ETV Bharat / state

ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରକଳ୍ପର ତୃତୀୟ ଥଇଥାନ ପ୍ରକ୍ରିୟା, ବିକାଶ ପାଇଁ ବସିଲା ସମୀକ୍ଷା ବୈଠକ

author img

By

Published : Jul 6, 2023, 9:42 AM IST

ଝାରସୁଗୁଡ଼ା DRDA ସମ୍ମିଳନୀ କକ୍ଷରେ RPDAC ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁମାନଙ୍କ ଘର ଓ ଜମି ଯିବ ସେମାନଙ୍କୁ ୬୬ଲକ୍ଷ ଓ ଯେଉଁ ଚାଷୀମାନଙ୍କ ଚାଷ ଜମି ଏହି ପ୍ରକଳ୍ପରେ ଯିବ ସେମାନଙ୍କୁ ୬୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅଧିକ ପଢନ୍ତୁ

thermal power plant project
thermal power plant project

ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରକଳ୍ପର ତୃତୀୟ ଥଇଥାନ ପ୍ରକ୍ରିୟା

ଝାରସୁଗୁଡା: ଗତକାଲି ଝାରସୁଗୁଡ଼ା DRDA ସମ୍ମିଳନୀ କକ୍ଷରେ RPDAC ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ହିର୍ମାଠାରେ ନିର୍ମାଣ ହେଉଥିବା NLC କମ୍ପାନୀକୁ ନେଇ ପ୍ରଭାବିତ ହୋଇଥିବା ଲୋକଙ୍କ କ୍ଷତିପୂରଣ ଓ ସ୍ଥାନୀୟ ନିଯୁକ୍ତି ଉପରେ ଏହି ବୈଠକରେ ଆଲୋଚନା ହୋଇଯାଇଛି । ଏଥିସହ କମ୍ପାନୀ ପାଇଁ ଯେଉଁମାନଙ୍କ ଘର ଓ ଜମି ଯିବ ସେମାନଙ୍କୁ ୬୬ଲକ୍ଷ ଓ ଯେଉଁ ଚାଷୀମାନଙ୍କ ଚାଷ ଜମି ଏହି ପ୍ରକଳ୍ପରେ ଯିବ ସେମାନଙ୍କୁ ୬୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସାଂସଦ କହିଥିଲେ ।

ତେବେ ଝାରସୁଗୁଡା ଡିଆରଡିଏ କକ୍ଷରେ ଗତକାଲି NLC ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରକଳ୍ପର ତୃତୀୟ ଥଇଥାନ ଏବଂ ପରସ୍ପାରିକ ବିକାଶ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । NLC ତଲାବିରା ପ୍ରକଳ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳୀ ଦାସ, ସମ୍ବଲପୁର RDC ସୁରେଶ ଚନ୍ଦ୍ର ଦଳାଇ ଏନଏଲସି ଦ୍ୱାରା ପ୍ରଭାବିତ ତଲାବିରା ଓ ତରେଇକେଲାର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । NLC ଦ୍ୱାର ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ ଏବଂ ନିଯୁକ୍ତି ପାଇଁ ଏହି ବୈଠକରେ ଆଲୋଚନା କରାଯିବା ସହ ନୂତନ ବନିକରଣ ଏବଂ ମାନେଜମେଣ୍ଟ ପାଇଁ ଆଲୋଚନା କରାଯାଇଛି l NLC ପ୍ରକଳ୍ପରେ ଘରବାଡ଼ି ଜମି ଯାଉଥିବା କ୍ଷତି ଗ୍ରସ୍ତଙ୍କୁ ଏକର ପ୍ରତି 66 ଲକ୍ଷ ଟଙ୍କା ଏବଂ ଜମି କିସମକୁ ଏକର ପ୍ରତି 60 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଦକ୍ଷିଣାଞ୍ଚଳ ଆରଡିସିଙ୍କ ଉପସ୍ଥିତିରେ ଷଷ୍ଠ RPDAC ବୈଠକ ଅନୁଷ୍ଠିତ

ଏନେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଥଇଥାନ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ । ଯେଉଁମାନଙ୍କ ଘର ବାଡି ଓ ଜମି ଯାଇଛି ସେମାନଙ୍କ ଦର ଏହି ବୈଠକରେ ଧର୍ଯ୍ୟ ହୋଇଯାଇଛି । ସେମାନଙ୍କର ପୁନଃ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଏଥିସହ ସେମାନେ ଯେପର୍ଯ୍ୟନ୍ତ ବାହାରେ ଘର ଭଡାରେ ରହିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ତେବେ ସେମାନଙ୍କୁ ଆହୁରି ଅଧିକ କିପରି କ୍ଷତିପୂରଣ ମିଳି ପାରିବ ସେନେଇ ପ୍ରୟାସ କରାଯିବ । ସେହିପରି ପ୍ଲାଣ୍ଟ ହେବା ପରେ ଯେଉଁମାନେ ସେ ଅଞ୍ଚଳର ନିଯୁକ୍ତି ପାଇବେ ସେମନଙ୍କର ସବୁ ଡାଟା ବେସ ତିଆରି କରାଯାଉଛି । ଯେଉଁ ପ୍ରକାର ନିଯୁକ୍ତିର ଆବଶ୍ୟକ ପଡିବ ପ୍ଲାଣ୍ଟରେ ସେମାନଙ୍କୁ ଅକ୍ଟୋବର ମାସରୁ ଟ୍ରେନିଂ ମଧ୍ୟ ଦିଆଯିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.