ETV Bharat / state

ମନମୁଖୀ କାର୍ଯ୍ୟକଳାପ ନେଇ ବିଦ୍ୟୁତ କର୍ମଚାରୀ ମହାସଂଘର ଗଣଧାରଣା

author img

By ETV Bharat Odisha Team

Published : Dec 5, 2023, 4:50 PM IST

କର୍ମଚାରୀ ମହାସଂଘର ଗଣଧାରଣା
କର୍ମଚାରୀ ମହାସଂଘର ଗଣଧାରଣା

ଜି ଭି ଇଲେକ୍ଟ୍ରିକାଲ୍ ଏଜେନ୍ସିର ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ମହାସଂଘର ଧାରଣା । ଅଧିକ ପଢନ୍ତୁ

ବିଦ୍ୟୁତ କର୍ମଚାରୀ ମହାସଂଘର ଗଣଧାରଣା

ଫୁଲବାଣୀ: ଜି ଭି ଇଲେକ୍ଟ୍ରିକାଲ୍ ଏଜେନ୍ସିର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ । ଏନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ମହାସଂଘର ଧାରଣା । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଏଜେନ୍ସି ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନାର ନିଷ୍ପତ୍ତିକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ କରି ଧାରଣା ଦେଇଛି ସଙ୍ଘ ।

ତେବେ ବିଦ୍ୟୁତ କର୍ମଚାରୀ ମହାସଂଘର ଅଭିଯୋଗ ଅନୁଯାୟୀ, ଜି ଭି ଇଲେକ୍ଟ୍ରିକାଲ୍ ଏଜେନ୍ସି ଅଧୀନରେ ଏହି କର୍ମଚାରୀମାନେ କାର୍ଯ୍ୟ କରି ଆସୁଛନ୍ତି । କର୍ମଚାରୀମାନଙ୍କ ଦରମାରେ ରହିଥିବା ତାରତମ୍ୟକୁ ଦୂର କରିବା, ଫୁଏଲ ଏଲାଉନସ୍ ନିଷ୍ପତ୍ତି କ୍ରମେ ଦେବା, ହେଚ. ଟି ଲାଇସେନ୍ସଧାରୀଙ୍କୁ ପୂର୍ବ ନିଷ୍ପତ୍ତି କ୍ରମେ ଏଲାଉନସ୍ ଦେବା, ୮ ଘଣ୍ଟା କାର୍ଯ୍ୟ ପରେ ଓଭର ଟାଇମ ପାଇଁ ଏଲାଉନସ୍ ଦେବା, ମାସର 10 ତାରିଖ ରୁ 13 ତାରିଖ ମଧ୍ୟରେ ସମସ୍ତ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ଆଦି ସମସ୍ତ ଦାବି ପାଇଁ ହୋଇଥିବା ନିଷ୍ପତ୍ତିକୁ ଏହି ସଂସ୍ଥା ପୂରଣ କରୁନାହିଁ ।

ଏଥିସହ ଓଭର ଟାଇମ କାର୍ଯ୍ୟ ପାଇଁ ସଂସ୍ଥା ପକ୍ଷରୁ କେବେ ମଧ୍ୟ ପ୍ରାପ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି । ତେଣୁ ଏହି ଘଟଣା କୁ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି । ଏହି ସମସ୍ତ ଦାବି ଯେ ପର୍ଯ୍ୟନ୍ତ ପୂରଣ ହେଉନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଗଣଧାରଣାରେ ଫୁଲବାଣୀ ଡିଭିଜନର ସମସ୍ତ ଠିକା କର୍ମଚାରୀ ସାମିଲ ରହିଛନ୍ତି । ଆନ୍ଦୋଳନ ସମୟରେ ଡିଭିଜନ ଠାରୁ ଆରମ୍ଭ କରି ଜନାଲ ସ୍ତରରେ ଯାହାବି ସମସ୍ୟା ହେବ ସେଥି ନିମନ୍ତେ ମ୍ୟାନେଜମେଣ୍ଟ ଦାୟୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ - ବିଦ୍ୟୁତ ଡିଭିଜନରେ ଅଶାନ୍ତି, ଧାରଣାରେ କର୍ମଚାରୀ

ଏନେଇ ଡିଭିଜନ ସଂଗଠକ ଗୁପ୍ତେଶ୍ଵର ଜେନା କହିଛନ୍ତି, "ଜି.ଭି ବିରୋଧରେ ଆମେ ଆଜି ଧାରଣା ଦେଇଛୁ । ଆମକୁ କମମ୍ପାନୀ ଯେତିକି ଦରମା ଦେବା କଥା ତାଠାରୁ କମ୍ ଦରମା ଦେଉଛି । ସେଥିପାଇଁ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆମେ ଏନେଇ ଅଭିଯୋଗ କରିବା ସତ୍ତ୍ବେ କୌଣସି ସମାଧାନ କରୁନାହାନ୍ତି । ତେଣୁ ବାଧ୍ୟ ହୋଇ ଆମେ ଆଜି ରାଜରାସ୍ତାକୁ ଓହ୍ଲାଇଛୁ । ଆଗାକୁ ଯାହା ବି ଅସୁବିଧା ହେବ ଏଥିପାଇଁ ଦାୟୀ ହେବ କମ୍ପାନି ।"

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.