ETV Bharat / state

ଆଠମଲ୍ଲିକରେ ବିଜେଡି-ବିଜେପି ମୁହାଁମୁହିଁ, ଗଣ୍ଡ ସମାଜ ଭୋଟକୁ ନେଇ ଶାସକ ଦଳକୁ ଟାର୍ଗେଟ କଲା ବିଜେପି - BJP Pressmeet

author img

By ETV Bharat Odisha Team

Published : May 23, 2024, 4:58 PM IST

BJP Pressmeet: ଗଣ୍ଡ ସମାଜର ଭୋଟ୍ ପାଇଁ ଆଠମଲ୍ଲିକରେ ବିଜେଡି ବିଜେପି ମୁହାଁମୁହିଁ । କିଏ ହାତେଇବ ଏହି ସମାଜର ଭୋଟ୍ ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଏଭଳି ସ୍ଥିତିରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବିଧାୟକ ରମେଶ ସାଏ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ଗଣ୍ଡ ସମାଜ ଭୋଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି
ଗଣ୍ଡ ସମାଜ ଭୋଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି (ETV Bharat Odisha)

ଅନୁଗୋଳ: ବର୍ତ୍ତମାନ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସରଗରମ ରହିଛି ରାଜ୍ୟ ରାଜନୀତି । ଦୁଇଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆସନ୍ତା ୨୫ରେ ହେବ ତୃତୀୟ ପର୍ଯ୍ୟାୟ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗଣ୍ଡ ସମାଜର ଭୋଟ୍ ନେଇ ଆଠମଲ୍ଲିକରେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ଆଠମଲ୍ଲିକର ବିଧାୟକ ରମେଶ ଚନ୍ଦ୍ର ସାଏ ବୁଧବାର ଅନୁଗୋଳରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଛନ୍ତି ।

ଗଣ୍ଡ ସମାଜ ଭୋଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି (ETV Bharat Odisha)

ସେ ଏହି ପ୍ରେସମିଟରେ ଜଣାଶୁଣା ଦୈନିକ ଖବରକାଗଜରେ ନିକଟରେ ପ୍ରକାଶ ହୋଇଥିବା "ବିକାଶ ପାଇଁ ଭୋଟ ମାଗିଲେ ସଦାଶିବ" ଶୀର୍ଷକ ସମ୍ବାଦକୁ ଖଣ୍ଡନ କରିଛନ୍ତି । ସୂଚନା ଅନୁସାରେ, ଏଥିରେ ଲେଖାଥିଲା ଯେ, ବିଧାୟକ ରମେଶ ସାଏ ବିଜେଡିରେ କୋଣ ଠେସା ହୋଇ ଟିକେଟରୁ ବଞ୍ଚିତ ହୋଇ ବିଜେଡ଼ିକୁ ବିରୋଧ କରୁଛନ୍ତି । ଯାହା ସଦାଶିବ ନାୟକଙ୍କର ପ୍ରଚାରରେ ପୂର୍ବ ସ୍ଥିତିରେ ସୁଧାର ଆସିଛି ବୋଲି ପ୍ରକାଶ ପାଇଥିଲା ।

ଏ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ରମେଶ ସାଏ କହିଛନ୍ତି,''ଏ ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ପରିକଳ୍ପିତ । ସଦାଶିବ ନାୟକ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ତଥା ନିଜ ସ୍ୱାର୍ଥ ହାସଲ ପାଇଁ ଗଣ୍ଡ ସମାଜକୁ ମୋହରା କରିଛନ୍ତି ଏବଂ ଗଣ୍ଡ ସମାଜକୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରିଛନ୍ତି । ଗଣ୍ଡ ସମାଜ କେବେବି ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ କ୍ଷମା ଦେବ ନାହିଁ ବୋଲି ସାଏ କହିଛନ୍ତି ।''

ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି, ''ମୁଁ ଆପଣଙ୍କୁ ସାମ୍ବାଦିକ ସମ୍ମିଳନୀ ପାଇଁ ନୁହେଁ ବରଂ ସମ୍ବଲପୁରକୁ ବଞ୍ଚିବାକୁ ଆହ୍ଵାନ ଦେବାକୁ ଆପଣଙ୍କୁ ଡାକିଛି । ମୁଁ ବିଜେଡିରୁ ଜିତି ବିଧାୟକ ହୋଇଥିଲି । ହେଲେ ଏବେ ବିଜେଡି ଛାଡି ବିଜେପିରେ ଅଛି । ବିଜେଡିର ନେତାଙ୍କୁ ଗୁରୁତ୍ୱ ମିଳେନି । ବିଜେଡି ଏବେ ରାଜନୈତିକ ଦଳ ନୁହେଁ । ଏକ କର୍ପୋରେଟ ହାଉସରେ ପରିଣତ ହୋଇଛି । କାରଣ ଏଠି ନେତାଙ୍କୁ କମ ବ୍ୟବସାୟୀଙ୍କୁ ଅଧିକ ଗୁରୁତ୍ୱ ମିଳୁଛି । ନବୀନ ବାବୁ ଏବେ ହାଇଯାକ- ମୁଁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଛି । ହେଲେ ଭେଟି ପାରି ନାହିଁ । ଯେଉଁ ଦଳରେ ବିଧାୟକଙ୍କ ଏପରି ଅବସ୍ଥା ସେଠି ସାଧାରଣ ଲୋକଙ୍କ କଥା କଣ ହେବ ।

ସେ ଆହୁରି କହିଛନ୍ତି, ଏବେ ନୂଆ ନେତା ହୋଇଥିବା ପାଣ୍ଡିଆନ ବାବୁ ଜଣେ ବଡ ମିଛୁଆ । ଆଉ ନେତାଙ୍କୁ ଚାକର କରି ରଖିବା ତାଙ୍କ ପ୍ରକୃତି । ଧର୍ମେନ୍ଦ୍ର ବାବୁ ଏ ମାଟିର ପୁଅ। ପଶ୍ଚିମ ଓଡ଼ିଶାକୁ ସବୁବେଳେ ଭକୁଆ ଭାବୁଥିବା ଉଡ଼ନ୍ତା ନେତା ଆମ ନେତା ୧୦ କୋଟି ମା ଆଖିରୁ ଲୁହ ପୋଛିଥିବା ଉଜ୍ଜଲା ମ୍ୟାନ୍ ଓଡ଼ିଶାର ରତ୍ନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି କରୁଛନ୍ତି। ଏହାର ଉଚିତ ଜବାବ ଆପଣ ୪ତାରିଖରେ ଦେଖିବେ। ଆଉ ସମ୍ବଲପୁର ବାସୀଙ୍କୁ ଭକୁଆ ଭାବୁଥିବା ନେତାଙ୍କୁ ସବୁ ଦିନ ପାଇଁ ରାଜନୀତିରୁ ବାହାର କରି ଦେବେ ବୋଲି ସାଏ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶକ୍ତିହୀନ ହେଉଛି କି ବିଜେଡି ? ପଦ୍ମକ୍ୟାମ୍ପରେ ରମେଶ ସାଏ-ଆରତୀ ଦେବୀଙ୍କ ସହ କଂଗ୍ରେସ ନେତା

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.