ETV Bharat / entertainment

ନାଗରିକତାକୁ ନେଇ କ୍ରିପ୍ଟିକ ପୋଷ୍ଟ ସେୟାର କଲେ ଆଲିଆ - Alia Bhatt On Citizenship

author img

By ETV Bharat Odisha Team

Published : May 22, 2024, 3:20 PM IST

Alia Bhatt Cryptic Post: ଆଲିଆ ଭଟ୍ଟଙ୍କ ନାଗରିକତ୍ୱକୁ ନେଇ ଆଜିକାଲି ଏକ ବିତର୍କ ଚାଲିଛି । ଯାହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ନେଟିଜେନ୍ସଙ୍କୁ ଉତ୍ତର ଦେଇଛନ୍ତି ।

ଆଲିଆ ଭଟ୍ଟଙ୍କ ପୋଷ୍ଟ
ଆଲିଆ ଭଟ୍ଟଙ୍କ ପୋଷ୍ଟ (@aliaabhatt Instagram)

ହାଇଦ୍ରାବାଦ: ନିକଟରେ ମେ ୨୦ରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ମତଦାନ ହୋଇଥିଲା । ଏହି ଭୋଟିଂରେ ବଲିଉଡର ସେଲିବ୍ରିଟିମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାରଙ୍କ ଠାରୁ ଶାହାରୁଖ ଖାନ, ସଲମାନ ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ମତଦାନ କରିଥିଲେ । ହେଲେ ଏହି ସମୟରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିନଥିଲା । ଯାହା ପରେ ତାଙ୍କ ନାଗରିକତ୍ୱକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ନେଟିଜେନ୍ସଙ୍କୁ ଉତ୍ତର ଦେଇଛନ୍ତି । ଯାହା ଖୁବ ଭାଇରାଲ ହେଉଛି ।

ଆଲିଆ ଭଟ୍ଟଙ୍କ ପୋଷ୍ଟ
ଆଲିଆ ଭଟ୍ଟଙ୍କ ପୋଷ୍ଟ (@aliaabhatt Instagram)

ଆଲିଆଙ୍କ ପୋଷ୍ଟ

ଆଲିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି, 'କୌଣସି ପରିମାଣର ତର୍କ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେହି ପ୍ରେମ ଏପରି ଏକ ଶଦ୍ଦ, ଯାହା ଆଗରେ କିଛି ବି ବିଜୟ କରିପାରିବ ନାହିଁ ।' ଏହା ସହିତ ସେ ଦ ଗୁଡ୍ ୱାର୍ଡ ହ୍ୟାସଟ୍ୟାଗ୍ ମଧ୍ୟ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ପୋଷ୍ଟଟି ତାଙ୍କ ନାଗରିକତ୍ୱ ବିଷୟରେ କି ନୁହେଁ । କିନ୍ତୁ ଏହା ନିଶ୍ଚିତ ଭାବେ କଳ୍ପନା ଜଳ୍ପନାର କାରଣ ହୋଇଛି ।

ସୋନି ରଜଦାନ କହିଥିଲେ ଏହା

ଏହା ପୂର୍ବରୁ ଆଲିଆଙ୍କ ନାଗରିକତାକୁ ନେଇ ମାଆ ସୋନି ରଜଦାନ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସୋନି ରଜଦାନ ଏକ ପୋଷ୍ଟ ଅପଲୋଡ୍ କରି କହିଥିଲେ ଯେ ସେ ବ୍ରିଟେନରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜୀବନର ଅଧିକାଂଶ ସମୟ ଭାରତରେ ଅତିବାହିତ କରିଛନ୍ତି ।

ଆଲିଆ ଜଣେ ବ୍ରିଟିଶ ନାଗରିକ

ସୂଚନା ଥାଉ କି, ହଲିଉଡ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ପ୍ରମୋସନ ସମୟରେ ଆଲିଆ ତାଙ୍କ ନାଗରିକତ୍ୱ ନିଶ୍ଚିତ କରିଥିଲେ । ପ୍ରମୋସନ ସମୟରେ ଗାଲ ଗାଡୋଟ୍ ଆଲିଆଙ୍କୁ ତାଙ୍କ ନାଗରିକତ୍ୱ ବିଷୟରେ ପଚାରିଥିଲେ ଏବଂ ଆଲିଆ ନିଶ୍ଚିତ କରିଥିଲେ ଯେ ତାଙ୍କର ବ୍ରିଟିଶ ନାଗରିକତା ଅଛି । ଆଲିଆ କହିଛନ୍ତି ଯେ ତାଙ୍କ ମାଆ ବର୍ମିଂହାମରେ ଜନ୍ମ ହୋଇଥିବାବେଳେ ସେ ନିଜେ ଭାରତରେ ଜନ୍ମ ହୋଇଥିଲେ ।

ଆଲିଆ ଭଟ୍ଟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କୁ ଖୁବ୍ ଶୀଘ୍ର 'ଜିଗ୍ରା'ରେ ଦେଖିବାକୁ ମିଳିବ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ମାତା ମଧ୍ୟ ଅଟନ୍ତି ।ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍‌ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା । ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ବଂଶାଲୀଙ୍କ ସହ ଫିଲ୍ମ 'ଲଭ ଆଣ୍ଡ ୱାର'ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ: ଆଲିଆଙ୍କ ଆଉ ଏକ ଉପଲବ୍ଧି, ଟପ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ସାମିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.