ETV Bharat / state

ଇନ୍ଦିରା ଗାନ୍ଧୀ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରି ନଥିଲେ, କାମିୟା ମନ୍ଦିରକୁ କାହିଁକି ପ୍ରବେଶ କଲେ ପ୍ରଶ୍ନ ପଚାରିଲେ ମନମୋହନ

author img

By ETV Bharat Odisha Team

Published : Dec 25, 2023, 5:35 PM IST

Kamiya Jani Controversy
Kamiya Jani Controversy

Manmohan Samal Reaction On Kamiya Jani Controversy: ଦିନକୁ ଦିନ ବଢିବାରେ ଲାଗିଛି ୟୁଟ୍ୟୁବର କାମିୟା ଜାନି ବିବାଦ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

Kamiya Jani Controversy

ଭୁବନେଶ୍ବର: ଥମିବାର ନାଁ ଧରୁନି ୟୁଟ୍ୟୁବର କାମିୟା ଜାନି ବିବାଦ । ଦିନକୁ ଦିନ ବଢିବାରେ ଲାଗିଛି ଏହି ବିବାଦ । ଏହି ପ୍ରସଙ୍ଗକୁ ମୁଦ୍ଦା କରି ଶାସକ ଦଳ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନକୁ ଟାର୍ଗଟେ କରୁଛନ୍ତି ବିରୋଧୀ । କେନ୍ଦ୍ରମନ୍ତ୍ରୀମାନେ ବି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମୋହନ ସାମଲ କହିଛନ୍ତି, "ଇନ୍ଦିରା ଗାନ୍ଧୀ ମଧ୍ୟ ବହୁତ ଚେଷ୍ଟା କରି ମନ୍ଦିର ଭିତରକୁ ପ୍ରବେଶ କରି ପାରିନଥିଲେ । ମନ୍ଦିରର ସ୍ୱତନ୍ତ୍ର ନୀତି ନିୟମ, ଵିଧି ବ୍ୟବସ୍ଥାକୁ ଭଙ୍ଗ କରାଯାଇଛି । ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ ପ୍ୟାରୀ ମହାପାତ୍ର କ୍ଷମା ମାଗିଥିଲେ । ଏବେ କାମିଆ ଜାନି ମନ୍ଦିରକୁ କାହିଁକି ପ୍ରବେଶ କଲେ ? କିଏ ତାଙ୍କୁ ପ୍ରବେଶ କରାଇଲା ? କେମିତି ସେ ମନ୍ଦିର ପ୍ରବେଶ କଲେ ? ଏ ସବୁ ପ୍ରସଙ୍ଗରେ ତଳସ୍ତର ପର୍ଯ୍ୟନ୍ତ ବିତର୍କ ହେବାର ଆବଶ୍ୟକତା ରହିଛି ।" ଏଥିପାଇଁ ଲୋକଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ।

ସେପଟେ ଗତକାଲି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ, ବିଜେଡି ସରକାର କଳାପାହାଡ଼ ସରକାର । କଳାପାହାଡ ଯେମିତି ଜଗନ୍ନାଥଙ୍କୁ ଚମ ଦୌଡ଼ିରେ ବାନ୍ଧି ବଡ ଦାଣ୍ଡରେ ଘୋଷାଡି ଘୋଷାଡି ନେଇଥିଲା ଏ ସରକାର ସମୟରେ ସେହିଭଳି ଘଟଣା ଘଟୁଛି । ଏ ସରକାରର କଳା ପାହାଡ଼ ମାନସିକତା । ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ମାର୍କେଟିଂ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.....କାମିଆ ଜାନି ବିବାଦ; କଂଗ୍ରେସ କହିଲା କ୍ଷମା ପ୍ରାର୍ଥନା କରୁ ବିଜେଡି

ସେପଟେ ବିବାଦ ବଢିବା ପରେ ଗତକାଲି ମୁହଁ ଖୋଲିଥିଲେ ୟୁଟ୍ୟୁବର କାମିୟା ଜାନି । ନିଜ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି କାମିଆ କହିଥିଲେ ଯେ, ସେ ଶ୍ରୀମନ୍ଦିରର କୌଣସି ନିୟମ ଭାଙ୍ଗି ନାହାନ୍ତି । ସେ ଜଣେ ହିନ୍ଦୁ । କେବେ ବି ବିଫ୍ ଖାଇନାହାଁନ୍ତି କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି ଓ କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ଏବଂ ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା ତାଙ୍କ ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.