ETV Bharat / lifestyle

ୟୁକ୍ରେନରେ ସହାୟତା ଲାଗି ଆଗେଇ ଆସିଲା Meta, ଦେବ ୧୧୪ କୋଟି ଟଙ୍କା

author img

By

Published : Mar 5, 2022, 6:28 PM IST

ୟୁକ୍ରେନରେ ସହାୟତା ଲାଗି ଆଗେଇ ଆସିଲା Meta, ଦେବ ୧୧୪ କୋଟି ଟଙ୍କା
ୟୁକ୍ରେନରେ ସହାୟତା ଲାଗି ଆଗେଇ ଆସିଲା Meta, ଦେବ ୧୧୪ କୋଟି ଟଙ୍କା

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇଛି Meta । ୟୁକ୍ରେନରେ କାର୍ଯ୍ୟ କରୁଥିବା ମାନବିକ ଉଦ୍ୟମକୁ ସମର୍ଥନ କରିବା ପାଇଁ ୧୫ ମିଲିୟନ ଡଲାର ଯୋଗାଇବ ବୋଲି ଦେଇଛି ପ୍ରତିଶୃତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆକ୍ରମଣ ମଧ୍ୟରେ ମେଟା ୟୁକ୍ରେନକୁ ସହାୟତାର ହାତ ବଢାଇଛି । ମେଟା ୟୁକ୍ରେନ ଏବଂ ପଡୋଶୀ ଦେଶରେ ମାନବିକ ଉଦ୍ୟମକୁ ସମର୍ଥନ କରିବାକୁ 15 ମିଲିୟନ୍ ଡଲାର ବା ୧୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି । ଏହି ଅର୍ଥରୁ ମିଳିତ ଜାତିସଂଘ ଏଜେନ୍ସିଗୁଡ଼ିକୁ 5 ମିଲିୟନ୍ ଡଲାର ଦିଆଯିବାକୁ ଥିବା ବେଳେ ଅନ୍ତର୍ଜାତୀୟ ମେଡିକାଲ କର୍ପ୍ସ ସମେତ କିଛି ଅଣ-ଲାଭକାରୀ ସଂସ୍ଥାକୁ ପ୍ରଦାନ କରାଯିବ । ଏଥିରୁ ପରୋକ୍ଷ ଭାବରେ ଅହରହ ଖବର ପ୍ରସାରଣ କରୁଥିବା ସାମ୍ବାଦିକଙ୍କୁ ସହାୟତା ଯୋଗାଇ ଦିଆଯିବ ।

ଏ ସମ୍ପର୍କରେ ମେଟା କହିଛି ଯେ," ୟୁକ୍ରେନ ଏବଂ ଯୁଦ୍ଧ ଅଞ୍ଚଳର ଶିଶୁ ଓ ପରିବାରଙ୍କ ପାଇଁ ସହାୟତା ବୃଦ୍ଧି ଲାଗି ଆମେ ୟୁନିସେଫ(UNICEF)କୁ ମଧ୍ୟ ଦାନ କରୁଛୁ । ଅବଶିଷ୍ଟ 10 ମିଲିୟନ୍ ଡଲାରକୁ ବିଜ୍ଞାପନ କ୍ରେଡିଟ୍ ଭାବରେ ଦିଆଯିବ । ଏହା ଅଣ-ଲାଭକାରୀ ସଂସ୍ଥାକୁ ଉପକୃତ କରିବ ଯାହା ହିଂସା ଦ୍ବାରା ପ୍ରଭାବିତ ଲୋକଙ୍କୁ ଜରୁରୀ ସୂଚନା ଯୋଗାଇବାରେ ସାହାଯ୍ୟ କରି ଆସୁଛି । ଏଥିରେ ସୋସିଆଲ ମିଡ଼ିଆର ଏକ ବିଶେଷ ଭୂମିକା ମଧ୍ୟ ରହିଛି । "

ଋଷ ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଉପରେ ୨୪ ଘଣ୍ଟା ନଜର ରଖିବାକୁ ବଡ ବଡ଼ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି । ମେସେଞ୍ଜର(Messenger)ରେ ବନ୍ଧୁ ତାଲିକା ଏବଂ ଅନ୍ୟ ତଥ୍ୟ ଦେଖିବା ଏବଂ ଖୋଜିବାର କ୍ଷମତା ରହିଛି । ଋଷର ସୈନ୍ୟବାହିନୀ ୟୁକ୍ରେନକୁ ବହୁ ସଂଖ୍ୟାରେ ପ୍ରବେଶ କରିଛି । ଏହାରି ମଧ୍ୟରେ କୌଣସି ଭୁଲ ତଥ୍ୟର ବିସ୍ତାରକୁ ରୋକିବା ପାଇଁ ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଋଷର ଗଣମାଧ୍ୟମ ସଂସ୍ଥା RT ଓ Sputnik ଉପରେ ପ୍ରତିବନ୍ଧକକୁ ବଢାଇ ଦେଇଛି ।

ଏହାସହ ୟୁକ୍ରେନ ଓ ଋଷର ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟରେ ଅନେକ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅର୍ଥାତ୍‌ ଏଠାକାର ୟୁଜର୍ସ ନିଜ ଫେସବୁକ ପ୍ରୋଫାଇଲକୁ ଲକ୍‌ କରିବା ସହିତ ଫ୍ରେଣ୍ଡ ଲିଷ୍ଟ ଭ୍ୟୁ ଆଦିକୁ ଅନ୍ୟ କେହି ଦେଖିବାରେ ରୋକ ଲଗାଇପାରିବେ । ଏଥିଲାଗି ସେମାନଙ୍କ Settings କିଛି ନୂଆ safety features ଆଣିଥିବା କହିଛି ମେଟା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.