ETV Bharat / politics

ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ, ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି - Senior BJD Leaders Resigned

author img

By ETV Bharat Odisha Team

Published : Apr 4, 2024, 10:41 PM IST

Senior BJD Leaders Resigned: ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ଦଳର ପୂର୍ବତନ ରାଜ୍ୟ ସଂପାଦକଟି.ଗୋପି ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳରେ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଉଭୟ ଦଳ ଛାଡିଛନ୍ତି । ଅଧିକ ପଢନ୍ତୁ

ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ , ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି
ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ , ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି

ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ , ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାର ବିଜେଡି ସଙ୍ଗଠନରେ ସମସ୍ୟା ବଢି ଚାଲିଛି । ଆଜି ପୁଣି ଦଳର ପୁରୁଖା ଟାଣୁଆ ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ଦଳର ପୂର୍ବତନ ରାଜ୍ୟ ସଂପାଦକ ତଥା ବରିଷ୍ଠ ନେତା ଟି.ଗୋପି ବିଜେଡି ଛାଡି ଦେଇଛନ୍ତି । ରାମଚନ୍ଦ୍ର ପଣ୍ଡାଙ୍କ ବାସଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିଗତ ୫୦ ବର୍ଷ ଧରି ଛାତ୍ର ଜୀବନରୁ ଜନସେବା କରିଆସୁଥିବା ବେଳେ ୧୯୭୧ ମସିହାରୁ ଋଷିକୂଲ୍ୟା ବଞ୍ଚାଅ ଆନ୍ଦୋଳନ, ଜରୁରୀକାଳୀନ ପରିସ୍ଥିତିରେ ସାମିଲ ହେବା ସହ ବିଜୁ ବାବୁଙ୍କ ସହଯୋଗୀ ଭାବେ କାମ କରି ଆସିଛନ୍ତି ।

ବିଜୁ ବାବୁଙ୍କ ସରକାରରେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବରେ ଜଳସେଚନର ବିକାଶ ଓ ୧୯୯୯ ମିଳିତ ସରକାରରେ ଉପବାଚସ୍ପତି ପଦରେ ଅଧିଷ୍ଠିତ ହୋଇ ଛତ୍ରପୁର ତଥା ଜିଲ୍ଲାର ବିକାଶ ଦିଗରେ ଅନେକ କାର୍ଯ୍ୟ କରିଛନ୍ତି । ପରେ ଭାଜପାରେ ରହିଥିବା ବେଳେ ଗତ ୨୦୧୭ ମସିହାରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ରାମଚନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ଆଭାଷ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ମନା କରାଯାଇଥିଲା । ସେହିପରି ଏଥର ମଧ୍ୟ ବ୍ରହ୍ମପୁର ଲୋକସଭା କିମ୍ବା ବିଧାନସଭା ପାଇଁ ଆଶାୟୀ ଥିବା ବେଳେ ଶେଷ ମୁହର୍ତ୍ତରେ ଆମଦାନୀ ନେତାଙ୍କୁ ଦଳ ପ୍ରାର୍ଥୀ କରିଛି ।

ଏହା ମଧ୍ୟ ପଢନ୍ତୁ... ନବୀନ ନିବାସରେ ନେତା ମେଳି; ଆଶୀର୍ବାଦ ସହ ବୃହତ ବିଜୟ ଦମ୍ଭୋକ୍ତି - BJD Candidates Meet CM Naveen

ଦଳ ଛାଡି ଆସି ବିଜେଡି ଯୋଗଦାନ କରିଥିବା ବ୍ୟକ୍ତିଙ୍କୁ ହଠାତ୍ ତାହାର ଏକ ଘଣ୍ଟା ମଧ୍ୟରେ ବ୍ରହ୍ମପୁର ସାଂସଦ ପଦବୀ ଟିକେଟ୍ ଦିଆଯିବା ଘଟଣାକୁ ସମାଲୋଚନା କରିଛନ୍ତି ରାମଚନ୍ଦ୍ର । ଏପରିକି ରାମଚନ୍ଦ୍ର ପଣ୍ଡାଙ୍କୁ ସରକାରଙ୍କ ରହିଥିବା ପଦବୀକୁ ନିଜସ୍ବ ପରମ୍ପରା ଅନୁଯାୟୀ ନିର୍ବାଚନ ଆଚରଣ ବିଧିକ ଲାଗୁହେବା ପରବର୍ତ୍ତୀ ମୁହୂର୍ତ୍ତରେ ସରକାରୀ ଦାୟିତ୍ବରୁ ସେ ଛାଡିଥିବା ବେଳେ କେବେ ହେଲେ ସେ କୌଣସି ବିରୋଧୀ କାର୍ଯ୍ୟ କରିନଥିବା କହିଛନ୍ତି । ସେପଟେ ଦଳର ବରିଷ୍ଠ ନେତୃବୃନ୍ଦ ଗତ କିଛି ଦିନ ଧରି ତାଙ୍କୁ ଦଳୀୟ କାର୍ଯ୍ୟରେ ବିଶ୍ଵାସକୁ ନେଉନଥିବାର ବହୁ ତିକ୍ତ ଅନୁଭୂତିକୁ ଅଙ୍ଗେ କଥା କୁ ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦଳର ଶୃଙ୍ଖଳିତ କର୍ମୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ସୁଦ୍ଧା ଅବହେଳା କରାଯାଉଥିବା ନେଇ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ସେପଟେ ବିଜୁ ବାବୁଙ୍କ ସମୟରୁ ୧୯୭୮ ମସିହାରୁ ଦଳରେ ରହି ଆସିଥିବା ବିଜେଡି ଦଳର ପୂର୍ବତନ ଦଳର ରାଜ୍ୟ ସଂପାଦକ ତଥା ବରିଷ୍ଠ ନେତା ଟି.ଗୋପି ମଧ୍ୟ ବିଜେଡି ଦଳ ଛାଡିଥିବା କହିଛନ୍ତି । ଦଳରେ ଆଉ ଗଣତନ୍ତ୍ର ନ ଥିବା କହିବା ସହିତ କର୍ମୀ ଏବଂ ନେତାଙ୍କୁ ଗୁରୁତ୍ବ ଦେଉନଥିବା ନେଇ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଟି.ଗୋପି ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାୟୀ ରହିଥିବା ବେଳେ ଚଳିତବର୍ଷ ଯେପରି ଟିକେଟ ବଣ୍ଟନ କରାଗଲା ତାହାକୁ ନେଇ ନିନ୍ଦା କରିଛନ୍ତି ଗୋପି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.