ଓଡିଶା

odisha

ଛୁଆଁ ଅଛୁଆଁ ଭେଦଭାବ ଆଗରେ ହାରିଗଲା ମାନବିକତା, ଗୋଡରେ ଘା ହେବାରୁ ବୃଦ୍ଧାଙ୍କୁ ଏକା କରିଦେଲେ ପରିବାର

By ETV Bharat Odisha Team

Published : Dec 26, 2023, 12:59 PM IST

Family Thrown Out Elderly Woman: ଗୋଡରେ ଘା' ହେବାରୁ ବୃଦ୍ଧାଙ୍କୁ ଏକା କରିଦେଲେ ପରିବାର । ବିଲରୁ ଉଦ୍ଧାର ହେଲେ ବୃଦ୍ଧା । ଅଧିକ ପଢ଼ନ୍ତୁ

ଗୋଡରେ ଘା ହେବାରୁ ବୃଦ୍ଧାଙ୍କୁ ଏକା କରିଦେଲେ ପରିବାର
Etv BharatElderly woman rescued

Elderly woman rescued

ବରଗଡ:ଛୁଆଁ ଅଛୁଆଁ ଭେଦଭାବ ଆଗରେ ହାରିଗଲା ମାନବିକତା । ପରିଣତ ବୟସରେ ବୃଦ୍ଧାଙ୍କୁ ପର କରିଦେଲେ ପରିବାର । ବୃଦ୍ଧାଙ୍କର ନା ଚାଲିବାକୁ ବଳ ଅଛି ନା କଥା ଶୁଣିବାକୁ ପାଖରେ କେହି ଅଛି । ଖୋଲା ଆକାଶ ତଳେ ଜରିପାଲ ତଳେ କଟୁଥିଲା ବୃଦ୍ଧାଙ୍କ ଜୀବନ । ପରିବାର ଥାଇ ମଧ୍ୟ ନଥିଲା ପରି । ଗୋଡ଼ରେ ହୋଇଥିବା ଘା'ରେ ପୋକ ହେବାରୁ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଲେ ବଗରଡ କୁଶନପୁରୀ ଗ୍ରାମର ବୃଦ୍ଧା । ପରିବାର ଲୋକେ ତାଙ୍କୁ ଧାନ ବିଲରେ ଛାଡ଼ି ଚାଲିଯିବା ପରେ ହାଡ଼ଭଙ୍ଗା ଶୀତରେ ଏକ ପାଲ ତଳେ ଜୀବନ ବିତାଉଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ଗାଁରେ । ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଅସହାୟ ବୃଦ୍ଧା ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅସ୍ତ୍ରୋପଚାର ବିଭାଗରେ ଚିକିତ୍ସିତ ହେଉଛନ୍ତି ।

ବୃଦ୍ଧାଙ୍କ ପରିବାରରେ ତାଙ୍କ ସ୍ୱାମୀ, ପୁଅ, ବୋହୂ ଓ ନାତି ନାତୁଣୀ ମଧ୍ୟ ରହିଛନ୍ତି । ହଠାତ ଦିନେ ବୃଦ୍ଧାଙ୍କ ଗୋଡ଼ରେ ଆଘାତ ଲାଗି ଘା' ହୋଇଯାଇଥିଲା । ପରେ ଘା'ରେ ପୋକ ଲାଗିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଘୃଣା କରିଥିଲେ । ପରେ ପରିବାର ଲୋକେ ଜାତିଆଣ ମୋନଭାବ ନେଇ ବୃଦ୍ଧାଙ୍କୁ ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ରାସ୍ତାରେ ଥିବା ବିଲ ନିକଟରେ ଛାଡି ଚାଲିଯାଇଥିଲେ । ଖୋଲା ଆକାଶ ତଳେ ଜରି ପଲିଥିନ ଟିଏ ଟାଣି ତାମଧ୍ୟରେ ଛାଡ଼ିଦେଇ ଚାଲିଯାଇଥିଲେ ବୃଦ୍ଧାଙ୍କୁ । ଜାତି ଲୋକଙ୍କ କବଳରୁ ବଞ୍ଚିବାକୁ ଯାଇ ପରିବାର ଲୋକେ ଏପରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

ଏନେଇ ଖବର ପାଇବା ପରେ ଘଟଣା ସ୍ଥଳକୁ ଏକ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସଦସ୍ୟ ବିକାଶ ଅଗ୍ରୱାଲ, ଜି. ରମେଶ, ଶେଷଦେବ ପଧାନ ପ୍ରମୁଖ ପହଞ୍ଚି ଭଟଲି ପୋଲିସକୁ ଖବର ଦେଇଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ବର୍ତ୍ତମାନ ଅସହାୟ ବୃଦ୍ଧା ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅସ୍ତ୍ରୋପଚାର ବିଭାଗରେ ଚିକିତ୍ସିତ ହେଉଛନ୍ତି । ବୃଦ୍ଧାଙ୍କ ପରିବାର ଲୋକଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି । ଅନ୍ୟପଟେ ସଂକଳ୍ପ ପରିବାରର ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details