ଓଡିଶା

odisha

DA ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଲା ଅର୍ଥ ମନ୍ତ୍ରଣାଳୟ

By

Published : Jul 21, 2021, 10:51 PM IST

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତ ବୃଦ୍ଧି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ । ଅଧିକ ପଢନ୍ତୁ....

DA ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଲା ଅର୍ଥ ମନ୍ତ୍ରଣାଳୟ
DA ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତ ବୃଦ୍ଧି କରିଛି କେନ୍ଦ୍ର କ୍ୟାବିନେଟ । ବୁଧବାର ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ଯଦ୍ବାରା DA ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତ ହୋଇଯିବ । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରାୟ ୪୮ ଲକ୍ଷ କର୍ମଚାରୀ ତଥା ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୟ ବିଭାଗ କାର୍ଯ୍ୟାଳୟ ଏକ ସ୍ମାରକପତ୍ର ଜରିଆରେ କହିଛି କି, ଜୁଲାଇ ପହିଲାରୁ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ହାର ୧୭ ପ୍ରତିଶତରୁ ୨୮ ପ୍ରତିଶତ କରାଯିବ । ଏହି ବୃଦ୍ଧିରେ ୨୦୨୦ ଜାନୁୟାରୀ ୧, ୨ ଜୁଲାଇ ୨୦୨୦ ଏବଂ ୨୦୨୧ ଜାନୁୟାରୀ ୧ରୁ ମିଳିବାକୁ ଥିବା ଅତିରିକ୍ତ କିସ୍ତି ମଧ୍ୟ ଅନ୍ତର୍ଭୁକ୍ତ ହେବ ।

@PTI

ABOUT THE AUTHOR

...view details