ଓଡିଶା

odisha

ଝାରସୁଗୁଡାରେ ସ୍ବାସ୍ଥ୍ୟସେବାକୁ ଫୋକସ, କାର୍ଯ୍ୟକ୍ରମ ତ୍ଵରାନ୍ବିତ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

By

Published : Jul 27, 2023, 12:05 PM IST

ଝାରସୁଗୁଡାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ସେଥିରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଇ ସ୍ବାସ୍ଥ୍ୟସେବା ଅନ୍ତର୍ଗତ କାର୍ଯ୍ୟକ୍ରମ ତ୍ଵରାନ୍ବିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ସମୀକ୍ଷା ବୈଠକ
health review meeting

ଝାରସୁଗୁଡା: ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ । ସ୍ବାସ୍ଥ୍ୟସେବାରେ ଉନ୍ନତି ନିମନ୍ତେ ସ୍ୱାସ୍ଥ୍ୟ ସେବା ଅନ୍ତର୍ଗତ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ଵରାନ୍ବିତ କରିବାକୁ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଏକ ସ୍ବାସ୍ଥ୍ୟସେବା ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଆମ ହସ୍ପିଟାଲ ସେବାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର,ଶିଶୁକନ୍ୟା ସଂଖ୍ୟା କମ ଥିବା ଅଞ୍ଚଳରେ ସଚେତନତା ସୃଷ୍ଟି ସହ ପ୍ରଶିକ୍ଷଣ ,'ଆମ ହସ୍ପିଟାଲ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତିକରଣ, ଅଣ ସଂକ୍ରାମକ ରୋଗ ଚିକିତ୍ସା,ମ୍ୟାଲେରିଆ ତଥା ଡେଙ୍ଗୁ ନିରାକରଣ ଓ ପରିବାର ନିୟୋଜନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୀଘ୍ର ଟ୍ରମାକେଆର ୟୁନିଟ, ମିଶନ ଶକ୍ତି କାଫେ, ପ୍ରତୀକ୍ଷାଳୟ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ନିମନ୍ତେ ବିଶ୍ରାମ ଗୃହ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମ୍ୟାଲେରିଆ ନିରାକରଣ ନେଇ ପ୍ରତି ଘରକୁ ଘର ବୁଲି ବଟିକା ପ୍ରଦାନ ସହ ବେଦାନ୍ତ, ଓପିଜିସି ଓ ଟିଆରଏଲ୍ ଆଦି ଶିଳ୍ପ ସଂସ୍ଥାମାନଙ୍କରେ ଥିବା କଲୋନୀମାନଙ୍କରେ ମଧ୍ୟ ସମସ୍ତେ ଯେପରି ବଟିକା ସେବନ କରିବେ ସେ ଦିଗରେ ଯତ୍ନବାନ ପୂର୍ବକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହା ସହ ଶିଳ୍ପ ସଂସ୍ଥା ଗୁଡ଼ିକର ଏ ଦିଗରେ ସହଯୋଗ କାମନା କରାଯାଇଛି । ଶିଶୁକନ୍ୟା ହ୍ରାସ ତଥା ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ ସବିଶେଷ ବିବରଣୀ ଦାଖଲ ପାଇଁ ଜିଲ୍ଲାପାଳ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଖରେ ଡେଙ୍ଗୁ ଲକ୍ଷଣର ଆଶଙ୍କା ଥିବାରୁ ଏଥି ପ୍ରତି ସତର୍କତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହା ବି ପଢନ୍ତୁ...ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରକଳ୍ପର ତୃତୀୟ ଥଇଥାନ ପ୍ରକ୍ରିୟା, ବିକାଶ ପାଇଁ ବସିଲା ସମୀକ୍ଷା ବୈଠକ

ଏହା ବି ପଢନ୍ତୁ...ଝାରସୁଗୁଡାରେ ମହା ଅଭିଯୋଗ ଶୁଣାଣି, ୬୫ଟି ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ

ଡିଏମଏଫ କନଫରେନ୍ସ ହଲରେ ଏହି ବୈଠକ ବସିଥିଲା । ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ବେଳେ ସିଡ଼ିଏମ୍ଓ ଡାକ୍ତର ଡୋଳାମଣି ପଟେଲ, ଡିଏମ୍ଓ ତଥା ସୁପରିଟେଣ୍ଡେଣ୍ଟ ଡାକ୍ତର ମହେଶ ମୋହନ ପଣ୍ଡା, ଏଡିପିଏଚ୍ଓ ଡାକ୍ତର ସୁପ୍ରଭା ବାରିକ, ଡାକ୍ତର ରାଧାରମଣ ବିର୍ତ୍ତିଆ, ଡିପିଏମ ବୁଲୁନାଥ ସାହୁ, ହସ୍ପିଟାଲ ମ୍ୟାନେଜର ଅଭିଷେକଙ୍କ ସମେତ ସମସ୍ତ ସିଏଚସି ଓ ପିଏଚସିର ମେଡ଼ିକାଲ ଅଫିସର ଉପସ୍ଥିତ ଥିଲେ । ଏହି ବୈଠକରେ ଏକ ମାସିକିଆ ରିପୋର୍ଟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details