ଓଡିଶା

odisha

Assembly News: ୧୦ ବର୍ଷରେ ରାଜ୍ୟରେ ୩ ନଦୀବନ୍ଧ ଯୋଜନା

By

Published : Dec 2, 2022, 8:43 AM IST

୧୦ ବର୍ଷ ମଧ୍ୟରେ ରାଜ୍ୟରେ ତିନୋଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି । ବିଧାନସଭାରେ ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

Assembly News: ୧୦ ବର୍ଷରେ ରାଜ୍ୟରେ ୩ ନଦୀବନ୍ଧ ଯୋଜନା
Assembly News: ୧୦ ବର୍ଷରେ ରାଜ୍ୟରେ ୩ ନଦୀବନ୍ଧ ଯୋଜନା

ଭୁବନେଶ୍ବର: ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ତିନୋଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି । ଆଗାମୀ ଦିନରେ ଆଉ ୩୧ଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବାର ଯୋଜନା ରହିଛି । ବିଧାନସଭାରେ ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ(Minister Tukuni Sahu) । ମନ୍ତ୍ରୀ କହିଛନ୍ତି ଯେ, ''ଗତ ୧୦ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ନଦୀବନ୍ଧ ଯୋଜନା ମଧ୍ୟରେ କଙ୍କଡାଜୋର ନାଳା ଉପରେ ଟିଟିଲାଗଡ ନଦୀବନ୍ଧର ତୃତୟ ପର୍ଯ୍ୟାୟ, ଇନ୍ଦ୍ର ନଦୀ ଉପରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଦେଓ ନଦୀ ଉପରେ ଦେଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।''

ଏହାମଧ୍ୟ ପଢନ୍ତୁ: Assembly News: ରାଜସ୍ୱ ଗାଁ ମାନ୍ୟତା ନେଇ ପ୍ରଶ୍ନକାଳରେ ଉଦବେଗ, ଉତ୍ତର ରଖିଲେ ପ୍ରମିଳା

ଆଗାମୀ ଦିନରେ ରାଜ୍ୟରେ ଆଉ ୩୧ଟି ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହେବାର ଯୋଜନା ରହିଛି । ଏହିସବୁ ପ୍ରକଳ୍ପ ମଧ୍ୟରେ ବଂଶଧାରା ଉପରେ ଲୋୟର ବଂଶଧାରା ଡ୍ୟାମ, ଅଙ୍ଗ ନଦୀରେ ଅଙ୍ଗ ପ୍ରକଳ୍ପ, ମହାନଦୀରେ ତେଲିଜୋର, ଲକ୍ଷ୍ମୀପଥର, ଇବ୍‍, ଜୀରା ନଦୀରେ ଜୀରା ପ୍ରକଳ୍ପ, କୋଲାବରେ ମିଡିଲି କୋଲାବ ଡ୍ୟାମ, ନାଗାବଳୀରେ ଲୋୟର ନାଗାବଳୀ ପ୍ରକଳ୍ପ ଆଦି ରହିଥିବା ଜଳସମ୍ପଦ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details