ଓଡିଶା

odisha

ଦିଲ୍ଲୀ ହାଇକୋର୍ଟ ଗଲେ ଜ୍ୟାକଲିନ, ମନି ଲଣ୍ଡ୍ରିଂ ମାମାଲା ରଦ୍ଦ କରିବାକୁ କଲେ ଆବେଦନ

By ETV Bharat Odisha Team

Published : Dec 19, 2023, 10:28 AM IST

Jacqueline Money Laundering Case: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସେ କରିଥିବା ଆବେଦନରେ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ FIR ରଦ୍ଦ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ଦିଲ୍ଲୀ ହାଇକୋର୍ଟ ଗଲେ ଜ୍ୟାକଲିନ, ମନି ଲଣ୍ଡରିଂ ମାମାଲା ରଦ୍ଦ କରିବାକୁ କଲେ ଆବେଦନ
ଦିଲ୍ଲୀ ହାଇକୋର୍ଟ ଗଲେ ଜ୍ୟାକଲିନ, ମନି ଲଣ୍ଡରିଂ ମାମାଲା ରଦ୍ଦ କରିବାକୁ କଲେ ଆବେଦନ

ହାଇଦ୍ରାବାଦ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦କୋଟି ଟଙ୍କା ଲଣ୍ଡ୍ରିଂ ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ କୋର୍ଟରେ ଏକ ଆବେଦନ କରିଛନ୍ତି । ସେଥିରେ ସେ ଇଡି ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌କୁ ରଦ୍ଦ କରିବାକୁ ଦାବି କରିଛନ୍ତି ।

ଜ୍ୟାକଲିନଙ୍କ ପିଟିସନରେ ଦର୍ଶାଯାଇଛନ୍ତି ଯେ, ଇଡି ଦ୍ବାରା ଦାଖଲ କରାଯାଇଥିବା ପ୍ରମାଣ ପ୍ରମାଣିତ କରିବ ଯେ, ଆବେଦନକାରୀ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ଜଡ଼ିତ ମାମଲାରେ ଅଭିନେତ୍ରୀ ନୀରିହ ଶିକାର ହୋଇଛନ୍ତି । ସେ ନିର୍ଦ୍ଦୋଷ ଅଟନ୍ତି । ସୁକେଶଙ୍କୁ ଟଙ୍କା ହେରଫେର କରିବାରେ ଜ୍ୟାକଲିନ୍‌ଙ୍କ କୌଣସି ସମ୍ପୃକ୍ତି ରହିଛି, ଏହି କଥାର କୌଣସି ସୂଚନା କିମ୍ବା ପ୍ରମାଣ ନାହିଁ । ତେଣୁ ମନି ଲଣ୍ଡ୍ରିଂ ଆକ୍ଟ୍‌ ୨୦୦୨ର ଧାରା ୩ ଏବଂ ୪ ଅନୁଯାୟୀ ତାଙ୍କୁ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଜ୍ୟାକଲିନ୍‌ ଏହା ମଧ୍ୟ କହିଛନ୍ତି ଯେ, ବିବାଦୀୟ ଅଭିଯୋଗରେ ଆବେଦନକାରୀଙ୍କୁ ଅଭିଯୁକ୍ତ ଭାବରେ ଦୋଷୀ ସାବ୍ୟସ୍ତ କରିବାକୁ ଇଡି ପକ୍ଷପାତିତା କରିଛି ।

ସୂଚନା ଥାଉ କି, ବିଭିନ୍ନ ସଂସ୍ଥା ଦ୍ବାରା ୩୦ରୁ ଅଧିକ ମାମଲାରେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୧୫ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଜେଲରେ ଥିବାବେଳେ ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ତତ୍କାଳୀନ ଆଇନ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀ କହି ଟଙ୍କା ଲୁଟି ନେଇଥିଲେ । ତାଙ୍କ ଫୋନ୍ କଲରେ ସୁକେଶ ଦାବି କରିଥିଲେ ଯେ ସେ ପୀଡ଼ିତାଙ୍କ ସ୍ୱାମୀଙ୍କ ପାଇଁ ଜାମିନ ପାଇବେ ଏବଂ ତାଙ୍କୁ ଫାର୍ମାସ୍ୟୁଟିକାଲ୍ ବ୍ୟବସାୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବେ ।

