ଓଡିଶା

odisha

ଐତିହାସିକ ସାକ୍ଷ୍ୟ ପୂର୍ବରୁ ନିଜ ସଫେଇ ପାଇଁ ପ୍ରସ୍ତୁତ ନାମୀଦାମୀ ଟେକ୍‌ ସିଇଓ

By

Published : Aug 2, 2020, 6:29 AM IST

ନିଜ ନିଜ କ୍ଷେତ୍ରରେ ଦବଦବା ବଜାୟ ରଖିଥିବା ଟପ୍‌ କମ୍ପାନୀର ସିଇଓମାନଙ୍କୁ ଆମେରିକୀୟ ପ୍ୟାନେଲ ଜେରା କରିବା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ଏନେଇ ପ୍ରତ୍ୟେକ ସିଇଓ ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

sundar pichai, jeff bezos, tim cook, mark juckerberg, latest technology news, ସୁନ୍ଦର ପିଚାଇ, ଜେଫ୍‌ ବେଜୋସ, ମାର୍କ ଜ୍ୟୁକରବର୍ଗ, ଟିମ କୁକ, ଟେକ କମ୍ପାନୀ ସିଇଓ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଐତିହାସିକ ସାକ୍ଷ୍ୟ ପୂର୍ବରୁ ନିଜ ସଫେଇ ପାଇଁ ପ୍ରସ୍ତୁତ ନାମୀଦାମୀ ଟେକ୍‌ ସିଇଓ

ସାନ ଫ୍ରାନ୍ସିସ୍କୋ: ନିଜ ନିଜ କ୍ଷେତ୍ରରେ ଦବଦବା ବଜାୟ ରଖିଥିବା ଟପ୍‌ କମ୍ପାନୀର ସିଇଓମାନଙ୍କୁ ଆମେରିକୀୟ ପ୍ୟାନେଲ ଜେରା କରିବା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ଏନେଇ ଇ-ରିଟେଲ, ସ୍ମାର୍ଟଫୋନ ସଫ୍ଟଓୟାର, ସୋସିଆଲ ମିଡିଆ ଓ ରିସର୍ଚ୍ଚ ଆଦି କ୍ଷେତ୍ରରେ ଜେଫ୍‌ ବେଜୋସ, ଟିମ କୁକ, ମାର୍କ ଜ୍ୟୁକରବର୍ଗ ଓ ସୁନ୍ଦର ପିଚାଇଙ୍କର ସାକ୍ଷ୍ୟ ଗ୍ରହଣ କରିବ ଆମେରିକୀୟ ପ୍ୟାନେଲ ।

ଏନେଇ ପ୍ରତ୍ୟେକ ସିଇଓ ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏମିତିରେ ଆପଲ୍‌ ସିଇଓ ଟିମ କୁକ ସ୍ପଷ୍ଟ କରିଛନ୍ତି ବିଗତ ଦିନରେ ସ୍ମାର୍ଟଫୋନ ବଜାରରେ ପ୍ରତିଯୋଗିତା ବଢିବାରେ ଲାଗିଛି । ଏନେଇ ଅନ୍ୟ ସ୍ମାର୍ଟଫୋନ କମ୍ପାନୀ ଯଥା ସାମସଙ୍ଗ, ଏଲଜି, ହୁୱାଇ ଓ ଗୁଗୁ ଆଦି ମଧ୍ୟ ପ୍ରତିଯୋଗିତାରେ ସଫଳତାର ସହ ଉର୍ଦ୍ଧ୍ବଗାମୀ ରହିଛନ୍ତି । ତେଣୁ ଆପଲ୍‌ର ଅନ୍ୟ କମ୍ପାନୀକୁ ଦବାଉଥିବାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ ।

ଟିମ୍‌ କୁକ, ଆପଲ୍‌ ସିଇଓ

(ଫଟୋ- ଟିମ୍‌ କୁକ, ଆପଲ୍‌ ସିଇଓ)

ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ନିଜର ସଫେଇ ପାଇଁ କହିଛନ୍ତି କି ନିକଟ ଅତୀତରେ ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ ଉପରେ ଅଧିଗ୍ରହଣ ନେଇ କମ୍ପାନୀକୁ ଭିନ୍ନ ମତର ଶିକାର ହେବାକୁ ପଡିଛି । କିନ୍ତୁ ଏହି ସବୁ ପ୍ଲାଟଫର୍ମର ବିକାଶ ପାଇଁ ଏହାକୁ ଫେସବୁକ ପରିବାରରେ ସାମିଲ କରାଯାଇଥିବା ମାର୍କ ସ୍ପଷ୍ଟ କରିଛନ୍ତି ।

ମାର୍କ ଜ୍ୟୁକରବର୍ଗ, ଫେସବୁକ ସିଇଓ

(ଫଟୋ- ମାର୍କ ଜ୍ୟୁକରବର୍ଗ, ଫେସବୁକ ସିଇଓ)

ଅନ୍ୟପଟେ ଇ-କମର୍ସ ଜାଏଣ୍ଟ ଆମାଜନ ସିଇଓ ଜେଫ୍‌ ବେଜୋସ କିନ୍ତୁ କହିଛନ୍ତି କି କମ୍ପାନୀ ଉପରେ ଛାନଭିନ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । ନା ସେ ଏନେଇ କୌଣସି ସଫେଇ ଦେଇଛନ୍ତି ।

ଜେଫ୍‌ ବେଜୋସ, ଆମାଜନ ସିଇଓ

(ଫଟୋ- ଜେଫ୍‌ ବେଜୋସ, ଆମାଜନ ସିଇଓ)

ତେବେ ଆଲଫାବେଟ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି କି କମ୍ପାନୀ ଦ୍ବାରା କ୍ଷୁଦ୍ର ବ୍ୟବସାୟୀ ଓ ଗ୍ରାହକମାନେ ମୁଖ୍ୟତଃ ଲାଭବାନ ହୋଇପାରୁଛନ୍ତି । କମ୍ପାନୀ ବି କେବଳ ସଫଳତା ଦେଖିଛି ବୋଲି ନୁହେଁ । ବିଫଳତାର ସ୍ବାଦ ମଧ୍ୟ କମ୍ପାନୀ ବେଶ ଭଲ ବାବେ ଚାଖି ସାରିଛି । ତେଣୁ ଏହି ଅନୁଭବକୁ ଧ୍ୟାନରେ ରଖି କମ୍ପାନୀ ଅନ୍ୟ କମ୍ପାନୀର ବିକାଶ ପାଇଁ ମଧ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସହାୟକ ହେଉଛି ।

ସୁନ୍ଦର ପିଚାଇ, ଗୁଗୁଲ ଓ ଆଲଫାବେଟ ସିଇଓ

(ଫଟୋ- ସୁନ୍ଦର ପିଚାଇ, ଗୁଗୁଲ ଓ ଆଲଫାବେଟ ସିଇଓ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details