ETV Bharat / business

Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

author img

By ETV Bharat Odisha Team

Published : Feb 27, 2024, 9:38 AM IST

Updated : Feb 27, 2024, 11:04 AM IST

Vijay Shekhar Sharma Steps down as PPBL Chairman: ପିପିବିଏଲର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ଗଠନ ହେଲା ନୂଆ ବୋର୍ଡ । ଅଧିକ ପଢନ୍ତୁ,

ବିଜୟ ଶେଖର ଶର୍ମା
Vijay Shekhar Sharma

ନୂଆଦିଲ୍ଲୀ: ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପିପିବିଏଲ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡର ପାର୍ଟ ଟାଇମ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତାଙ୍କର ଇସ୍ତଫା ପରେ ବ୍ୟାଙ୍କର ଏକ ନୂଆ ବୋର୍ଡ ତିଆରି କରଯାଇଥିଲା । ଖୁବଶୀଘ୍ର ତାଙ୍କ ସ୍ଥାନରେ ନୂଆ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯିବ । ପିପିବିଏଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-୮ଟି କ୍ରିପ୍ଟୋ ଆପ୍‌କୁ ଇଣ୍ଡିଆନ ପ୍ଲେ ଷ୍ଟୋରରୁ ବ୍ୟାନ କଲା ଗୁଗଲ

OCL ସୂଚନା ଦେଇଛି ଯେ, ବିଜୟ ଶେଖର ଶର୍ମା ପିପିବିଏଲ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହାପରେ ପିପିବିଏଲ ବୋର୍ଡ ପୁର୍ନଗଠନ ହୋଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବେନ୍ଦ୍ରନାଥ ସାରଙ୍ଗୀ, ବ୍ୟାଙ୍କ ଅଫ୍ ବରୋଦା ଅଶୋକ କୁମାର ଗର୍ଗ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ରଜନୀ ସେଖରି ସିବଲ ବୋର୍ଡରେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ସାମିଲ ହୋଇଛନ୍ତି । ଖୁବଶୀଘ୍ର ନୂଆ ଅଧ୍ୟକ୍ଷ ନିଯୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ବିଜୟ ଶେଖର ଶର୍ମାଙ୍କ ପିପିବିଏଲ ବୋର୍ଡରୁ ଇସ୍ତଫା ଦେବା ପୂର୍ବରୁ ଏହାର ଦୁଇଜଣ ସ୍ବାଧୀନ ନିର୍ଦ୍ଦେଶକ ମଧ୍ୟ ଇସ୍ତଫା ଦେଇଥିଲେ । ଗତ ଡିସେମ୍ବର ମାସରେ ପ୍ରାଇସ ଓ୍ବାଟର ହାଉସ କୋପର୍ସ କାର୍ଯ୍ୟନିର୍ବାହୀ ସିଞ୍ଜିନି କୁମାର ଓ ଏସବିଆଇର ପୂର୍ବତନ ଡେପୁଟି ମ୍ୟାନେଜିଂ ନିର୍ଦ୍ଦେଶକ ମଞ୍ଜୁ ଅଗ୍ରଓ୍ବାଲ ବୋର୍ଡରୁ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଝଟକା, ଫେବ୍ରୁଆରୀ ୨୯ ପରଠୁ ହୋଇପାରିବନି ନେଣଦେଣ

ନିୟମ ଉଲ୍ଲଂଘନ ତଥା ପେଟିଏମ ବ୍ୟାଙ୍କ ସମ୍ପର୍କିତ ଅନେକ ସମସ୍ୟା ରହୁଥିବାରୁ ଜାନୁଆରୀ ଶେଷ ସପ୍ତାହରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍ ଲିଃ ଉପରେ କଟକଣା ଲଗାଇଥିଲା RBI । ଯାହା ଫଳରେ ପେଟିଏମ ପେମେଣ୍ଟସ ବ୍ୟାଙ୍କରେ ଆଉ ଡିପୋଜିଟ୍ କରିପାରିବେନି ଗ୍ରାହକ । ମୋବାଇଲ ରିଚାର୍ଜ, ୱାଲେଟ୍ ଟପ ଅପ୍ କିମ୍ବା ଫାଷ୍ଟ ଟ୍ୟାଗ୍ ମଧ୍ୟ ବ୍ୟବହାର କରିହେବ ନାହିଁ । ଏପରିକି PPBL ସହ କେଉଁ ନୂଆ ଗ୍ରାହକ ମଧ୍ୟ ଆଉ ଯୋଡି ହୋଇପାରିବେ ନାହିଁ । ଫେବୃଆରୀ 29 ତାରିଖ ପରଠାରୁ ଏକ କଟକଣା ଲାଗୁ ହେବା ନେଇ କୁହାଯାଉଥିବା ବେଳେ ପରେ ଏହାକୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଭାରତର କୌଣସି UPI ସହିତ ପେଟିଏମ ଦ୍ବାରା ଅର୍ଥ ନେଣଦେଣ କରାଯାଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2024, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.