ETV Bharat / state

ପାଣି ପାଇଁ ରାସ୍ତାରେ ରତ୍ନପୁରବାସୀ, ଗରା-ବାଲଟି ଧରି ବସିଲେ ଧାରଣାରେ - Road Block For Water

author img

By ETV Bharat Odisha Team

Published : May 23, 2024, 5:25 PM IST

Water Problem in Ratnapur: ପାନୀୟ ଜଳ ସମସ୍ୟାରେ ଜୁଝି ହେଉଛନ୍ତି ରତ୍ନପୁର ଗ୍ରାମବାସୀ । ପାଣି ଯୋଗାଇବା ଦାବିରେ ରାସ୍ତା ରୋକ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

Water Problem in Ratnapur
Water Problem in Ratnapur (ETV Bharat Odisha)

Water Problem in Ratnapur (ETV Bharat Odisha)

ବ୍ରହ୍ମପୁର: ଥମିବାର ନାଁ ନେଉନି ପାଣି ସମସ୍ୟା । ରାଜ୍ୟ ସରକାର ଘରକୁ ଘର ପିଇବା ପାଣି ପହଞ୍ଚାଇବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି । ଏଥିପାଇଁ କେଉଁଠି ବୋରୱେଲ ତ ଆଉ କେଉଁଠି ନଦୀ ବନ୍ଧ ନିର୍ମାଣ କରୁଛନ୍ତି । ହେଲେ ଏତେ ଯୋଜନା ପରେ ମଧ୍ୟ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ । ଯାହାର ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରତ୍ନପୁର ଗ୍ରାମବାସୀ । ନିୟମିତ ଭାବରେ ପାନୀୟ ଜଳ ଯୋଗାଇବା ସହିତ ଗ୍ରାମରେ ଗତ 15 ଦିନ ଧରି ଲାଗିରହିଥିବା ଜଳ ସମସ୍ୟାର ସମାଧାନ କରିବା ଦାବିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ ।

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ମେଗା ଜାନିବିଲି ପାନୀୟ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ମାନେ ପାନୀୟ ଜଳ ପାଇ ପାରୁନଥିବା ନେଇ ଅନେକ ଥର ଅଭିଯୋଗ କରି ଆସୁଥିଲେ । ତେବେ ଗତ କିଛ ଦିନ ଧରି ପାନୀୟ ଜଳ ଆସୁନଥିବା ଯୋଗୁ ଅଞ୍ଚଳବାସୀ ନାନା ହଇରାଣ ହରକତ ହେବା ସହିତ ଏହାର ସମାଧାନ କରିବା ପାଇଁ ବାରମ୍ୱାର ଅବଗତ କରିଥିଲେ । ହେଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏନେଇ କୌଣସି ସ୍ଥାୟୀ ସମାଧାନ ନକରିବାରୁ ଶେଷରେ ଗ୍ରାମବାସୀ ମିଳିତ ଭାବରେ ରାସ୍ତାରୋକ କରିଥିବା କହିଛନ୍ତି ।

ସେପଟେ ଗ୍ରାମବାସୀଙ୍କ ଆନ୍ଦୋଳନ ପରେ ଘଟଣାସ୍ଥଳରେ କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାଃ ପଲ୍ଲବୀ ସ୍ୱାଇଁ, ଥାନା ଅଧିକାରୀଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ମାନେ ଆସି ପହଞ୍ଚିଥିଲେ । ଅଞ୍ଚଳ ବାସିନ୍ଦାଙ୍କୁ ସେମାନଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇଥିଲେ ପ୍ରଶାସନିକ ଅଧିକାରୀ । ତା’ ସହିତ ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ । ରାସ୍ତା ଅବରୋଧ ଯୋଗୁଁ ଆସିକା- ବ୍ରହ୍ମପୁର ରାସ୍ତାରେ ବହୁ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ..‘ପାଣି ସମସ୍ୟାର ସମାଧାନ ହେଲାନି, ଆମେ ଏଥର ଭୋଟ ଦେବୁନି’ - Boycott Voting

ଏହା ମଧ୍ୟ ପଢ଼ନ୍ତୁ.. ମୌଳିକ ସୁବିଧାରୁ ବଞ୍ଚିତ ଡିମିରିପାଲି ଗ୍ରାମବାସୀ, ଭୋଟ ନଦେବାକୁ ଚେତାବନୀ - Villagers Boycott Election

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.