ETV Bharat / state

କଳାହାଣ୍ଡିରେ ଦ୍ରୁତ ଗତିରେ ଆସି ମାଡିଗଲା କାର୍, ଜଣେ ମୃତ ୫ ଗୁରୁତର, ରାୟଗଡାରେ ବାଇକ ଧକ୍କାରେ ୨ ମୃତ - Road accident

author img

By ETV Bharat Odisha Team

Published : May 17, 2024, 7:41 AM IST

Road accident: କଳାହାଣ୍ଡି ଓ ରାୟଗଡାରେ ୨ଟି ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କ୍ଷତିପୂରଣ ଦାବିରେ ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ

Road accident
Road accident (ETV Bharat Odisha)

ଭବାନୀପଟାଣା/ ରାୟଗଡା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସି ମାଡିଗଲା କାର । ଗୁରୁବାର ରାତିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମହିଚଲା ଗାଁ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଏକ କାର ଆସି ମାଡିଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ହେଲା ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଅନ୍ୟପଟେ ରାୟଗଡାରେ ଏକ ବାଇକ ଧକ୍କାରେ ୨ ଜଣଙ୍କ ଜୀବନ ଯାଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମହିଚଲା ଗାଁ ଛକରେ ଗୁରୁବାର ରାତି ୮ଟା ସମୟରେ ୬ ଜଣ ବ୍ୟକ୍ତି ଛିଡା ହୋଇ କଥା ହେଉଥିବା ବେଳେ କୋକସରା ପଟୁ ଏକ ରକ୍ ଇନୋଭା କାର ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ କାରଟି ପିଟି ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଭୋଜି ଖାଇ ଫେରୁଥିଲେ, ବାଟରେ ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା 6 ଜୀବନ - Kendujhar Accident

ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଜୁନାଗଡ଼ ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାରଟି ଫେରାର ମାରିଥିବା ବେଳେ ରାଜରାସ୍ତାରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାକୁ ଉଦ୍ୟମ କରିବା ବେଳେ ଗ୍ରାମବାସୀ ମହିଚଲା ନିକଟସ୍ଥ ବରଗଡ଼ ବାରିଗୁମା ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତାକୁ ଅବରୋଧ କରିଛନ୍ତି ।

ଅନ୍ୟପଟେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୃଷ୍ଣ ନଗର ଗ୍ରାମ ନିକଟରେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ଧକ୍କାରେ ୨ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ସ୍ଥାନୀୟ ରେଲୱେ ଶ୍ରମିକ ଭାବେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ ଏକ ବାଇକରେ ସିକରପାଇ ଠାରୁ ଭିତର୍ଝୋଲା ଯାଉଥିଲେ । ଏହି ସମୟରେ କୃଷ୍ଣ ନଗର ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରରେ ନିଳଗିରି କାଠ ବୋଝେଇ କରୁଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ମୃତ ଶ୍ରମିକ ଜଣକ ସ୍ଥାନୀୟ ସାଜା ଗ୍ରାମର ଯୋଗେଶ ମିନିଆକା ହୋଇଥିବା ଜଣାପଡିଛି । ଅନ୍ୟପଟେ ଖବର ପାଇଁ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ନାୟକ ଓ ସବଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।


ଇଟିଭି ଭାରତ, କଳାହାଣ୍ଡି/ ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.