ଭିତରେ ସଫଳତା ପାଇବେ। ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସୀ ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଏବଂ ଆନନ୍ଦ ଦେବ।

ମିଥୁନ:ନିଜ ପରିବାରକୁ କିଛି ସମୟ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦିଆଯାଉଛି। ଅଫିସରେ ସମସ୍ୟା ଦେଖାଦେଇପାରେ। ଦୂର ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଚାକିରିକୁ ନେଇ ଚିନ୍ତା କରୁଥିଲେ ମଧ୍ୟ ଆଜି କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିସ୍ଥିତିକୁ ଆପଣାଇ କାମ କରି ଚାଲନ୍ତୁ। କୋର୍ଟ କଚେରୀ କାମ ଠାରୁ ଦୂରେଇ ରୁହନ୍ତି। ପରିବାରରେ କଳହ ହୋଇପାରେ। କିନ୍ତୁ ସନ୍ଧ୍ୟାରେ ଭଲ ସମୟ ଆସିପାରେ। ସାଙ୍ଗସାଥିଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି। ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ, ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇପାରେ।

କନ୍ୟା:ଆଜି ମିଠା କଥାରେ ସମସ୍ତଙ୍କୁ ଆକୃଷ୍ଟ କରିବେ। ଆଜି ଇଚ୍ଛା ମୁତାବକ ସଫଳତା ପାଇବେ। ଆପଣଙ୍କ ସ୍ବଭାବକୁ ନେଇ ପ୍ରଶଂସିତ ହେବେ। ଅନ୍ୟମାନଙ୍କ ଇର୍ଷା ଆପଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଆଜି ବୈବାହିକ ଜୀବନରେ ହସଖୁସି ଫେରିବ।

ତୁଳା: ଆପଣ ଅତ୍ୟନ୍ତ ଯତ୍ନଶୀଳ ହୋଇ କାର୍ଯ୍ୟ କରନ୍ତୁ। ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ, ଆଜି, ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ। ବ୍ୟବସାୟରେ ସଫଳତା ପାଇବେ।

ବିଛା: ଆପଣଙ୍କ ଭଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଙ୍ଗ୍‌ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନକରି ଯୋଜନାକୁ ପରିବର୍ତ୍ତନ କରନ୍ତୁ।

ଧନୁ: ଆଜି ଏକ ଶୁଭ ଦିନ ହେବାକୁ ଯାଉଛି ଏବଂ ବ୍ୟବସାୟରେ ଆପଣ ଲାଭ ପାଇପାରିବେ। ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି। ରାତ୍ରୀ ସମୟରେ ପରିବାର ସହିତ ବାହାରକୁ ଖାଇବାକୁ ଯାଇପାରନ୍ତି। ଅଫିସରେ ମଧ୍ୟ ପ୍ରଶଂସିତ ହେବେ।

ମକର: ଆପଣ ନିଜକୁ ଭାଗ୍ୟଶାଳୀ ମନେ କରିବେ। ପାରିବାରିକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ଆପଣଙ୍କ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଏକ ପ୍ରେମଭରା ମିଳନ ଆପଣଙ୍କ ହୃଦୟ ଏବଂ ଆତ୍ମାକୁ ଶାନ୍ତି ପ୍ରଦାନ କରିବ। ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ।

କୁମ୍ଭ: ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ପ୍ରତିଯୋଗୀଙ୍କୁ ନେଇ ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି। ମାନସିକ ଶାନ୍ତି ବଜାୟୀ ରଖିବା ପାଇଁ ଯୋଗ ବ୍ୟାୟାମ କରନ୍ତୁ।

ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପ ଦ୍ବାରା ଅସୁବିଧାରେ ପଡିପାରନ୍ତି। ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତରେ ରଖନ୍ତୁ। ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ବେଆଇନ କାର୍ଯ୍ୟକଳାପରେ ନିଜକୁ ଜ଼ଡିତ କରନ୍ତୁ ନାହିଁ। ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ। ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି। ମୂଲ୍ୟହିନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ।

ABOUT THE AUTHOR

...view details