ଏହି ପରିପ୍ରେକ୍ଷୀରେ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ନାମ ଅନଲାଇନରେ ତାଙ୍କର ଫଟୋ ଭାଇରାଲ ପରେ ସେହି ମହାଠକ ସହ ଲିଙ୍କ୍ ହୋଇଥିଲା । ତେବେ ଏହି ଘଟଣାରେ କୌଣସି ସମ୍ପୃକ୍ତି ଥିବା ଅଭିନେତ୍ରୀ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି । ଏଥିସହ ପଚରାଉଚରା ବେଳେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀଙ୍କ ବିଷୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ କହିଥିଲେ ଯେ, ସେମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି । ଏଥିସହ ଫେବୃଆରୀରେ, ଚନ୍ଦ୍ରଶେଖରଙ୍କ ଅଭିଯୁକ୍ତ ସହଯୋଗୀ ପିଙ୍କି ଇରାନୀଙ୍କ ବିରୋଧରେ ଇଡି ଏହାର ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା ।

ଚାର୍ଜସିଟ୍‌ରେ ଅଭିଯୋଗ ହୋଇଥିଲା ଯେ ପିଙ୍କି ଚନ୍ଦ୍ରଶେଖରଙ୍କ କହିବା ଅନୁସାରେ ଜ୍ୟାକଲିନଙ୍କ ପାଇଁ ମହଙ୍ଗା ଉପହାର ଦେଉଥିଲେ ସୁକେଶ । ସେ ଉପହାର ଦେବା ପରେ ଜ୍ୟାକଲିନଙ୍କୁ ତାଙ୍କ ବାସଭବନକୁ ନେଇ ଆସୁଥିଲେ । ଡିସେମ୍ବର ୨୦୨୧ରେ, ଇଡି ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରି ଯାଞ୍ଚ କରିଥିଲା । ସୂତ୍ର ଅନୁଯାୟୀ, ଚନ୍ଦ୍ରଶେଖର ବିଭିନ୍ନ ମଡେଲ ଏବଂ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଆଧାରରେ ଜ୍ୟାକଲିନ୍‌ଙ୍କ ସମେତ ନୋରା ଫତେହିଙ୍କ ନାଁ ସାମ୍ନାକୁ ଆସିଥିଲା । ସେ ଏହି ମାମଲାରେ ସାକ୍ଷୀ ଭାବରେ ରେକର୍ଡ କରିଥିଲେ । ଏହାପୂର୍ବରୁ ଜ୍ୟାକଲିନଙ୍କ ସମ୍ପତ୍ତି ଏବଂ ୭.୨ କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଜମାରାଶି ଇଡି ପକ୍ଷରୁ ଜବତ କରାଯାଇଥିଲା, ଯାହା ଏହି ଉପହାର ଏବଂ ସମ୍ପତ୍ତିକୁ ଅଭିନେତା ଗ୍ରହଣ କରିଥିବା 'ଅପରାଧର ଆୟ' ବୋଲି କହିଥିଲା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ:ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି, କୋର୍ଟଙ୍କ ଅନୁମତି ବିନା କରିପାରିବେ ବିଦେଶ ଯାତ୍ରା

ରିପୋର୍ଟ ଅନୁସାରେ, ଅଭିନେତ୍ରୀ ନୋରା ଫତେହିଙ୍କୁ ଇଡି ଏକ କ୍ଲିନ୍ ଚିଟ୍ ଦେଇଛି, ଯଦିଓ ରେକର୍ଡରେ ତାଙ୍କ ପରିବାର ସଦସ୍ୟ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ବିଏମଡବ୍ଲୁ କାର ପାଇଥିଲେ । ନୋରା ଫତେହି ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଉପହାର ଗ୍ରହଣ କରିବାର ତଥ୍ୟ 'ଅପରାଧର ଅର୍ଥର ଅପବ୍ୟୟ ଖର୍ଚ୍ଚ' ଶୀର୍ଷକରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଉପସ୍ଥାପିତ ହୋଇଛି ।

ABOUT THE AUTHOR

...view details