ଓଡିଶା

odisha

ରାଜସ୍ଥାନରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 6 ମୃତ

By

Published : Sep 7, 2022, 9:37 PM IST

ରାଜସ୍ଥାନର ସିରହୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (car and tanker collision in sirohi) । କାର-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ସମସ୍ତ 6 ଜଣଙ୍କ ମୃତ୍ୟୁ । କାରଟି ଗୁଜୁରାଟ ଯାଉଥିବା ସୂଚନା । ସ୍ପଷ୍ଟ ହୋଇନି ମୃତକଙ୍କ ପରିଚୟ । ଅଧିକ ପଢନ୍ତୁ

ରାଜସ୍ଥାନରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 6 ମୃତ
ରାଜସ୍ଥାନରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 6 ମୃତ

ଜୟପୁର:ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । ସିରୋହି ଜିଲ୍ଲା ଅନ୍ତର୍ଗତ ଆବୁରୋଡ ରିକୋ ପୋଲିସ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ଏକ ଟ୍ୟାଙ୍କର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାରରେ ଯାତ୍ରା କରୁଥିବା ସମସ୍ତ 6 ଜଣ ପ୍ରାଣ ହରାଇଛନ୍ତି (Six died in Sirohi road accident) । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି କାରଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଗୁଜୁରାଟ ରେଫର କରାଯିବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ସେ ରାସ୍ତାରେ ଆଖି ବୁଜିଥିଲେ ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିଲା (accident in sirohi abu road)। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପ୍ରୟାସ ପରେ ଗାଡି ଭିତରେ ଫସିଥିବା ମୃତଦେହଗୁଡିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ସ୍ଥାନୀୟ ଲୋକେ ମଧ୍ୟ ଏହି କାର୍ଯ୍ୟରେ ପୋଲିସକୁ ସହଯୋଗ କରିଥିଲେ ।

ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି କାରଟି ଏକ ବାଇକକୁ ବଞ୍ଚାଇବାକୁ ଯାଇ ଟ୍ୟାଙ୍କର ସାମ୍ନାକୁ ଆସି ଯାଇଥିଲା । ଫଳରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଦୁଇ ଗାଡି ମୁହାଁମୁହି ଧକ୍କା ହୋଇଥିଲା (car and tanker collision in sirohi)। ମୃତକମାନେ କାରରେ ଗୁଜୁରାଟ ଯାଉଥିବା ପ୍ରାଥମିକ ଭାବେ ପୋଲିସ କହିଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା କଡରେ ଅନେକ ଗାଡି ଦୀର୍ଘ ଘଣ୍ଟା ଧରି ଅଟକି ରହିଥିଲେ । ପରେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇବା ସହ ଭିଡ ନିୟନ୍ତ୍ରଣ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି । ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ସମ୍ପର୍କୀୟ ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ସମସ୍ତ ମୃତଦେହକୁ ଉଦ୍ଧାର ପରେ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଗତ ଦଶନ୍ଧିରେ ଗାଡି ସଂଖ୍ୟା ବୁଦ୍ଧି ପାଇଥିବା ବେଳେ ଦୁର୍ଘଟଣା ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିଛି । ତେବେ ଦୃତଗତିରେ ଗାଡି ଚଳାଇବା ବା ସଡକ ସୁରକ୍ଷା ନିୟମ ଆଦିକୁ ଅଣଦେଖା କରିବା ଫଳରେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ସଡକ ଦୁର୍ଘଟଣାର ସଂଖ୍ୟା ମଧ୍ୟ ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details