ETV Bharat / politics

ଶକ୍ତିହୀନ ହେଉଛି କି ବିଜେଡି ? ପଦ୍ମକ୍ୟାମ୍ପରେ ରମେଶ ସାଏ-ଆରତୀ ଦେବୀଙ୍କ ସହ କଂଗ୍ରେସ ନେତା - BJP Joining Program

author img

By ETV Bharat Odisha Team

Published : Apr 6, 2024, 10:07 AM IST

BJP Joining Program: ଖାଲି ହେଉଛି ବିଜେଡି । ହାତ ଛାଡୁଛନ୍ତି ନେତା । ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ଡିଆଁ ପର୍ବ । ଟିକଟ ନପାଇ ବିଜେଡି ଛାଡି ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେହିପରି ଜଣାଶୁଣା ସମାଜସେବୀ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ଆରତୀ ଦେବୀ ବିଜେଡି ଛାଡି ବିଜେପିର ଯୋଗ ଦେଇଛନ୍ତି । ଆଉ କିଏ କିଏ ପଦ୍ମ ପୋଖରୀକୁ ଆସିବେ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

BJP JOINING PROGRAM
BJP JOINING PROGRAM

BJP JOINING PROGRAM

ଭୁବନେଶ୍ୱର/ଅନୁଗୋଳ: ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ଡିଆଁ ପର୍ବ । ଟିକେଟ ଆଶାରେ ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତାଏ । କିଏ ବିଜେଡି ଛାଡି ବିଜେପିରେ ତ ଆଉ କିଏ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଉଛନ୍ତି । ଏହାରି ମଧ୍ୟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେହିପରି ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଓ ପୂର୍ବତନ ଉପସଭାପତି ବିଶ୍ବ ଭୂଷଣ ଦାସ ବିଜେପିରେ ସାମିଲ ହୋଇଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ଆରତୀ ଦେବୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

BJP JOINING PROGRAM

ଶୁକ୍ରବାର ଅନୁଗୋଳ ଜିଲ୍ଲାର କତଡା ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଚଳିତ ନିର୍ବାଚନ ପାଇଁ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ଶଙ୍ଖ ଛାଡି ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ରମେଶଙ୍କୁ ସ୍ବାଗତ କଲେ ଧର୍ମେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ସଂଘର୍ଷ ଓ ତ୍ୟାଗର ଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବା ପାଇଁ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି । ଆଜିର ଯୋଗଦାନ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୂତ୍ କରିବ । ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଆମର ସଂକଳ୍ପ ସଶକ୍ତ ହେବ ।''

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ, ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି - Senior BJD Leaders Resigned

କଂଗ୍ରେସ ଛାଡି ରଜତ ଚୌଧୁରୀ ଓ ବିଶ୍ବ ଭୂଷଣ ଦାସ ଧରିଲେ ପଦ୍ମ: ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ କ୍ୟାମ୍ପରେ ସାମିଲ ହୋଇଥିଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଓ ପୂର୍ବତନ ଉପସଭାପତି ବିଶ୍ବ ଭୂଷଣ ଦାସ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ ରାଲିରେ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରଜତ । ସେହିପରି କାକଟପୁର ଅଞ୍ଚଳର କଂଗ୍ରେସ ନେତା ବିଶ୍ବଭୂଷଣ ଦାସ ମଧ୍ୟ ନିଜ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ । କିଛି ଦିନ ତଳେ ରଜତ କଂଗ୍ରେସ ଛାଡ଼ିଥିବା ବେଳେ ଗତକାଲି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଉପସଭାପତି ବିଶ୍ବ ଭୂଷଣ ଦାସ । ଏହି ଦୁଇ ଜଣଙ୍କ ବ୍ୟତିତ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ତପନ କୁମାର କାପ୍ତି, ଯୁବ କଂଗ୍ରେସ ନେତା ଇରାକ ମହାପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

ସମାଜସେବୀ ତଥା ବରିଷ୍ଠ ବିଜେଡି ନେତ୍ରୀ ଆରତୀ ଦେବୀ ବିଜେପିରେ ମିଶିଲେ: ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ସମାଜସେବୀ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ, କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଆରତୀ ଦେବୀ ବିଜେଡି ଛାଡି ବିଜେପିର ଯୋଗ ଦେଇଛନ୍ତି । ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଗତକାଲି ସେ ବିଜେପିରେ ସାମିଲ ହୋଇଥିବା ବେଳେ କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ ମଧ୍ୟ ଦଳରେ ସାମିଲ ହୋଇଥିଲେ ।

ପ୍ରତରଣା କଲା ବିଜେଡି: ଆରତୀ ଦେବୀ ପ୍ରତିକ୍ରିୟାରେ କହିଛନ୍ତି, ''ମୁଁ ମୋ କାମ ମାଧ୍ୟମରେ ପୋଲସରାଠୁ ସଂସଦ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ପରିଚିତ କରିଛି । ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ ଅନେକ କାର୍ଯ୍ୟ କରିବା ସହ ନାରୀ ସଶକ୍ତିକରଣର ନିଆରା କାର୍ଯ୍ୟଧାରାକୁ ନେଇ ସାରା ବିଶ୍ୱରେ ପରିଗଣିତ ହୋଇଛି । ସବୁଠାରୁ ବଡ କଥା ହେଉଛି ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଜେଡିରେ ନିରନ୍ତର ୧୨ ବର୍ଷ ହେବ କାମ କରିଛି । ଦାୟିତ୍ୱ ଯାହା ମିଳିଛି କରିଛି । ଶୃଙ୍ଖଳିତ କର୍ମୀ ଭାବେ କାମ କରି ପୋଲସରରୁ ବିଧାୟକ ପାର୍ଥୀ ଭାବେ ଆଶାୟୀ ଥାଇ ମଧ୍ୟ ମୋତେ ଦଳ ଅଣଦେଖା କରିଛି । ଦଳ ପ୍ରତିଶୃତି ଦେଇ ପ୍ରତାରଣା ଓ ଵିଶ୍ଵାସଘାତ କରିଛି । ମହିଳା ସଶକ୍ତିକରଣ ନାଁରେ ମହିଳାଙ୍କୁ ଠକୁଛନ୍ତି । ଯେହେତୁ ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ତେଣୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାର ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ଆଜି ବିଜେପିରେ ମିଶିଛି । ଆଗକୁ ମୋଦିଙ୍କ କାର୍ଯ୍ୟଧାରା ସହ ଦଳ ପାଇଁ କାମ କରିବି । ''

ଇଟିଭି ଭାରତ, ଭୁବନେଶ୍ୱର, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.