ETV Bharat / state

ଦକ୍ଷିଣାଞ୍ଚଳ ଆରଡିସିଙ୍କ ଉପସ୍ଥିତିରେ ଷଷ୍ଠ RPDAC ବୈଠକ ଅନୁଷ୍ଠିତ

author img

By

Published : Oct 7, 2022, 12:03 PM IST

ରାୟଗଡାରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ଆରପିଡ଼ିଏସି ବୈଠକ । ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା । ଅଧିକ ପଢନ୍ତୁ

ଦକ୍ଷିଣାଞ୍ଚଳ ଆରଡିସିଙ୍କ ଉପସ୍ଥିତିରେ ଷଷ୍ଠ ଆରପିଡ଼ିଏସି ବୈଠକ ଅନୁଷ୍ଠିତ
ଦକ୍ଷିଣାଞ୍ଚଳ ଆରଡିସିଙ୍କ ଉପସ୍ଥିତିରେ ଷଷ୍ଠ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ରାୟଗଡା: ଦକ୍ଷିଣାଞ୍ଚଳ RDCଙ୍କ ଉପସ୍ଥିତିରେ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ଆରପିଡ଼ିଏସି ବୈଠକ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧକ୍ଷତାରେ ଉତ୍କଳ ଆଲୁମିନା କମ୍ପାନୀ ସମ୍ପର୍କିତ ଷଷ୍ଠ ପୁନର୍ବାସ ଓ ପାରିପର୍ଶ୍ଵିକ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ସ୍ଥାନୀୟ ଜିଲ୍ଲା ପରିଷଦ ଗୃହରେ ଅନୁଷ୍ଠିତ ଆରପିଡ଼ିଏସି ବୈଠକରେ ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନିୟମ କମ୍ପାନୀ ଅଞ୍ଚଳରେ ବିଭିନ୍ନ ଗ୍ରାମକୁ ବିସ୍ଥାପିତ ଘୋଷଣା କରାଯିବା ସହ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନତି, ପ୍ରଦୂଷଣ ବିଷୟରେ ବିଶେଷତଃ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-କାଳ ହେଲା ପାହାଡ ଉପରେ ମୋବାଇଲରେ ପାଠ ପଢା, ବଜ୍ରାଘାତରେ ୩ ଗୁରୁତର

ଦକ୍ଷିଣାଞ୍ଚଳ ଆରଡିସିଙ୍କ ଉପସ୍ଥିତିରେ ଷଷ୍ଠ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ଏହି ଅବସରରେ ରାଜ୍ୟ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡ଼ିସି ଟି ଆପାଙ୍ଗ ଆଓ, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସ୍ଥାନୀୟ ଜନପ୍ରତିନିଧି ଯୋଗ ଦେଇଥିଲେ । ଏଥି ସହ ଉତ୍କଳ ଆଲୁମିନିୟମ କମ୍ପାନୀ ଅଧିକାରୀ, ଦିମୁଣ୍ଡି, ଡିକରଳ, ଲଛାଗୁଡା ଓ ପାଇକକୁପାଖାଲ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଆଲୋଚନା ଫଳପ୍ରଦ ରହିଥିବା ବେଳେ ଆଗାମୀ ଦିନରେ କାରଖାନା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ 4ଟି ଗ୍ରାମକୁ ବିସ୍ଥାପିତ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବା ନେଇ ପ୍ରକାଶ ଲରିଥିଲେ ଦକ୍ଷିଣାଞ୍ଚଳ ଆରଡ଼ିସି ଟି ଆପାଙ୍ଗ ଆଓ।

ଏନେଇ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି,''ବହୁ ଦିନ ପୂର୍ବରୁ ଆମେ ଚେଷ୍ଟା କରିଥିଲୁ ଆରପିଡିସି ମିଟିଂ କରିବାକୁ, କାରଣ ଏଠାରେ ଉତ୍କଳ ଆଲୁମିନି ଅଛି, ମାତ୍ର ଏଠାରେ ବହୁ ସମସ୍ୟା ଅଛି ନିଯୁକ୍ତି ନାହିଁ, ଚାକିରି ନାହିଁ ତାଙ୍କ ସିଏସଆର ଫଣ୍ଡିଂ କେଉଁଠି ଖର୍ଚ୍ଚ କରିବେ ତାହା ଜଣାପଡୁନାହିଁ, ଏଥିସହ ଦିମୁଣ୍ଡି, ଡିକରଳ, ଲଛାଗୁଡା ଓ ପାଇକକୁପାଖାଲରେ ପ୍ରଦୂଷଣ ହେଉଥିବାରୁ ଡିପି କରାଯିବାକୁ ନେଇ ଅଭିଯୋଗ ହୋଇଆସୁଥିଲା, ଏହା ଉପରେ ଆଲୋଚନା ହେଲା, ପାଞ୍ଚ ଘଣ୍ଟା ଧରି ଆଲୋଚନା ହେଲା'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.