ଓଡିଶା

odisha

US Open 2021: ଜୋକଭିକଙ୍କ ସ୍ବପ୍ନ ଚୁରମାର, ମେଡେଭେଡେବ ଜିତିଲେ ଟାଇଟେଲ

By

Published : Sep 13, 2021, 5:15 PM IST

US OPEN 2021 DANIIL MEDVEDEV WINS FIRST GRAND SLAM TITLE DEFEATS DJOKOVIC IN FINAL
US Open 2021: ଜୋକଭିକଙ୍କ ସ୍ବପ୍ନ ଚୁରମାର, ମେଡେଭେଡେବ ଜିତିଲେ ଟାଇଟେଲ

ବିଗତ ୫୨ ବର୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଟି ଗ୍ରାଣ୍ଡସ୍ଲାମ ବିଜେତା ପୁରୁଷ ଖେଳାଳି ବନିବାର ନୋଭାକ ଜୋକଭିକଙ୍କ ସ୍ବପ୍ନ ଚୁରମାର । ଅଧିକ ପଢନ୍ତୁ...

ନ୍ୟୁୟର୍କ:ବିଗତ ୫୨ ବର୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଟି ଗ୍ରାଣ୍ଡସ୍ଲାମ ବିଜେତା ପୁରୁଷ ଖେଳାଳି ବନିବାର ନୋଭାକ ଜୋକଭିକଙ୍କ ସ୍ବପ୍ନ ଚୁରମାର । ବିଶ୍ବର ନମ୍ବର ୧ ଖେଳାଳି ଜୋକଭିକଙ୍କ ଏହି ସ୍ବପ୍ନ ଭାଙ୍ଗିଛନ୍ତି ଡାନିଲ ମେଡେଭେଡେବ । ୟୁଏସ ଓପନ ଫାଇନାଲରେ ସମସ୍ତଙ୍କୁ ଚକିତ କରି ୬-୪, ୬-୪, ୬-୪ ସେଟ୍‌ରେ ଏକତରଫା ବିଜୟ ହାସଲ କରିଛନ୍ତି । ଏଥିସହ ଜୋକଭିକଙ୍କୁ ୨୧ତମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାକୁ ଆହୁରି ଅପେକ୍ଷା କରାଇଛନ୍ତି ।

ବିଶ୍ବର ନମ୍ବର ୧ ଖେଳାଳି ଜୋକଭିକ୍‌ ଏହି ଟୁର୍ଣ୍ଣାମେଣ୍ଟରେ ୨୦୨୧ରେ ୨୭.୦ ରେକର୍ଡ ନେଇ ପହଞ୍ଚିଥିଲେ । ଫେବ୍ରୁଆରୀରେ ଅଷ୍ଟ୍ରେଲିଆନ ଓପନ ଫାଇନାଲ୍‌ରେ ମେଡେଭେଡେବଙ୍କୁ ହରାଇଥିଲେ । ପରେ ଜୁନ୍‌ରେ ଫ୍ରେଞ୍ଚ୍‌ ଓପନ ଓ ଜୁଲାଇରେ ୱିମ୍ବଲଡନ ଟାଇଟେଲ ମଧ୍ୟ ଜିତିଥିଲେ । ମାତ୍ର ଆମେରିକା ଓପନ ଫାଇନାଲରେ ନିଜର ସର୍ବଶ୍ରେଷ୍ଠ ଫର୍ମରେ ନଥିଲେ । ୩୮ ସହଜ ଭୁଲ ସହିତ ବ୍ରେକ ପଏଣ୍ଟ ଭରଣା କରିପାରିନଥିଲେ । ରାଗରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନିଜର ରାକେଟ୍‌ ମଧ୍ୟ ଭାଙ୍ଗିଦେବା ପରେ ଚେୟାର ଅମ୍ପାୟରଙ୍କ ଠାରୁ ଚେତାବନୀ ମଧ୍ୟ ମିଳିଲା । ଆର୍ଥର ଏସେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ହୁଟିଂ ମଧ୍ୟ କରିଥିଲେ ।

ଅନ୍ୟପଟେ ଛଅ ଫୁଟ ଛଅ ଇଞ୍ଚ୍‌ ଉଚ୍ଚତା ଥିବା ମେଡେଭେଡେବ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଜୋକଭିକ ନିଜ କ୍ୟାରିୟରର ୩୧ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ୬ ବିଜୟ ସହିତ ପହଞ୍ଚିଥିଲେ । ମାତ୍ର ଆବଶ୍ୟକ ସମୟରେ ନିଜର ଲୟ ହରାଇଥିଲେ ।

ଶେଷ ଥର ପାଇଁ ଗୋଟିଏ ବର୍ଷରେ ସମସ୍ତ ଟ୍ରଫି ରଡ୍‌ ଲାବେର ଜିତିଥିଲେ । ୧୯୬୨ ଓ ୧୯୬୯ରେ ଦୁଇଥର ସେ ଏହି ବିରଳ କାରନାମା କରିଥିଲେ । ମହିଳା ବର୍ଗରେ ଏକମାତ୍ର ଷ୍ଟେଫି ଗ୍ରାଫ୍‌ଙ୍କ ନାମରେ କିର୍ତ୍ତୀମାନ ରହିଛି । ବର୍ଷ ୧୯୮୮ରେ ସେ ସମସ୍ତ ୪ଟି ପ୍ରମୁଖ ଟ୍ରଫି ବିଜୟିନୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details