ଓଡିଶା

odisha

ଗଜପତି ଜିଲ୍ଲାରେ ବିନା ଦ୍ବିଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ଚେକିଂ

By

Published : May 10, 2021, 4:19 PM IST

ଗଜପତି ଜିଲ୍ଲାରେ କେବଳ ମୁଖ୍ୟ ରାସ୍ତାରେ ଥିବା ନାକା ଗେଟରେ କରାଯାଉଥିବା ବେଳେ ଅନ୍ୟ ରାସ୍ତାକୁ ମୁକୁଳା ଛାଡ଼ି ଦିଆଯାଇଛି । ଅବାଧରେ ପ୍ରବେଶ କରୁଛନ୍ତି ଲୋକେ । ସୀମାରେ ଥିବା ଗଜପତି ଜିଲ୍ଲାପାଇଁ ଆନ୍ଧ୍ର ଭ୍ୟାରିଏଣ୍ଟ ଅଧିକ ବିପଜ୍ଜନକ ହୋଇଛି । ଅଧିକ ପଢନ୍ତୁ...

Andhra Pradesh residents enter Gajapati  without hesitation on cvid19 stuation
ଗଜପତି ଜିଲ୍ଲାରେ ବିନା ଦ୍ବାଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ନାକା

ପାରଳାଖେମୁଣ୍ଡି:କୋରୋନାର ଦ୍ଵିତୀୟ ଲହର ସାରା ଦେଶକୁ ନୟାନ୍ତ କଲାଣି । ଏହା ଯେଭଳି ବେଗରେ ସଂକ୍ରମିତ କରୁଛି, ସେଭଳି ବେଗରେ ଲୋକଙ୍କ ଏ ଜୀବନ ମଧ୍ୟ ନେଉଛି । ଏହାରି ଭିତରେ ଆନ୍ଧ୍ର ଭ୍ୟାରିଏଣ୍ଟ ଆହୁରି ସମସ୍ୟା ଆତଙ୍କ ଖେଳାଇଛି । ବିଶେଷ କରି ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲ୍ଲାପାଇଁ ଏହି ଭ୍ୟାରିଏଣ୍ଟ ଅଧିକ ବିପଜ୍ଜନକ । ସେଥିପାଇଁ ଆନ୍ତଃରାଜ୍ୟ ସୀମାରେ ଯାଞ୍ଚକୁ କଡାକଡି କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗଜପତି ଜିଲ୍ଲାରେ ବିନା ଦ୍ବାଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ନାକା

ଗଜପତି ଜିଲ୍ଲାର ପ୍ରାୟ ୮୦ କିମି ଅଂଚଳ 3 ଆନ୍ଧ୍ର ସୀମାନ୍ତବର୍ତି ହୋଇଥିବା ବେଳେ ପ୍ରାୟ ୫ଟି ମୁଖ୍ୟ ରାସ୍ତାରେ ନାକା ଗେଟ ନିର୍ମାଣ କରାଯାଇଛି । ସେହିଭଳି ଆଉ କିଛି ରାସ୍ତାରେ ମଧ୍ୟ ଗେଟ ନିର୍ମାଣ ହୋଇଛି । ନାକାରେ ପୋଲିସ ଏବଂ ଶିକ୍ଷକମାନେ ରହି ଆସୁଥିବା ଲୋକଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ୍ ଟୀକା ଗ୍ରହଣର ପ୍ରମାଣପତ୍ର ଯାଞ୍ଚ କରୁଛନ୍ତି । ଯେଉଁମାନଙ୍କର ନାହିଁ, ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି । ଏହା କେବଳ ମୁଖ୍ୟ ରାସ୍ତାରେ ଥିବା ନାକା ଗେଟରେ କରାଯାଉଥିବା ବେଳେ ଅନ୍ୟ ରାସ୍ତାକୁ ମୁକୁଳା ଛାଡ଼ି ଦିଆଯାଇଛି । ଫଳରେ ଆନ୍ଧ୍ରର ଲୋକେ ବିନା ଦ୍ବିଧାରେ ଗଜପତି ଜିଲ୍ଲା ମଧ୍ୟକୁ ଅନୁପ୍ରବେଶ କରିବା ସହ ପ୍ରତିଦିନ ଯାତାୟତ କରୁଛନ୍ତି । ଆଉ କିଛି ଲୋକଙ୍କ ପାଇଁ ସୁବିଧା ହୋଇଛି ଗଳାବାଟ । ଦୀର୍ଘ ସୀମାନ୍ତ ଅଞ୍ଚଳରେ ଏକାଧିକ ଗଳାବାଟ ରହିଥିବା ଯୋଗୁଁ ସେମାନେ ଅନାୟସରେ ଓଡିଶାକୁ ଯାତାୟତ କରୁଛନ୍ତି । ତେବେ ପ୍ରଶାସନ କେବଳ ମୁଖ୍ୟ ରାସ୍ତାକୁ ଜଗି ବାକି ସବୁକୁ ଛାଡିଦେବା ଆଗକୁ ଗଜପତି ଜିଲ୍ଲା ତଥା ସାରା ଓଡିଶା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ସେପଟେ ପୋଲିସ ଗତ ଥର ଯେଭଳି ନିଜର କର୍ତ୍ତବ୍ୟ ସଂପାଦନ କରୁଥିଲା ଏଥର ତାହା ମଧ୍ୟ ଦୃଷ୍ଟିଗୋଚର ହେଉନାହିଁ । କେବଳ ନାମକୁ ମାତ୍ର ସହର ମଧ୍ୟରେ ବୁଲି କିଛି ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରି ନିଜର ଦାୟିତ୍ବ ସାରିଦେଉଛି । ତେଣୁ ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ତେଣୁ ପ୍ରଶାସନ ଏବଂ ପୁଲିସର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details