ଓଡିଶା

odisha

Odisha Assembly: ଛତିଶଗଡ ସରକାରଙ୍କ ଇଚ୍ଛାଶକ୍ତି ଆଗରେ ନବୀନଙ୍କ ଇଛାଶକ୍ତି ଦୁର୍ବଳ: ମୋହନ ମାଝୀ

By

Published : Mar 17, 2023, 9:40 PM IST

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟରେ ଲମ୍ବା ସମୟ ଧରି ସ୍ଥିର ସରକାର ରହିଛି । ରାଜନୈତିକ ସ୍ଥିରତା ଅଛି। କେନ୍ଦ୍ରର ହସ୍ତକ୍ଷେପ ନାହିଁ। କିନ୍ତୁ ବିକାଶ ସ୍ଥିତି କଣ? ଅଧିକ ପଢନ୍ତୁ

Etv Bharat
Etv Bharat

ଛତିଶଗଡ ସରକାରଙ୍କ ଇଚ୍ଛା ଶକ୍ତି ଆଗରେ ନବୀନଙ୍କ ଇଛାଶକ୍ତି ଦୁର୍ବଳ: ମୋହନ ମାଝୀ

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି । ଆଜି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଆର୍ଥିକ ବର୍ଷ 2023- 24 ପାଇଁ ବିଭାଗର ମୋଟ ୧୦୭୨୩ କୋଟି ୯୯ଲକ୍ଷ ୯୯ ହଜାର ଟଙ୍କାର ଖର୍ଚ୍ଚଦାବି ଉପସ୍ଥାପନ କରିଛନ୍ତି । ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ରାଜ୍ୟରେ ଲମ୍ବା ସମୟ ଧରି ସ୍ଥିର ସରକାର ରହିଛି । ରାଜନୈତିକ ସ୍ଥିରତା ଅଛି। କେନ୍ଦ୍ରର ହସ୍ତକ୍ଷେପ ନାହିଁ। କିନ୍ତୁ ବିକାଶ ସ୍ଥିତି କଣ? ୨୩ବର୍ଷ ହେଲା ବିଜେଡି ଶାସନ ଚାଲିଛି। ୨୩ବର୍ଷରେ ସରକାର ବିକାଶ ଦେଖେଇବା କଥା। ସୁବର୍ଣ୍ଣଯୁଗ କେମିତି ଚାଲିଛି ତାର ଚିତ୍ର ରଖିବା କଥା । କିନ୍ତୁ ଏଠି ସ୍ଥିତି ବଡ ବିଚିତ୍ର। ଓଡ଼ିଶାରେ ବିକାଶ ବିଫଳ ହୋଇଛି । ବିଭିନ୍ନ ରିପୋର୍ଟରେ କେବଳ ବିବରଣୀ ଲେଖାଯାଉଛି। ହେଲେ କେତେ ଜଳ ସଂରକ୍ଷିତ ରଖିଲେ, କେତେ ଜଳସେଚନ କଲେ ତାର ସୂଚନା ସରକାରଙ୍କ ପାଖରେ ନାହିଁ। ମୟୂରଭଞ୍ଜର ଡେଉ ପ୍ରକଳ୍ପ କାମ ଶେଷ ହୋଇନାହିଁ। କେନାଲ ଖଣ୍ଡିଆ ହୋଇ ପଡ଼ିରହିଛି ।

