ETV Bharat / business

Paytm ଦେଉଛି ବମ୍ପର କ୍ୟାସବ୍ୟାକ୍ ଅଫର, ଜାଣନ୍ତୁ ଏହା କ'ଣ - Paytm Cashback

author img

By ETV Bharat Odisha Team

Published : May 5, 2024, 2:01 PM IST

Paytm Cashback: ଅନଲାଇନ ପେମେଣ୍ଟ ଆପ ପେଟିଏମ (Paytm) ୟୁଜର୍ସମାନଙ୍କ ପାଇଁ ବମ୍ପର ଅଫର ଆଣିଛି । ପ୍ରତ୍ୟେକ ପେମେଣ୍ଟରେ ୧୦୦ ଟଙ୍କା କ୍ୟାସବ୍ୟାକ ଅଫର ରଖିଛି ପେଟିଏମ । ପୁରା ଖବର ପଢନ୍ତୁ

Paytm Cashback
Paytm Cashback (Etv Bharat Odisha)

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସବୁଠୁ ବେଶୀ ଆଦୃତ ଲାଭ କରିଛି ଡିଜିଟାଲ ପେମେଣ୍ଟ । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ କାରବାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାମଧ୍ୟରେ ଅନଲାଇନ୍ ପେମେଣ୍ଟ ଆପ ପେଟିଏମ୍ (Paytm) କ୍ୟାସବ୍ୟାକ ନେଇ ବମ୍ପର ଅଫର ଘୋଷଣା କରିଛି । ଏହି ପେମେଣ୍ଟ ଆପ୍ ମାଧ୍ୟମରେ କରାଯାଇଥିବା ସମସ୍ତ ୟୁପିଆଇ ପେମେଣ୍ଟରେ 100 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରିବା ନେଇ କହିଛି ପେଟିଏମ ।

ବର୍ତ୍ତମାନ ସହରରେ ଚାଲିଛି କ୍ୟାସଲେସ ଯୁଗ । ଲୋକେ ଆଉ କ୍ୟାସ ଉପରେ ନିର୍ଭର କରୁନାହାନ୍ତି । ଦୋକାନ ବଜାର ସବୁଠି ଡିଜିଟାଲ ଉପାୟରେ ଟଙ୍କା ଲେନଦେଣ ଚାଲିଛି । ଦେଶରେ ପେଟିଏମ, ଫୋନ ପେ, ଗୁଗଲ ପେ ଭଳି ଡିଜିଟାଲ ପେମେଣ୍ଟ ଆପଗୁଡିକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ମାତ୍ର କିଛି ସେକେଣ୍ଡରେ ଫୋନ, ଡିଟିଏଚ, ଇଲେକ୍ଟ୍ରି ବିଲ ରିଚାର୍ଜଠୁ ଆରମ୍ଭ କରି ଟଙ୍କା ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇପାରୁଛି । ଅତି ସୁବିଧାରେ ୟୁପିଆଇ ପେମେଣ୍ଟ ସମ୍ଭବ ହେଉଥିବାରୁ ଲୋକେ ଅଧିକ ଟଙ୍କା ଲେନଦେଣ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ ଉପରେ ନିର୍ଭର କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

ଏହାମଧ୍ୟରେ ଅନଲାଇନ ପେମେଣ୍ଟ ଆପ ପେଟିଏମ (Paytm) ୟୁଜର୍ସମାନଙ୍କ ପାଇଁ ବମ୍ପର ଅଫର ଆଣିଛି । ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ପ୍ରଦାନ କରିଛି ପେଟିଏମ । ସୋସିଆଲ ମିଡିଆ ଏକ୍ସରେ ପେଟିଏମ ଲେଖିଛି ଯେ, ଭାରତର ପ୍ରିୟ ପେମେଣ୍ଟ ଆପ ଏବେ ୪ଟି ବ୍ୟାଙ୍କ ସହ ଆହୁରି ଭଲ ହୋଇଯାଇଛି । ୟୁପିଆଇ ପେମେଣ୍ଟ କରିବା ଉପରେ ୧୦୦ ଟଙ୍କା କ୍ୟାସବ୍ୟାକ ପାଆନ୍ତୁ ।

ଏହାମଧ୍ୟ ପଢନ୍ତୁ.. ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଝଟକା, ଫେବ୍ରୁଆରୀ ୨୯ ପରଠୁ ହୋଇପାରିବନି ନେଣଦେଣ

ସୂଚନାଯୋଗ୍ୟ, ଅନଲାଇନ ପେମେଣ୍ଟ କମ୍ପାନୀ ପେଟିଏମ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)ର ଅନୁମୋଦନ ପାଇବା ପରେ ଏହି କ୍ୟାସବ୍ୟାକ୍ ଅଫର ଦେଇଛି । ବର୍ତ୍ତମାନ ଆକ୍ସିସ୍ ବ୍ୟାଙ୍କ, HDFC ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟେସ ବ୍ୟାଙ୍କ (Yes Bank) ସହ ଏକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ପେଟିଏମ । ଏପ୍ରିଲ ୨୨ରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପେଟିଏମରୁ ନୂତନ ପେମେଣ୍ଟ ସିଷ୍ଟମ ପ୍ରଦାନକାରୀ (PSP) ବ୍ୟାଙ୍କ ହ୍ୟାଣ୍ଡେଲକୁ ଗ୍ରାହକଙ୍କୁ ସଫଳ ଭାବେ ସ୍ଥାନାନ୍ତରଣ କରାଯାଇଥିବା ନେଇ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.