ETV Bharat / state

ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

author img

By

Published : Aug 19, 2022, 8:38 AM IST

Updated : Aug 19, 2022, 9:05 AM IST

ଜାତିଆଣ ମନୋଭାବରୁ ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶେଷରେ ମାଆର କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲା ପୁଅ । ଅଧିକ ପଢନ୍ତୁ

ମୃତଦେହ ଛୁଇଁଲେ ନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ
ମୃତଦେହ ଛୁଇଁଲେ ନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

କୋରାପୁଟ: ଛୁଆଁ ଅଛୁଆଁ ଭେଦ ଭାବ ଆଗରେ ହାରିଗଲା ମାନବିକତା । ଅନ୍ୟ ଜାତିରେ ଖାଇବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ । ମୃତଦେହକୁ ଚାରି କାନ୍ଧ ନମିଳିବାରୁ ଶେଷରେ କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ମୃତକଙ୍କ ପୁଅ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବୃଦ୍ଧା ମୁକ୍ତା ପରଜା ।

ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗତ ୬ମାସ ତଳେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିବାରୁ ଗ୍ରାମବାସୀ ମାନେ ଉକ୍ତ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ । ସେମାନଙ୍କୁ ଗାଁରେ ଆୟୋଜିତ କୌଣସି ଭୋଜି ଭାତରେ ବି ସାମିଲ କରୁନଥିଲେ । ଗ୍ରାମବାସୀଙ୍କ ଏହି କଠୋର ନିୟମ ଯୋଗୁଁ ମୁକ୍ତା ମୃତ୍ୟୁ ବରଣ କରିବା ପରେ ମଧ୍ୟ ମୃତଦେହକୁ ଚାରି କାନ୍ଦ ଦେବା ତ ଦୂରର କଥା ଛୁଇଁ ନଥିଲେ ଗ୍ରାମବାସୀ । ଶେଷରେ ମଙ୍ଗଳା ଶବର ଓ ତାଙ୍କ ପତ୍ନୀ କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ଶ୍ମଶାନକୁ ନେଇଥିଲେ ।

ତେବେ ବୋହୂ କୋକେଇକୁ ଧରି ପାରୁନଥିବାରୁ ରାସ୍ତା ମଝିରେ ମୃତଦେହ ବାରମ୍ବାର ପଡି ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସଂପର୍କରେ ଜାଣିବା ପରେ ଜୟପୁର ବିଡ଼ିଓ ସୁରଜ ପଟ୍ଟନାୟକ ଏହାର ତଦନ୍ତ କରିବାର ପ୍ରତିଶ୍ରୁତି ଦେଇ ପରିବାରକୁ 5000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Last Updated :Aug 19, 2022, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.