ଓଡିଶା

odisha

Dhamnagar ByPoll: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେଡି

By

Published : Oct 30, 2022, 7:31 PM IST

ଧାମନଗର ଉପନିର୍ବାଚନ (Dhamnagar ByPoll) ରେ ବିଜେପି ମିଥ୍ୟା ପ୍ରତିଶୃତି ଦେଉଥିବା ଅଭିଯୋଗ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ମିଥ୍ୟା ପ୍ରତିଶୃତି ଦେଉଥିବା ଅଭିଯୋଗ କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ସିଇଓଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

Dhamnagar ByPoll: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେଡି
Dhamnagar ByPoll: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ଚାଲିଛି ଜୋରଦାର ପ୍ରଚାର । ଆସନ୍ତା ୩ ତାରିଖରେ ହେବ ଭୋଟ ଗ୍ରହଣ । ତେବେ ଧାମନଗରରେ ବିଜେଡି ଭୋଟ ହାତେଇବା ପାଇଁ SHG ମହିଳାଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଥିବା ନେଇ ବିଜେପି ବାରମ୍ବାର ଅଭିଯୋଗ କରିଥିବାବେଳେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

Dhamnagar ByPoll: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେଡି

ତେବେ ଧାମନଗର ଉପନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଶାସକ ଦଳ ଟଙ୍କା ବଣ୍ଟା ଆରମ୍ଭ କରିଥିବା ବିରୋଧି ଦଳ ପକ୍ଷରୁ ଅଭିଯୋଗ ହେଉଛି । ଏନେଇ ପୂର୍ବରୁ ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଆଜି ଦ୍ବିତୀୟ ଥର ପାଇଁ ସମାନ ଅଭିଯୋଗ ନେଇ ସିଇଓଙ୍କ ଦ୍ବାରସ୍ତ ହୋଇଛି ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଅଭିଯୋଗ କରିଛି । ତେବେ ବିଜେପି ବିରୋଧରେ ମଧ୍ୟ ଅଭିଯୋଗ ଆଣିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ସିଇଓଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ । ବିଜେପି ବାରମ୍ବାର ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ବିଜେଡି ମୁଖପାତ୍ର ।

ଏହା ମଧ୍ୟ ପଢନ୍ତୁ:Dhamnagar By-Poll: SHG ମାଆମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି କହିଲା ବିଜେପି

ବିଜେପି ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ଅବସରରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଧାମନଗରରେ ଉପନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ମିଥ୍ୟା ପ୍ରତିଶୃତି ଦେଇ ଚାଲିଛନ୍ତି । ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ । ମିଥ୍ୟା ଅଭିଯୋଗ ଆଣି ବାରମ୍ବାର ସିଇଓଙ୍କୁ ଭେଟିଛି ବିଜେପି । କିନ୍ତୁ ତାହାର ପ୍ରମାଣ ଦେଇପାରୁନାହିଁ । ତେଣୁ ବିଜେପି ଅଭିଯୋଗ ଭିତ୍ତିହୀନ ବୋଲି ଲୋକେ ଜାଣିବା ପରେ ଏବେ ମିଥ୍ୟା ପ୍ରତିଶୃତି ଦିଆଯାଉଛି । ଏନେଇ ଆଜି ଆମେ ପ୍ରମାଣ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଆଶା କରୁଛୁ ପ୍ରମାଣ ଆଧାରରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details