ETV Bharat / business

ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଝଟକା, ଫେବ୍ରୁଆରୀ ୨୯ ପରଠୁ ହୋଇପାରିବନି ନେଣଦେଣ

author img

By ETV Bharat Odisha Team

Published : Jan 31, 2024, 8:29 PM IST

RBI's Action Against Paytm: ପେଟିଏମ ଉପରେ କଟକଣା ଲଗାଇଲା ଆରବିଆଇ । PPBL ସହ ଆଉ ଯୋଡି ହୋଇପାରିବେ ନାହିଁ ନୂଆ ଗ୍ରାହକ । ଅଧିକ ପଢନ୍ତୁ

paytm payments bank
ପେଟିଏମ ପେମେଣ୍ଟସ ବ୍ୟାଙ୍କ

ହାଇଦ୍ରାବାଦ: ପେଟିଏମ ପେମେଣ୍ଟସ ବ୍ୟାଙ୍କ୍ ଲିଃ ଉପରେ ଆରବିଆଇର ଆକ୍ସନ । ଫାଇନାନ୍ସିଆଲ ସର୍ଭିସ ଯୋଗାଇ ଆସୁଥିବା ନାମୀ କମ୍ପାନୀ ପେଟିଏମ ଉପରେ କଟକଣା ଲଗାଇଲା ଆରବିଆଇ । ଏଥର ପେଟିଏମ ପେମେଣ୍ଟସ ବ୍ୟାଙ୍କରେ ଆଉ ଡିପୋଜିଟ୍ କରିପାରିବେନି ଗ୍ରାହକ । ମୋବାଇଲ ରିଚାର୍ଜ, ୱାଲେଟ୍ ଟପ ଅପ୍ କିମ୍ବା ଫାଷ୍ଟ ଟ୍ୟାଗ୍ ମଧ୍ୟ ବ୍ୟବହାର କରିହେବ ନାହିଁ । ଏପରିକି PPBL ସହ କେଉଁ ନୂଆ ଗ୍ରାହକ ମଧ୍ୟ ଆଉ ଯୋଡି ହୋଇପାରିବେ ନାହିଁ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଆରବିଆଇ ।

ଏଥିପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଦିଆଯାଇଛି । ଫେବ୍ରୁଆରୀ ୨୯ ତାରିଖ ପରେ ଗ୍ରାହକ ଆଉ ବ୍ୟାଙ୍କ ଖାତାରେ ଡିପୋଜିଟ୍, ୱାଲେଟ୍ ଡିପୋଜିଟ୍ କିମ୍ବା ଅନ୍ୟାନ୍ୟ ଟ୍ରାନଜାକ୍ସନ କରିପାରିବେ ନାହିଁ । ୨୯ ତାରିଖ ପରେ ଭାରତର କୌଣସି UPI ସହିତ ପେଟିଏମ ଦ୍ବାରା ଅର୍ଥ ନେଣଦେଣ କରାଯାଇପାରିବ ନାହିଁ । ହେଲେ ଗ୍ରାହକ ପେଟିଏମରେ ମହଜୁଦ ରଖିଥିବା ଟଙ୍କା ଉଠାଇବା ଉପରେ କୌଣସି କଟକଣା ଲଗାଯାଇନାହିଁ। ସେଭିଂସ, କରେଣ୍ଟ, ପ୍ରିପେଡ୍, ଫାଷ୍ଟଟ୍ୟାଗ୍ ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡ (NCMC)ରୁ ନିର୍ଦ୍ବଦ୍ବ ଟଙ୍କା ଉଠାଇ ପାରିବେ ଗ୍ରାହକ । ଏଥିପାଇଁ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଆରବିଆଇ ସୂଚାଇ ଦେଇଛି ।

ଏହା ବି ପଢନ୍ତୁ...୮ଟି କ୍ରିପ୍ଟୋ ଆପ୍‌କୁ ଇଣ୍ଡିଆନ ପ୍ଲେ ଷ୍ଟୋରରୁ ବ୍ୟାନ କଲା ଗୁଗଲ

ଏହା ବି ପଢନ୍ତୁ...ଜିଓ-ଏୟାରଟେଲ ୟୁଜର୍ସଙ୍କୁ ଲାଗିପାରେ ବଡ ଝଟ୍‌କା, ବନ୍ଦ ହେବ ମାଗଣା 5G ଇଣ୍ଟରନେଟ ସେବା !

ଏହା ବି ପଢନ୍ତୁ...ବୈଦେଶିକ ମୁଦ୍ରା ସମ୍ବନ୍ଧୀୟ ସେବାକୁ ସୁଗମ କରିବା ପାଇଁ RBIର ନୂଆ ନିୟମ

ସୂଚନା ଅନୁସାରେ, କମ୍ପାନୀ ଆରବିଆଇର ଅନେକ ଗାଇଡଲାଇନ ଅନୁପାଳନ କରିନଥିବା ସିଷ୍ଟମ ଅଡିଟ୍ ରିପୋର୍ଟ ଓ କମ୍ପାଇଲେସନ ରିପୋର୍ଟରୁ ଜଣାପଡ଼ିଛି । ଏହାସହ ପେଟିଏମ ବ୍ୟାଙ୍କ ସମ୍ପର୍କିତ ଅନେକ ସମସ୍ୟା ରହୁଥିବାରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ । ସେପଟେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ଏହାର ସିଧା ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବରୁ ମଧ୍ୟ କମ୍ପାନୀର ସେୟାର ଲଗାତାର ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା । ସେପଟେ ଏଭଳି ଖବର ପରେ କମ୍ପାନୀକୁ ଝଟକା ଲାଗିଛି । ଗୋଟିଏ ପଟେ ସେୟାର ବଜାରରେ କମ୍ପାନୀ କ୍ଷତି ସହୁଥିବାବେଳେ ବର୍ତ୍ତମାନ ଦେବାଳିଆ ସ୍ଥିତି ଉପୁଜିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.