ଓଡିଶା

odisha

ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ; କଳାପାହାଡ଼ ନେତା ଯୋଗୁ କଟକ ବଦନାମ: ମେୟର

By ETV Bharat Odisha Team

Published : Dec 13, 2023, 12:15 PM IST

Updated : Dec 13, 2023, 2:14 PM IST

Mayor subash singh reaction : ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂ । ବିଧାୟକ ମହମ୍ମହ ମୋକିମଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

Mayor subash singh reaction over corruption allegations in Baliyatra
ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ

ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ

କଟକ: "କଟକରେ କଳା ପାହାଡ଼ ନେତା ବେଶୀ । ଭାଇଚାରା ସହରର ବିକାଶ ଅପେକ୍ଷା ବିନାଶ କିପରି ହେବ ତାହା ଉପରେ ସେହି ନେତାମାନଙ୍କର ମନ ।" ବିରୋଧିଙ୍କୁ କିଛି ଏଭଳି ଢଙ୍ଗରେ କଡା ଟାର୍ଗେଟ କରିଛନ୍ତି କଟକ ମେୟର ସୁବାସ ସିଂ। ତେବେ କଟକ ବାଲିଯାତ୍ରାରେ ମହାଦୁର୍ନୀତି ହୋଇଥିବା ନେଇ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଅଭିଯୋଗ ଆଣିବା ପରେ କଟକରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ବାଲିଯାତ୍ରା ଦୁର୍ନୀତିରେ ମେୟରଙ୍କ ସମ୍ପୃକ୍ତି ନେଇ ବିଧାୟକ ଅଭିଯୋଗ ଆଣିବା ପରେ ମେୟର ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି ।

କଟକରେ ମେୟର-ବିଧାୟକ ରାଜନୈତିକ କଳି ତୁଟିବାର ନାଁ ନେଉନି । ନିକଟରେ ଐତିହାସିକ ବାଲିଯାତ୍ରା ଶେଷ ହୋଇଥିବା ବେଳେ ଏଥିରେ କୋଟିକୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ । ଏହି ଦୁର୍ନୀତି ମେୟର ଏବଂ ସିଏମସି କମିଶନରଙ୍କ ମଧୁଚନ୍ଦ୍ରିକାରେ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମହମ୍ମଦ ମୋକିମ । ଏଦିଗରେ ତଦନ୍ତ ହୋଇ ସତ୍ୟାସତ୍ୟ ସାମ୍ନାକୁ ଆସିବା ଆବଶ୍ୟକ ବୋଲି ବିଧାୟକ ଦାବି କରିଥିଲେ । ବିରୋଧୀ କର୍ପୋରେଟରମାନେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଅନୁଧ୍ୟାନ କଲା ତଦନ୍ତ କମିଟି

ଅନ୍ୟପଟେ କେବଳ ବିରୋଧୀ ଦଳ ନେତା ନୁହଁନ୍ତି ଶାସକ ଦଳର ନେତା ମଧ୍ୟ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ନେଇ ମୁହଁ ଖୋଲିଥିଲେ । ବାଲିଯାତ୍ରା ଗେଟ୍‌ ପାଇଁ 6 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ 32 ଲକ୍ଷ ଟଙ୍କା ଟେଣ୍ଡର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାଛଡା ବାଣଫୁଟା ଠୁ ନେଇ ପରିମଳ, ଲେଜର ଲାଇଟରେ ଲକ୍ଷାଧିକ ଟଙ୍କାର ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପଟେ ବିଧାୟକ ମୋକିମଙ୍କୁ ପାଲଟା ସମାଲୋଚନା କରିଛନ୍ତି ମେୟର । ସେ କହିଛନ୍ତି, "କଟକରେ କଳା ପାହାଡ଼ ନେତା ବେଶୀ । ଭାଇଚାରା ସହରର ବିକାଶ ଅପେକ୍ଷା ବିନାଶ କିପରି ହେବ ତାହା ଉପରେ ସେହି ନେତାମାନଙ୍କର ମନ ।" ଏଭଳି ନେତା କଟକରେ ଅଛନ୍ତି ଯାହାକୁ ନେଇ ନିନ୍ଦିତ ଲାଗୁଛି । ମୋକିମ ବାବୁ ନିଜେ ଭିଜିଲାନ୍ସ ଓ ହାଇକୋର୍ଟ ଦ୍ବାରା ଭର୍ସିତ । କେହି ଆଇନରେ ଉର୍ଦ୍ଧ୍ବରେ ନାହାନ୍ତି । ଯାଞ୍ଚ କମିଟି ଅନୁଧ୍ୟାନ କରୁଛି । ତାହାର ତର୍ଜମା ଜାରି ରହିଛି । ତେବେ କେବଳ କଟକ ଓ ବାଲିଯାତ୍ରାକୁ ବଦନାମ କରିବା ପାଇଁ କିଛି ବ୍ୟକ୍ତିଙ୍କ ଉଦେଶ୍ୟ ବୋଲି କହିଛନ୍ତି ସୁବାସ ସିଂ ।

ଇଟିଭି ଭାରତ, କଟକ

Last Updated :Dec 13, 2023, 2:14 PM IST

ABOUT THE AUTHOR

...view details