ETV Bharat / lifestyle

Instagram New Feature: ଆଉ ନାହିଁ ଭିଡ଼ିଓ କ୍ୟାପସନ ଚିନ୍ତା

author img

By

Published : Mar 3, 2022, 6:01 PM IST

Instagram New Feature: ଆଉ ନାହିଁ ଭିଡ଼ିଓ କ୍ୟାପସନ ଚିନ୍ତା
Instagram New Feature: ଆଉ ନାହିଁ ଭିଡ଼ିଓ କ୍ୟାପସନ ଚିନ୍ତା

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆଣୁଛି ନୂଆ ଫିଚର । ଯେଉଁଥିରେ ଆଉ ଭିଡ଼ିଓ ପାଇଁ କ୍ୟାପସନ ଖୋଜିବା ଚିନ୍ତା ରହିବ ନାହିଁ । ଅଧିକ ପଢନ୍ତୁ

ସାନଫ୍ରାନ୍ସିକୋ: ମେଟାର ନିଜସ୍ବ ଫଟୋ ସେୟାରିଂ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର । ଯାହାକି ୟୁଜର୍ସଙ୍କୁ ପରଫେକ୍ଟ ଭିଡ଼ିଓ କ୍ୟାପସନ ଭାବିବାରୁ ଦେବ ମୁକ୍ତି । ଭିଡ଼ିଓ ଅପଲୋଡ଼ କରିବା ସମୟରେ ଏଥିରେ ଆସିବେ ଅଟୋମେଟିକ କ୍ୟାପସନ । ଏହି ଫିଚର ପ୍ରଥମେ କିଛି ନିର୍ଦ୍ଦିଷ୍ଟ ଭାଷାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

  • It’s a long time coming, but we’re excited to share a new tool that empowers those in the deaf and hard-of-hearing communities.

    Videos on Instagram will now have auto-generated captions, where you have the option to turn them off or on. pic.twitter.com/DNyzcdiPSU

    — Adam Mosseri (@mosseri) March 1, 2022 " class="align-text-top noRightClick twitterSection" data=" ">

ଏହି ଫିଚରକୁ କଣ୍ଟେଣ୍ଟ କ୍ରିଏଟର ମାନେ ମଧ୍ୟ ବ୍ୟବହାର କରିପାରିବେ । ପ୍ରଥମେ ଏହା କିଛି ନିର୍ଦ୍ଦିଷ୍ଟ ଭାଷାରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଇନଷ୍ଟାଗ୍ରାମ ଆହୁରି ଅଧିକ ଭାଷାରେ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ କରିବ ବୋଲି ଜଣାପଡ଼ିଛି । ଏହି ଫିଚର ଆସିବା ପରେ ପ୍ରଥମେ କ୍ୟାପସନ ପଛରେ କୌଣସି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ରହିବ ନାହିଁ । କିନ୍ତୁ ପରେ ଏହାର ଗୁଣବତ୍ତାରେ ସୁଧାର ଆସିବ । ଶ୍ରବଣ ବାଧକ ଓ କମ ଶୁଣାଯାଉଥିବା ୟୁଜର୍ସଙ୍କ ପାଇଁ ଅଧିକ ବିକଳ୍ପ ରହିବ ।

କଣ୍ଟେଣ୍ଟ କ୍ରିଏଟର୍ସ ଭିଡ଼ିଓ ପାଇଁ କୌଣସି କ୍ୟାପସନ ବାଛିବେ ନାହିଁ । ଏହି କ୍ୟାପସନ ଅନ୍ୟ ନୂଆ ଫିଚର ଆଣିଛି ଇନଷ୍ଟାଗ୍ରାମ । ଏହାସହ ଇନଷ୍ଟାଗ୍ରାମ IGTV ର ବ୍ୟବହାର ନ କରି ସମସ୍ତ ଭିଡ଼ିଓକୁ ମୁଖ୍ୟ ଇନଷ୍ଟାଗ୍ରାମ ଆପ୍‌ରେ ରଖିବା ଉପରେ ଧ୍ୟାନ ଦେବ ବୋଲି କହିଛି । ଇନଷ୍ଟାଗ୍ରାମ ଆହୁରି କହିଛି ଯେ Reels ଦ୍ବାରା ଲୋକଙ୍କୁ ମନୋରଞ୍ଜନ କରୁଥିବା କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ରୋଜଗାରର ଆହୁରି ଅଧିକ ଉପାୟ ଆଣିବାକୁ ଆପ୍‌ କାମ କରୁଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.