ଓଡିଶା

odisha

GST Collection: ଡିସେମ୍ବରରେ GST ଆଦାୟ ରେ ୧୫ ପ୍ରତିଶତ ବୃଦ୍ଧି, ୧.୪୯ ଲକ୍ଷ କୋଟି ଆଦାୟ

By

Published : Jan 2, 2023, 1:24 PM IST

କ୍ରମାଗତ ୭ ମାସ ଧରି ମାସିକ GST ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଡିସେମ୍ବରରେ GST ସଂଗ୍ରହରେ ୧୫ ପ୍ରତିଶତ ବୃଦ୍ଧି ହୋଇ ୧.୪୯ ଲକ୍ଷ କୋଟି ଆଦାୟ ହୋଇଛି । ଅଧିକ ପଢ଼ନ୍ତୁ

GST
GST

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସାମ୍ନାକୁ ଆସିଛି ଖୁସି ଖବର । GST ସଂଗ୍ରହରେ ପୁଣି ଥରେ ରେକର୍ଡ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଡିସେମ୍ବରରେ GST ସଂଗ୍ରହରେ ୧୫ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହାସହ ସମୁଦାୟ ୧.୪୯ ଲକ୍ଷ କୋଟି ଟଙ୍କା GST ସଂଗ୍ରହ ହୋଇଛି । ସୂଚନାଥାଉକି ନଭେମ୍ବର ମାସରେ ୧.୪୬ ଟଙ୍କା ଜିଏସଟି ଆଦାୟ ହୋଇଥିଲା ।

ତେବେ ପାର୍ବଣ ଋତୁରେ ଅର୍ଥନୈତିକ କାର୍ଯ୍ୟକଳାପ ଦୃଢ ହେବା ଯୋଗୁଁ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଥିବା ସରକାରଙ୍କ ପକ୍ଷରୁ ରବିବାର କୁହାଯାଇଛି । ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ୨୦୨୨ ଡିସେମ୍ବରରେ ୧,୪୯,୫୦୭ ଟଙ୍କା GST ରାଜସ୍ବ ସଂଗ୍ରହ କରାଯାଇଥିଲା । ଏଥିରେ GST ୨୬, ୬୧୧,SGST ୩୩୩,୫୭ ଏବଂ ୭୮,୪୭୪ IGST ସଂଗ୍ରହ ହୋଇଛି । ଡିସେମ୍ବରରେ ସାମଗ୍ରୀ ଆମଦାନୀରୁ ଆୟ ୮ ପ୍ରତିଶତ ଅଧିକ ରହିଥିଲା । ୨ ବର୍ଷର ବ୍ୟବଧାନ ପରେ ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀ ଟିକସ ସଂଗ୍ରହ GDPର ୩ ପ୍ରତିଶତ ଅତିକ୍ରମ କରିଛି ।

ଏନେଇ ଡେଲୋଇଟ ଇଣ୍ଡିଆର ସହଯୋଗୀ ଏମଏସ ମାନି କହିଛନ୍ତି," ଘରୋଇ କାରବାର ଏବଂ ଇଓ୍ବେ ବିଲ ରୁ ଚଳିତ ଥର ଜିଏସଟି ୧୮ ପ୍ରତିଶତ ବୃଦ୍ଧି ହୋଇଛି ।"

ଏହା ମଧ୍ୟ ପଢନ୍ତୁ: Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ପ୍ରକାଶଯୋଗ୍ୟ ଯେ, ଗତବର୍ଷ ୨୦୨୨ ମସିହାରେ ଏପ୍ରିଲ ମାସରେ ୧.୬୮ ଲକ୍ଷ କୋଟି GST ସଂଗ୍ରହ ହୋଇଥିଲା । ଏହାପରେ ମେ ମାସରେ GST ଆଦାୟ ୧.୪୧ ଲକ୍ଷ କୋଟି, ଜୁନ ମାସରେ ୧.୪୫ ଲକ୍ଷ କୋଟି, ଜୁଲାଇରେ ୧.୪୯ ଲକ୍ଷ କୋଟି, ଅଗଷ୍ଟରେ ୧.୪୪ ଲକ୍ଷ କୋଟି, ସେପ୍ଟେମ୍ବରରେ ୧.୪୮ ଲକ୍ଷ କୋଟି, ଅକ୍ଟୋବରରେ ୧.୫୨ ଏବଂ ନଭେମ୍ବରରେ ୧.୪୬ କୋଟି ଜିଏସଟି ଆଦାୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ABOUT THE AUTHOR

...view details