ଓଡିଶା

odisha

ମସଜିଦ କାନ୍ଥରେ 'ଜୟ ଶ୍ରୀରାମ' ଲେଖିଲେ ଯୁବକ, ଭିଡିଓ ଭାଇରାଲ

By ETV Bharat Odisha Team

Published : Dec 25, 2023, 10:01 PM IST

Jay Shree Ram Written On Wall Of Moscue: ମସଜିଦ କାନ୍ଥରେ 'ଜୟ ଶ୍ରୀରାମ' ନାରାକୁ ନେଇ ତେଜିଲା ବିବାଦ । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Religious slogan on wall of the mosque
ମସଜିଦ କାନ୍ଥରେ 'ଜୟ ଶ୍ରୀରାମ'

ମସଜିଦ କାନ୍ଥରେ 'ଜୟ ଶ୍ରୀରାମ'

ଲକ୍ଷ୍ନୌ: ମସଜିଦ କାନ୍ଥରେ 'ଜୟ ଶ୍ରୀରାମ' ନାରା । ଏହି ଲେଖାକୁ ନେଇ ଏବେ ତେଜିଛି ବିବାଦ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ମସଜିଦଟି ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଥିବାରୁ ଦିଲ୍ଲୀ ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ଶନିବାର ରାତିରେ ଦିଲ୍ଲୀ ଗେଟ୍ ଛକଠାରେ ଥିବା ଏକ ମସଜିଦ କାନ୍ଥରେ 'ଜୟ ଶ୍ରୀ ରାମ' ଲେଖାଥିବା ଦେଖିବାକୁ ମିଳିଥିଲା । କେହି କେହି ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଜଣେ ଯୁବକ 'ଜୟ ଶ୍ରୀରାମ' ଶବ୍ଦ ବଡ଼ ଅକ୍ଷରରେ ଲେଖୁଥିବା ଭିଡିଓରେ ଦେଖାଯାଉଛି । ଏହି ବିଷୟରେ ସୂଚନା ପାଇବା ମାତ୍ରେ ଅଞ୍ଚଳର ଉଭୟ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତଜେନାକାରୀଙ୍କୁ ବୁଝାସୁଝା କରିଥିଲା । ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ପୋଲିସ ମସଜିଦ କାନ୍ଥରେ ନାମ ଲିଭାଇ ଦେଇଛି ।

ମସଜିଦ କାନ୍ଥରେ ଧାର୍ମିକ ନାରାକୁ ନେଇ ଉପୁଜିଥିବା ବିବାଦର ଖବର ପାଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଦଳର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମାଜବାଦୀ ପାର୍ଟିର କର୍ମକର୍ତ୍ତା କହିଛନ୍ତି ଯେ, ଆଲିଗଡର ଭାଇଚାରା ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି । ଉଭୟ ପକ୍ଷ ଏକ ମାମଲା ଦାୟର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି। ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ଥାନା ଅଧିକାରୀ ରାମକେଶ କହିଛନ୍ତି, "ଅପରାଧ ରୋକିବାକୁ ରାତିରେ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମସଜିଦ କାନ୍ଥରେ ଏକ ଧାର୍ମିକ ନାରା ଲେଖାଯାଇଥିବା ଖବର ମିଳିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଯେ, ଉଭୟ ସମ୍ପ୍ରଦାୟର ଲୋକେ ଭିଡ ଜମାଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ତାହାକୁ ଆୟତ୍ତ କରାଯାଇଥିଲା । ଏହି ମାମଲାର ତଦନ୍ତ ଚାଲିଛି । ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଏହା ମଧ୍ୟ ପଢନ୍ତୁ...ଇନ୍ଦିରା ଗାନ୍ଧୀ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରି ନଥିଲେ, କାମିୟା ମନ୍ଦିରକୁ କାହିଁକି ପ୍ରବେଶ କଲେ ପ୍ରଶ୍ନ ପଚାରିଲେ ମନମୋହନ

ABOUT THE AUTHOR

...view details