ଓଡିଶା

odisha

ଦିନ କେଇଟା ପରେ ଧନୁଯାତ୍ରା, ସଜେଇ ହେଲାଣି ବରଗଡର ମଥୁରା ଓ ଗୋପପୁର

By

Published : Dec 22, 2022, 4:30 PM IST

ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ପ୍ରବଳ ପ୍ରତାପୀ କଂସର ଅଟ୍ଟହାସ୍ୟରେ କମ୍ପିବ ବରଗଡ । ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି ।ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସଜେଇ ହେଲାଣି ମଥୁରା ଓ ଗୋପପୁର । ଅଧିକ ପଢନ୍ତୁ

bargarh dhanu yatra
bargarh dhanu yatra

ଦିନ କେଇଟା ପରେ ଧନୁଯାତ୍ରା

ବରଗଡ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବ ଧନୁଯାତ୍ରା । ହୀରକ ଜୟନ୍ତୀ ପାଳନ କରୁଥିବା ବିଶ୍ୱ ପ୍ରସିଦ୍ଧ 75 ତମ ବରଗଡ଼ ଧନୁଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି ମଥୁରା ସାଜିଥିବା ବରଗଡ଼ଓ ଗୋପପୁର ସାଜିଥିବା ଅମ୍ବାପାଲି । ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେବ ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟ । କୋରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ପଡିଥିବା ପ୍ରସିଦ୍ଧ ଧନୁଯାତ୍ରା ଚଳିତ ବର୍ଷ ଧୂମଧାମରେ ପାଳନ କରାଯିବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଧନୁଯାତ୍ରା । ଏବେଠୁ ଉଭୟ ମଥୁରା ଓ ଗୋପପୁର ସଜେଇ ହେଲାଣି । ଧନୁଯାତ୍ରାରେ 11 ଦିନ ପାଇଁ ହେବାକୁ ଥିବା ବେଳେ ଗୋପପୁର ସାଜୁଥିବା ଅମ୍ବାପାଲିରେ ଘର ଗୁଡିକର କାନ୍ଥଗୁଡିକରେ ଦ୍ଵାପର ଯୁଗର କୃଷ୍ଣ, ବଳରାମ ତଥା ଗୋପୀ ଗୋପାଳ, ନନ୍ଦ, ଯଶୋଦା ତଥା କଦମ୍ବବନ ସହ କୃଷ୍ଣ ତାଙ୍କ ସାଥିଙ୍କ ସହ ବାଲ୍ୟଲୀଳା ଆଦିର ଭଳିକି ଭଳି ସୁନ୍ଦର ଚିତ୍ର ସବୁ ଅଙ୍କା ଯାଉଛି । ପ୍ରାୟ 40ରୁ 50 ଚିତ୍ର କାରିଗର ପ୍ରଶାସନ ତରଫରୁ ବର୍ତ୍ତମାନ ଗୋପପୁରରେ ବେଶ ଉତ୍ସାହ ତଥା ଭକ୍ତି ଭାବର ସହ କାନ୍ଥ ପଟରେ ପୌରାଣିକ ଚିତ୍ର ଆଙ୍କୁଛନ୍ତି ଚିତ୍ରକର । ଦିନ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି ।

ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ବେଶ ତତ୍ପରତା ପ୍ରକାଶ ପାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାର ସଙ୍ଗୀତ ନୃତ୍ୟ ଦଳଗୁଡିକ ଧନୁଯାତ୍ରାରେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିବେ । ଆହୁରି ଲେଜର ଶୋ ଦ୍ବାରା ଦର୍ଶକଙ୍କ ମନ ମୋହିବା ଦିଗରେ ପଦକ୍ଷେପ ନିଆଯାଉଥିବା ବେଳେ ପ୍ରବେଶ ଗେଟ୍‌ ସଜେଇବା ପାଇଁ ବିରାଟ ତୋରଣ ସବୁ ପ୍ରସ୍ତୁତ କରାଯାଉଥିବା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି । ତେବେ ମୀନାବଜାର ସାଙ୍ଗକୁ ରଙ୍ଗୀନ ଆଲୋକର ଶଯ୍ୟାରେ ଆଉ ଦିନ କେତେଟା ପରେ ସଜେଇ ହେବ ବରଗଡ଼ ଓ ଅମ୍ବାପାଲି । ଏହା ଦେଖିବାକୁ ଅଞ୍ଚଳବାସୀ ତଥା ବରଗଡ଼ ଜିଲ୍ଲାବାସୀ ଚାତକ ପରି ଚାହିଁ ବସିଛନ୍ତି ।

ତେବେ ଚଳିତ ବର୍ଷ ଉନ୍ନତ ଧରଣର କଳା ପ୍ରଦର୍ଶନ ପାଇଁ ଦକ୍ଷ କଳାକାରମାନଙ୍କର ଅଡିସନ ଚାଲିଥିଲା । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା କଂସ ଭୂମିକାରେ ଅଭିନୟ ପାଇଁ 56 ଜଣ କଳାକାର ମାନଙ୍କର ଅଡିସନ ହୋଇଥିଲା । ସଭିଁଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ କଂସ ଭାବେ ଚୟନ ହୋଇଥିଲେ । ହୃଷୀକେଶ ଭୋଇଙ୍କ ନିଆରା ଅଭିନୟ ପାଇଁ ବିଶ୍ଵ ଦରବାରରେ କଂସ ଭୂମିକା ପାଇଁ ପୁଣି ଥରେ ସେ ସୁଯୋଗ ପାଇଛନ୍ତି ।

ବରଗଡ, ଇଟିଭି ଭାରତ

ABOUT THE AUTHOR

...view details