ETV Bharat / lifestyle

ମାର୍ଚ୍ଚ ୮ରେ iPhone SE, Mac mini ଲଞ୍ଚ କରିବ Apple

author img

By

Published : Mar 4, 2022, 8:09 PM IST

ଆସନ୍ତା ମାର୍ଚ୍ଚ ୮ରେ iPhone SE, Mac mini ଲଞ୍ଚ କରିବ Apple
ଆସନ୍ତା ମାର୍ଚ୍ଚ ୮ରେ iPhone SE, Mac mini ଲଞ୍ଚ କରିବ Apple

ଆସନ୍ତା ୮ ତାରିଖରେ ଆପଲ୍‌ କମ୍ପାନୀ ଏକ ବିଶେଷ ଇଭେଣ୍ଟ ମାଧ୍ୟମରେ iPhone SE, Mac mini ଲଞ୍ଚ କରିବାକୁ ଯାଉଛି । ଅଧିକ ପଢନ୍ତୁ

ସାନଫ୍ରାନ୍ସିକୋ: ଆସନ୍ତା ୮ ତାରିଖରୁ ସ୍ପ୍ରିଙ୍ଗ ସ୍ପେଶାଲ ଇଭେଣ୍ଟ ଅନୁଷ୍ଠିତ କରିବାକୁ ଯାଉଛି ଟେକ୍ ଜିଆଣ୍ଟ Apple । କମ୍ପାନୀ ଏହି ଇଭେଣ୍ଟରେ ୫G ଆଇଫୋନ୍ SE ଏବଂ ମ୍ୟାକ୍ ମିନି ପାଇଁ ଲଞ୍ଚ କରିବ । ଇଭେଣ୍ଟ ପଶ୍ଚିମ ଆମେରିକାର ସମୟ(Pacific Time) ଅନୁସାରେ 10 ଟାରୁ ଆରମ୍ଭ ହେବ ଏବଂ ସାଧାରଣ ଭିଡିଓ ଷ୍ଟ୍ରିମିଂ ଭେନ୍ୟୁ ମାଧ୍ୟମରେ ପ୍ରସାରିତ ହେବ । ଅକ୍ଟୋବର 18 ରୁ ଉନ୍ମୋଚିତ ଇଭେଣ୍ଟ ପରେ ଏହା 2022ର ଆପଲ୍‌ର ପ୍ରଥମ ବିଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ଆପଲ୍ ଇନ୍ସାଇଡର୍ ରିପୋର୍ଟରେ କହିଛି ।

ଚଳିତ ବର୍ଷ କମ୍ପାନୀ ଅନେକ ଗୁଡ଼ିଓ ନୂଆ ଟେକ୍ନୋଲୋଜି ଆଧାରିତ ଗ୍ୟାଜେଟ୍ସ ଲଞ୍ଚ କରିବ । ତନ୍ମଧ୍ୟରୁ କିଛି ବର୍ଷ ଶେଷ ସୁଦ୍ଧା ବଜାରରେ ପ୍ରବେଶ କରିବ । କମ୍ପାନୀ ମୁଖ୍ୟତଃ iPhone SE ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛି । ଏହି ମଡେଲ ପ୍ରଥମ ଭାବେ ୫ଜି କନେକ୍ଟିଭିଟି ଯୋଗାଇବ ବୋଲି ରିପୋର୍ଟରେ କୁହାଯାଇଛି । ଏହି ଇଭେଣ୍ଟରେ iPad Air 5 ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏଥିରେ iPad mini 6 ଭଳି ଫିଚର ରହିଥିବା କୁହାଯାଇଛି ।

ଆପଲ୍‌ର ମ୍ୟାକ୍‌ ମିନି ମଧ୍ୟ ୟୁଜର୍ସଙ୍କୁ ଖୁବ ସୁବିଧା ଯୋଗାଇବ । ଏହା ଯେକୌଣସି ସ୍ଥାନରେ ଏକ ଛୋଟ ପୋର୍ଟେବଲ ଡେସ୍କଟପ କମ୍ପ୍ୟୁଟରରେ ପରିଣତ ହୋଇପାରିବ । ମ୍ୟାକ୍‌ ବୁକ୍‌ ପରେ ଏବେ ଆପଲ୍‌ ମ୍ୟାକ୍‌ ମିନି ବଜାର ପ୍ରବେଶ କରିବାକୁ ଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.