୧୩ ରୁ ୪୩ବର୍ଷ ଭିତରେ ଅନେକ ଛୋଟ ବଡ଼ କ୍ଷୁଦ୍ର ବୃହତ ଜଳ ସେଚନ ପ୍ରକଳ୍ପ ଚାଲିଛି । କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ ବାରମ୍ବାର ଅଟକଳ ହୋଇଛି କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ କେବଳ ଅଟକଳରେ ୧୭୦୦୦ କୋଟି ବୃଦ୍ଧି ପାଇଛି। ଏଥିପାଇଁ ଦାୟୀ କିଏ। ଲୋୟର ସୁକେତ ପ୍ରକଳ୍ପ ପାଇଁ ୨୦୦୧ରେ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳ ଥିଲା। ଏବେ ୨୫୦୦କୋଟି ଟଙ୍କାରେ ପହଞ୍ଚିଲାଣି । କାହିଁକି ସରୁନାହିଁ ପ୍ରକଳ୍ପ କାମ । କିଏ ଦାୟୀ । ୨୦୦୬ରେ ଆନନ୍ଦପୁର ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ୫୮୧ କୋଟି ଟଙ୍କା। ଏବେ ଏହା ୨୯୦୫ କୋଟି ଟଙ୍କାରେ ପହଞ୍ଚିଲାଣି। କେଉଁ ଅଧିକାରୀଙ୍କ ପାଇଁ କାମ ବିଳମ୍ବ ହେଲା ସେହି ଅଧିକାରୀମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି ମନ୍ତ୍ରୀ କହିବେ କି। ମୋହନ ଅଭିଯୋଗ କରିଛନ୍ତି ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି ଅଫିସର ଗୋଟିଏ କଥା କହୁଛନ୍ତି। ତାଳମେଳ ରହୁନାହିଁ। କାହା ତଥ୍ୟ ଠିକ ମନ୍ତ୍ରୀଙ୍କର ନା ଅଫିସରଙ୍କ? ମହାନଦୀରେ କେତେ ପାଣି ବୋହି ଯାଉଛି ତାକୁ ଅଟକା ଯାଉନାହିଁ। ରାଜ୍ୟ ସରକାରକ ଫେଲ ମାରିଛନ୍ତି। ଛତିଶଗଡର ନିଷ୍ପତି ଓଡ଼ିଶା ପାଇଁ ବିପଦ ହୋଇଛି। ଟ୍ରିବୁନାଲ ରାୟକୁ ଅପେକ୍ଷା କରି ବସିବା ସାରା ହୋଇଛି । ରାୟ ଆସିବାକୁ ୩୦ ବର୍ଷ ଲାଗିଲେ ଆମେ କଣ ସେମିତି ଅପେକ୍ଷା କରି ବସିବା କି? ଛତିଶଗଡ ଉପରମୁଣ୍ଡରେ ବ୍ୟାରଜ ନିର୍ମାଣ କରି ପାଣିକୁ ଅଟକାଇଲ । ଓଡିଶା ସରକାର କଣ କଲେ ? ଆମ ସରକାର ୨୩ ବର୍ଷରେ ଗୋଟିଏ ବି ବ୍ୟାରଜେ କରି ପାରିଲେ ନାହିଁ। ଛତିଶଗଡ ସରକାରଙ୍କ ଇଚ୍ଛା ଶକ୍ତି ଆଗରେ ନବୀନଙ୍କ ଇଛାଶକ୍ତି ଦୁର୍ବଳ। ଓଡ଼ିଶାରେ ଚାଷୀ ସହିତ ଲୋକ ବି କ୍ଷତିଗ୍ରସ୍ତ ହେଉଛନ୍ତି କୌଣସି ଜଳନୀତି ଘୋଷଣା ହୋଇପାରିଲା ନାହିଁ। କମ ପାଣିରେ ଜଳ ସେଚନ କେମିତି ହେବ ସେ କଥା ସରକାର ଚିନ୍ତା କରୁନାହାଁନ୍ତି। ସରକାର ଯାହା କହୁଛନ୍ତି ତାହା କେବଳ ଧର୍ମକୁ ଆଖିଠାର ।

ଏହାବି ପଢନ୍ତୁ- Odisha Assembly: ବିଦ୍ୟୁତ ବଳକା ରାଜ୍ୟରେ ବିଦ୍ୟୁତ ଦର ବଢୁଛି କାହିଁକି: ବିରୋଧୀ

ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ‘‘2021 ମସିହାରେ 66 ଲକ୍ଷ 88 ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ସରକାର 23 ହଜାର 242 ଲକ୍ଷ 33ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖିଛନ୍ତି । ନଦୀରେ ବୋହିଯାଉଥିବା ବନ୍ୟାଜଳକୁ ରୋକିବା ପାଇଁ ରାଜ୍ୟ ସରକାର 46 ଟି ପ୍ରକଳ୍ପ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟ 30ଟି ପ୍ରକଳ୍ପରୁ 28କାର୍ଯ୍ୟ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟରେ 4 ଟିର ଟେଣ୍ଡର ସରିଛି। ଲୁଣା ପାଣିରୁ ଚାଷ ଜମି କୁ ରକ୍ଷା କରିବା ପାଇଁ ଲୁଣା ବନ୍ଦ କରିବା ପାଇଁ ସରକାର ଯୋଜନା କରିଛନ୍ତି। ସେଥିରେ 7 ହଜାର 73 ବର୍ଗ କିଲୋମିଟର ଲୁଣା ବନ୍ଦ ନିର୍ମାଣ କରାଯିବ। ବାଲେଶ୍ଵର , ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାବାସୀ ଉପକୃତ ହେବ। 150 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 314 ବ୍ଲକରେ 2022 ମସିହାରେ ଭୂତଳ ଜଳ ସ୍ତର ଜାଣିବା ନିମନ୍ତେ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ 314 ବ୍ଲକରୁ 8ଟି ରେ ସେମି କ୍ରିଟିକାଲ ଓ 6ଟି ବ୍ଲକରେ ସାଲାଇନ ୱାଟର ଥିବା ଜଣାପଡ଼ିଛି।"

ମୁଖ୍ୟମନ୍ତ୍ରୀଙ୍କ ଆଡି ବନ୍ଧ ଯୋଜନାରେ ରାଜ୍ୟରେ 500 ଗୋଟି ଚେକ ଡ୍ୟାମ ନିମନ୍ତେ 181କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଗୃହରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ । ଜଳ ସମ୍ପଦ ବିଭାଗର ଖର୍ଚ୍ଚଦାବି ଗୃହୀତ ହେବା ପରେ ବିଧାନସଭାକୁ ଆସନ୍ତା କାଲି 10. 30 ଯାଏଁ ମୁଲତବୀ ଘୋଷଣା ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details