ଓଡିଶା

odisha

ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଆନ୍ଦୋଳନ

By ETV Bharat Odisha Team

Published : Dec 7, 2023, 11:14 AM IST

ଶ୍ରମିକଙ୍କୁ କାମ କମ୍ ମିଳୁଥବା ନେଇ ବରଗଡ ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

workers protest
workers protest

workers protest

ବରଗଡ:ବରଗଡ ଜଣାଶୁଣା ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଆନ୍ଦୋଳନ । ଶ୍ରମିକଙ୍କୁ କାମ କମ୍ ମିଳୁଥବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ମଜଦୁର ସଂଘ । ତେବେ ପୂର୍ବରୁ ପ୍ରତ୍ୟେକ ଶ୍ରମିକଙ୍କୁ ମାସରେ 26 ଦିନ ଲେଖାଏଁ କାମ ମିଳୁଥିଲା । ହେଲେ ବର୍ତ୍ତମାନ ଅମ୍ବୁଜା ସିମେଣ୍ଟ କମ୍ପାନୀ ପକ୍ଷରୁ ଶ୍ରମିକମାନଙ୍କୁ 13 ଦିନ କାମ ଦିଆଯିବ ବୋଲି ଠିକାଦାରମାନଙ୍କୁ କୁହାଯାଇଛି । ତେଣୁ ନ୍ୟାୟ ପ୍ରଦାନ ଦାବିରେ କମ୍ପାନୀର ଏପରି ନିଷ୍ପତ୍ତିକୁ ବିରୋଧ କରି କୋଶଳ ମଜଦୁର ସଂଘ ପକ୍ଷରୁ ସିମେଣ୍ଟ କାରଖାନା ସମ୍ମୁଖରେ ଆନ୍ଦୋଳନ କରଯାଇଥିଲା । ଯାହାଫଳରେ କାରଖାନାରେ କାମ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, ବରଗଡ଼ ସହରରେ ରହିଥିବା ବହୁ ପୁରୁଣା ସିମେଣ୍ଟ କାରଖାନାରେ ଦିନକୁ ଦିନ ଶ୍ରମିକ ଛଟେଇ ଚାଲିଛି । ହେଲେ ବର୍ତ୍ତମାନ କାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ଗୋଟେ ମାସରେ 26 ଦିନ କାମ ବଦଳରେ ମାତ୍ର 13 ଦିନର କାମ ଦିଆଯିବାକୁ ଆଦାନୀ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶ୍ରମିକମାନେ ଯେତେ ଟଙ୍କା ମାସକୁ ରୋଜଗାର କରୁଥିଲେ ବର୍ତ୍ତମାନ ତାଠାରୁ ଅଧା ଟଙ୍କା ରୋଜଗାର କରିବେ । ତେଣୁ ଏପରି ପରିସ୍ଥିତିରେ କିପରି ଶ୍ରମିକମାନେ ତାଙ୍କର ପରିବାର ପ୍ରତିପୋଷଣ କରିପାରିବେ ସେନେଇ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ମନମୁଖୀ କାର୍ଯ୍ୟକଳାପ ନେଇ ବିଦ୍ୟୁତ କର୍ମଚାରୀ ମହାସଂଘର ଗଣଧାରଣା

ପିଲାଙ୍କ ପାଠପଢା ଓ ଔଷଧ ଖର୍ଚ୍ଚ ତ ଦୂରର କଥା ପରିବାରକୁ ଖାଦ୍ୟ ଯୋଗାଇ ଦେବାକୁ ମଧ୍ୟ ଶ୍ରମିକ ମାନଙ୍କ ପକ୍ଷରେ କଷ୍ଟକର ହୋଇଯିବ । ତେବେ ପୂର୍ବରୁ ଯେପରି ମାସକୁ 26 ଦିନ କାମ ଦିଆଯାଉଥିଲା ସେହିପରି ଶ୍ରମିକଙ୍କୁ କାମ ପ୍ରଦାନ କରାଯାଉ ନଚେତ ସମସ୍ତ ଶ୍ରମିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ ଅମ୍ବୁଜା ସିମେଣ୍ଟ କମ୍ପାନୀ କତୃପକ୍ଷ ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ନେତାଙ୍କ ଦ୍ୱାରା ପ୍ରଭାବିତ କିଛି ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ନେଇ ଆନ୍ଦୋଳନ କରାଯାଇଥିଲା । ପ୍ରମୁଖ ହିତାଧିକାରୀଙ୍କ ସହ ପୂର୍ବ ଚୁକ୍ତିନାମା ଏବଂ ଆଲୋଚନା ସତ୍ତ୍ବେ ଆଜି ପ୍ଲାଣ୍ଟ ଫାଟକରେ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନ କାରଖାନା କାର୍ଯ୍ୟରେ ଆଦୌ ବାଧା ସୃଷ୍ଟି କରିନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details