ଓଡିଶା

odisha

Ganesh Chaturthi: ବିଦେଶରେ ଦେଶୀଗାର୍ଲଙ୍କ ଗଣେଶ ପୂଜା, ଝିଅ ମାଲତୀର କ୍ୟୁଟ୍‌ ଫଟୋ କଲେ ସେୟାର

By ETV Bharat Odisha Team

Published : Sep 20, 2023, 2:50 PM IST

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଲସ୍ ଏଞ୍ଜେଲ୍ସରେ ଝିଅ ମାଲତୀଙ୍କ ଗଣେଶ ପୂଜା ପାଳନ କରିଛନ୍ତି । ଏହି ସମୟରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି ମାଲତୀ ମେରି । ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ବିଦେଶରେ ଝିଅ ମାଲତୀଙ୍କ ସହ ଗଣେଶ ପୂଜା ପାଳିଲେ ପ୍ରିୟଙ୍କା ଚୋପ୍ରା
ବିଦେଶରେ ଝିଅ ମାଲତୀଙ୍କ ସହ ଗଣେଶ ପୂଜା ପାଳିଲେ ପ୍ରିୟଙ୍କା ଚୋପ୍ରା

ହାଇଦ୍ରାବାଦ: ବଲିଉଡ ତାରକାଙ୍କ ମଧ୍ୟରେ ଗଣେଶ ଚତୁର୍ଥୀର କ୍ରେଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ତାରକାମାନେ ନିଜ ନିଜ ଅନ୍ଦାଜରେ ଏହି ପର୍ବ ପାଳନ କରିଛନ୍ତି । ସମସ୍ତ ତାରକା ଗଣପତି ବାପ୍ପାଙ୍କ ପ୍ରତିମୂର୍ତ୍ତି ସହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପ୍ରିୟଙ୍କା ଚୋପ୍ରା ଲସ୍ ଏଞ୍ଜେଲ୍ସରେ ଝିଅ ମାଲତୀଙ୍କ ଗଣେଶ ପୂଜା ପାଳନ କରିଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ଏହି ଫଟୋ ସେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା ବିବାହ ପରେ ଲସ୍ ଆଞ୍ଜେଲସରେ ରହିଆସୁଛନ୍ତି । ବିଦେଶରେ ଥାଇ ମଧ୍ୟ ପ୍ରିୟଙ୍କା ଜଣେ ଭାରତୀୟ ମହିଳା ଭାବରେ ପ୍ରତ୍ୟେକ ପର୍ବ ପାଳନ କରନ୍ତି । କେବଳ ନିଜେ ନୁହେଁ ମାଲତୀ ମେରି ଜୋନାସଙ୍କୁ ମଧ୍ୟ ସବୁ ପୂଜାରେ ସାମିଲ କରିବା ସହ ପାରମ୍ପରିକ ଲୁକରେ ନଜର ଆସିଥାନ୍ତି । ତେବେ ବର୍ତ୍ତମାନ ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ପ୍ରିୟଙ୍କା ଲସ ଏଞ୍ଜେଲସର ଘରେ ପୂଜା ପାଳନ କରିଥିବା ବେଳେ ପୂଜାର ଝଲକ ସୋସିଆଲ ମିଡିଆରେ ଦେଖାଇଛନ୍ତି । ଏହି ସମୟରେ ଝିଅ ମାଲତୀ ମେରି ଜୋନାସଙ୍କ ବାପ୍ପାଙ୍କ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସେୟାର ହୋଇଥିବା ଗୋଟିଏ ଫଟୋରେ ମାଲତୀ ଖେଳନା ଗଣପତି ସହ ଖେଳୁଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସେ ଖେଳନା ଗଣେଶଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ମାଲତୀ ତାଙ୍କ ଘରର ମନ୍ଦିର ସମ୍ମୁଖରେ ବସିଥିବାର ନଜର ଆସିଛନ୍ତି । ମାଲତୀ ବିନ୍ଦି, ଚୁଢି ସହ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏହି ଲୁକରେ ମାଲତୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି, ଫଟୋ ସେୟାର କଲେ ଅଭିନେତ୍ରୀ

ପ୍ରିୟଙ୍କା ଏହି ଫଟୋ ଗୁଡ଼ିକର କ୍ୟାପସନ୍ ଦେଇଛନ୍ତି, 'ଝିଅ ଏବଂ ତାଙ୍କ ଗଣପତି । ଆମେ ଯେଉଁଆଡେ ଯାଉ ସବୁବେଳେ ଆମ ସହ ରହିଛନ୍ତି । ବାପ୍ପାଙ୍କ ସହ ମାଲତୀଙ୍କର ଏହି ସୁନ୍ଦର ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କର ପ୍ରଶଂସା କରିଛନ୍ତି । ବାପା ନିକ ଜୋନାସ୍ ବି ମାଲତୀଙ୍କ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ହାର୍ଟ ଇମୋଜି ଦେଇଛନ୍ତି । ସେହିପରି ଜଣେ ଫ୍ୟାନ ଲେଖିଛନ୍ତି, 'ତୁମ ପାଇଁ ଗର୍ବିତ ଯେ ତୁମେ ନିଜ ଝିଅକୁ ଭାରତୀୟ ପରମ୍ପରା ଶିକ୍ଷା ଦେଉଛ । ବହୁତ ସୁନ୍ଦର। ମୁଁ ଆଶା କରୁଛି ଯେ ସେ ମଧ୍ୟ ନିଜ ମା' ପରି ଦୁନିଆରେ ନିଜର ଏକ ନାମ ସୃଷ୍ଟି କରିବେ । ଗଣପତି ବାପ୍ପା ମୋରିଆ । ଅନ୍ୟ ଜଣେ ଲେଖିଛନ୍ତି, ବହୁତ କ୍ୟୁଟ୍ ଏବଂ ସୁନ୍ଦର।

ABOUT THE AUTHOR

...view details