ଓଡିଶା

odisha

ଯୋଗମାୟାଙ୍କ ଷୋଡଶ ଦିନାତ୍ମକ ଉପଚାର ବିଧି ଆରମ୍ଭ, ସୁନା ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

By ETV Bharat Odisha Team

Published : Oct 6, 2023, 4:09 PM IST

ଶକ୍ତିପୀଠରେ ଆରମ୍ଭ ହେଲା ମା’ଙ୍କ ପୂଜା । ଆଜିଠାରୁ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଦର୍ଶନ ଦେବେ ମା’ । ଆଜି ମା’ କଟକ ଚଣ୍ଡୀଙ୍କ ସୁନା ବେଶ । ଅଧିକ ପଢନ୍ତୁ

ଆଜିଠାରୁ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଦର୍ଶନ ଦେବେ ମା‘
ଆଜିଠାରୁ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଦର୍ଶନ ଦେବେ ମା‘

ଆଜିଠାରୁ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଦର୍ଶନ ଦେବେ ମା‘

କଟକ: ଆଜି ପବିତ୍ର ମୂଳାଷ୍ଟମୀ । ପରମ୍ପରା ଆଉ ଵିଧି ଅନୁଯାୟୀ ଆଜି ଠାରୁ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଶରତ କାଳୀନ ଦୂର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତ । ଏହି କ୍ରମରେ ଶକ୍ତିପୀଠ ଗୁଡିକରେ ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ଓ ବେଶ ମଧ୍ୟ ଆରମ୍ଭ ହୋଇଛି । ଆଜି ଠାରୁ ଦଶହରା ପର୍ଯ୍ୟନ୍ତ ଷୋହଳ ଦିନ ଧରି ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ପରିପେକ୍ଷୀରେ ଆଜି ମା’ କଟକ ଚଣ୍ଡୀ ମନ୍ଦିରରେ ମା'ଙ୍କ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉ ଥିବାବେଳେ ମା' ଗଡ଼ଚଣ୍ଡୀ ନିଜ ବେଶରେ ଦର୍ଶନ ଦେଉଛନ୍ତି ।

ଦଶହରାକୁ ଆଉ ମାତ୍ର 15 ଦିନ ସମୟ ବାକି ରହିଛି । କିନ୍ତୁ ଏହାରି ଭିତରେ ଆଜି ଠାରୁ ଵିଧି ମୁତାବକ କଟକ ସହରର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଶରତକାଳୀନ ଦୂର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି । ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ପୂର୍ବରୁ ଶକ୍ତିପୀଠ ଗୁଡିକରେ ଆଜି ସହସ୍ରକୁମ୍ଭାଭିଷେକ କରାଯାଇଥିଲା । ଏହି ଅବସରରେ ନଦୀ ଓ ପୁଷ୍କରିଣୀରୁ ସହସ୍ର କୁମ୍ଭରେ ଜଳ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ସେହିପରି ଆଜି ଠାରୁ ପୀଠ ଗୁଡିକରେ ଶରତକାଳୀନ ଦୂର୍ଗାପୂଜା ପାଇଁ ଆରମ୍ଭ ହେଉ ଥିବାରୁ ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇ ଉଠିଛି ଶକ୍ତି ପୀଠ। ମା’ଙ୍କ ତିଲକ ଲାଗି ସହ ବିଭିନ୍ନ ବେଶରେ ଏହି 16 ଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେବେ ମା’ । ତେବେ ଆଜିଠାରୁ 16 ଦିନିଆ ଉପବାସ ମଧ୍ୟ ଆରମ୍ଭ ହୋଇଛି । ନବରାତ୍ରୀ ସହ 16 ଦିନିଆ ଉପବାସ ମଧ୍ୟ କରିଥାନ୍ତି ଭକ୍ତ ।

ଏହା ମଧ୍ୟ ପଢନ୍ତୁ...ଦୁର୍ଗାପୂଜା ଭସାଣି ଉପରେ ପ୍ରଶାସନର ରୋକ: ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂଜା କମିଟି

ତେବେ କଟକ ଚଣ୍ଡୀ ମନ୍ଦିର ପୂଜକ କହିଛନ୍ତି, ‘‘ଏହି ମୂଳାଷ୍ଟମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଷୋହଳ ଦିନ ଧରି ମା’ ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ଦିନରେ ମା’ଙ୍କ ଆଶିଷ ଲାଭ କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଲାଗିଥାଏ । ଆଜି ମା’ କଟକ ଚଣ୍ଡୀ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ବିଭିନ୍ନ ଶକ୍ତିପିଠରେ ଏହି ଦିନରେ ମା‘ଙ୍କ ବିଶେଷ ଉପଚାର ବିଧିବିଧାନ ରହିଛି । ’’

ABOUT THE AUTHOR

...view details