ETV Bharat / state

Assembly News: ରାଜସ୍ୱ ଗାଁ ମାନ୍ୟତା ନେଇ ପ୍ରଶ୍ନକାଳରେ ଉଦବେଗ, ଉତ୍ତର ରଖିଲେ ପ୍ରମିଳା

author img

By

Published : Dec 1, 2022, 9:14 PM IST

Updated : Dec 2, 2022, 8:48 AM IST

Assembly News: ରାଜସ୍ବ ଗାଁ ମାନ୍ୟତା ନେଇ ପ୍ରଶ୍ନକାଳରେ ଉଦବେଗ, ଉତ୍ତର ରଖିଲେ ପ୍ରମିଳା
Assembly News: ରାଜସ୍ବ ଗାଁ ମାନ୍ୟତା ନେଇ ପ୍ରଶ୍ନକାଳରେ ଉଦବେଗ, ଉତ୍ତର ରଖିଲେ ପ୍ରମିଳା

ରାଜସ୍ବ ଗାଁ ମାନ୍ୟତା ସମସ୍ୟା ନେଇ ଆଜି ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କରିଛନ୍ତି ସବୁ ଦଳର ବିଧାୟକ । ଏନେଇ ଗୃହରେ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନ (Winter Session of Odisha Assembly)ର ସପ୍ତମ ଦିନରେ ରାଜସ୍ବ ଗାଁ ମାନ୍ୟତା ନେଇ ପ୍ରଶ୍ନକାଳରେ ପ୍ରକାଶ ପାଇଛି ଉଦବେଗ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ରାଜସ୍ବ ଗାଁ ମାନ୍ୟତା ନେଇ ଦେଖାଯାଉଥିବା ସମସ୍ୟା ନେଇ ସବୁ ଦଳର ବିଧାୟକ ଉଦବେଗ ପ୍ରକାଶ କରିବା ପରେ ଗୃହରେ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜସ୍ବ ଗାଁ ମାନ୍ୟତା ମାମଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖୁବଶୀଘ୍ର ପଦକ୍ଷେପ ନେବି ବୋଲି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସମୁଦାୟ ୫୧,୭୨୭ ଗାଁ ଅଛି । ଏଥିରୁ ୫୫୧୫ ପଡା ଗାଁ ରହିଛି । ଯେଉଁଥିରୁ ୬୬୫ ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯାଇଛି । ୯୯୮ ଗାଁର ସଠିକ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ବ ମାନ୍ୟତାରୁ ରବ୍ଦ କରାଯାଇଛି । ଅବଶିଷ୍ଟ ୩୩୫୨ ଗାଁର ରାଜସ୍ବ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତା ପରେ ଚକବନ୍ଦୀକୁ ପଠାଯିବ । ପଡା ଗାଁରେ ରହୁଥିବା କୌଣସି ବ୍ୟକ୍ତି ସରକାରୀ ସୁବିଧାରୁ ବଞ୍ଚିତ ହେବା ଖବର ନାହିଁ । ୨୫୦ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ରାଜସ୍ବ ମାନ୍ୟତା ମିଳେ ।" ପଡା ଗାଁର ଦୂରତ୍ବ, ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାଜସ୍ବ ଗାଁର ମାନ୍ୟତା ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଏହା ବି ପଢନ୍ତୁ- Winter Session of Odisha Assembly: ଶିକ୍ଷକଙ୍କ ପ୍ରସଙ୍ଗ ନେଇ ଆଜି ପୁନର୍ବାର ହଙ୍ଗାମା

ବିଭିନ୍ନ ଜିଲ୍ଲାରେ ରାଜସ୍ବ ଗାଁର ସୀମା ନିର୍ଧାରଣ ବେଳେ ପ୍ରାଧିକୃତ ସରକାରୀ ଅଧିକାରୀଙ୍କ ତ୍ରୁଟି ଯୋଗୁ ବିନା ନକ୍ସାରେ କିସମ ପରିବର୍ତ୍ତନ ହୋଇପାରୁ ନାହିଁ । ଏ ଦିଗରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସମଧାନ କରିବାକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହକୁ ଅବଗତ କରିଛନ୍ତି । ଖୁବଶୀଘ୍ର ସମସ୍ତ ଜିଲ୍ଲାପାଳଙ୍କୁ ନେଇ ବୈଠକ ଡାକିବେ ରାଜସ୍ବ ମନ୍ତ୍ରୀ । ରାଜସ୍ବ ଗାଁ ମାନ୍ୟତା ପାଇଁ ପେଣ୍ଡିଂ ମାମଲା ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜସ୍ବ ମନ୍ତ୍ରୀ ଆଜି ଗୃହରେ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 2, 2022, 8:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.